ଝୁରି ହେଉଛନ୍ତି ରିଦ୍ଧିମା: କହିଲେ, ‘ବହୁତ ମନେ ପଡ଼ୁଛ ବାପା, ଫେରି ଆସ’

ବମ୍ବେ: ଶୋକରେ ବଲିଉଡ୍‌। ଗତ ଦୁଇ ଦିନ ମଧ୍ୟରେ ଦୁଇଜଣ ପ୍ରତିଷ୍ଠିତ କଳାକାର ଇରଫାନ୍‌ ଖାନ୍‌ ଏବଂ ଋଷି କପୁରଙ୍କୁ ବଲିଉଡ୍‌ ହରାଇଛି। ଏହାକୁ ସହଜରେ କେହି ଗ୍ରହଣ ମଧ୍ୟ କରିପାରୁନାହାନ୍ତି। ସମ୍ପ୍ରତି ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ପ୍ରଶଂସକମାନେ ମଧ୍ୟ ନିଜ ପ୍ରିୟ ଅଭିନେତାଙ୍କ ଶେଷ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଏପରିକି ଋଷି କପୁରଙ୍କ ଝିଅ ରିଦ୍ଧିମା କପୁର ମଧ୍ୟ ଶେଷ ଥର ପାଇଁ ବାପାଙ୍କୁ ଦେଖିପାରିନାହାନ୍ତି।

ରିଦ୍ଧିମା ଦିଲ୍ଲୀରେ ରହୁଥିବା ବେଳେ ଋଷି କପୁର ବମ୍ବେର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଲକ୍‌ଡାଉନ୍‌ ଯୋଗୁ ଅନ୍ତିମ ସତ୍କାରରେ ସାମିଲ ହେବାକୁ କେବଳ ପଚିଶଜଣଙ୍କୁ ମିଳିଥିଲା ଅନୁମତି। ସାମାଜିକ ଦୂରତ୍ୱ ରକ୍ଷା କରି ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା। ହେଲେ ଏସବୁରେ ସାମିଲ ହୋଇପାରି ନ ଥିଲେ ରିଦ୍ଧିମା।

ଏହାକୁ ନେଇ ଭାଙ୍ଗି ପଡ଼ିଛନ୍ତି ସେ। ନିଜର ଇନ୍‌ଷ୍ଟା ଷ୍ଟୋରୀରେ ସେ ବାପାଙ୍କୁ ମନେ ପକାଉଥିବା କହିଛନ୍ତି। କିଛି ସମୟ ପରେ ସେ ବମ୍ବେ ପହଞ୍ଚିବେ ବୋଲି ମଧ୍ୟ କହିଛନ୍ତି। ଋଷିଙ୍କ ସହ ଏକାଧିକ ଫଟୋ ଶେୟାର କରି ଏଇ କିଛି ସମୟ ମଧ୍ୟରେ ସେ ବହୁତ ମନେ ପକାଇଲେଣି। ଏଣୁ ଫେରି ଆସନ୍ତୁ ବୋଲି ମଧ୍ୟ କହୁଥିବା ଦେଖାଯାଇଛି। ପୋଷ୍ଟକୁ ନେଇ ଅନେକେ ଭାବବିହ୍ବଳ ମଧ୍ୟ ହେଉଛନ୍ତି।


All Right Reserved By Dharitri.Com

ଦୁଇଥର ନିର୍ବନ୍ଧ ଭାଙ୍ଗିବା ପରେ ପୁଣି ପ୍ରେମରେ ପିସିଙ୍କ ଭାଇ ସିଦ୍ଧାର୍ଥ, ଇଶାଙ୍କ ହୋଲି ପାର୍ଟିରେ ପ୍ରେମିକାଙ୍କ ସହ ପହଞ୍ଚିଲେ

ବମ୍ବେ: ଅଭିନୟ ନ ହେଲେ ବି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ। ଦୁଇ ଦୁଇ ଥର ନିର୍ବନ୍ଧ ଭାଙ୍ଗିବା...

‘ରାଉଡି’ ହେବାକୁ ଇଚ୍ଛା

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ସେ ବବ୍‌ଲି ଓ ଚୁଲ୍‌ବୁଲି ନାୟିକା। ଦିନେ ଶିଶୁ କଳାକାରଭାବେ ଦର୍ଶକଙ୍କର ଭରପୂର ମନୋରଞ୍ଜନ କରୁଥିଲେ। ଆଜି ଫିଲ୍ମର ମୁଖ୍ୟ ନାୟିକା...

୪୪ ବର୍ଷରେ ଛୋଟ ପରଦାର କୁଇନ୍‌ ଏକତା

ଛୋଟ ପରଦାର କୁଇନ୍‌ ଏକତା କପୁରଙ୍କ ଆଜି ହେଉଛି ୪୪ତମ ଜନ୍ମଦିନ। ମେ’ ୭ରେ ଜନ୍ମଗ୍ରହଣ କରିଥିବା ଏକତା ବର୍ତ୍ତମାନ ସମୟରେ ଟେଲିଭିଜନ ଦୁନିଆର ଜଣେ...

ଝିଅ ପାଇଁ ଦ୍ୱାର ବନ୍ଦ କରିଦେଲେ ସଞ୍ଜୟ!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ କେବେ ବି ତାଙ୍କ ପର୍ସନାଲ ଲାଇଫକୁ ନେଇ କିଛି ଚର୍ଚ୍ଚା କରିବା ନଜର ଆସିନାହିଁ। ସେ ସବୁବେଳେ ଏହାଠାରୁ...

ଶବାନାଙ୍କ ଡ୍ରାଇଭରଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୧୯।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଶନିବାର ଏକ କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଖବର ମିଳିଥିଲା। ଏଥିରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ...

୧୩ ବର୍ଷରେ ଏତେ ବଦଳିଗଲେଣି କଙ୍ଗନା

ମୁମ୍ବାଇ: ବଲିଉଡ୍‌ର କୁଇନ କହିଲେ କଙ୍ଗନା ରାଣାଓ୍ବତଙ୍କ ବୁଝାଏ। ଏପରି କହିବା ପଛର ବଡ଼ କାରଣ ହେଲା ଅଭିନୀତ ଚଳଚ୍ଚିତ୍ରଗୁଡ଼ିକରେ କଙ୍ଗନାଙ୍କ ଚରିତ୍ର। ସେ ଚରିତ୍ରଗୁଡ଼ିକୁ...

‘ଗୁଞ୍ଜନ ସକ୍ସେନା-ଦି କାର୍‌ଗିଲ ଗର୍ଲ’ରେ ଜାହ୍ନବୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ‘ଗୁଞ୍ଜନ ସକ୍ସେନା-ଦି କାର୍‌ଗିଲ ଗର୍ଲ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। କାର୍‌ଗିଲ ଯୁଦ୍ଧରେ ସାମିଲ ହୋଇଥିବା ଭାରତୀୟ...

ରଣବୀର କପୁରଙ୍କ ବିବାହକୁ ନେଇ ସ୍ପଷ୍ଟ କଲେ ଦୀପିକା: ରିଆକ୍ସନ ଦେଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ନିକଟରେ ଏକ୍‌ ଚାଟ୍‌ ଶୋ’ରେ ରଣବୀର କପୁରଙ୍କ ବିବାହକୁ ନେଇ କିଛିଟା କଥା ସ୍ପଷ୍ଟ କରିଛନ୍ତି। ହେଲେ ଏହା...