ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା

ରାଇଘର,୧ା୫(ଡି.ଏନ୍‌.ଏ.): କରୋନା ବିପତ୍ତି ସମୟରେ ସହାୟତାର ହାତ ବଢ଼ାଇଛି ନବରଙ୍ଗପୁର ଜିଲା ରାଇଘର ବ୍ଲକ୍‌ ଶିକ୍ଷା ବିଭାଗ। ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୮ ଲକ୍ଷ ୯୧ ହଜାର ୨୦୦ ଟଙ୍କା ପ୍ରଦାନ କରାଯାଇଛି। ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ ସ୍ଥାନୀୟ ବିଡିଓ ଯୁଧିଷ୍ଠିର ନାୟକଙ୍କ ଜରିଆରେ ଏହି ସହାୟତା ରାଶି ଚେକ୍‌ ଆକାରରେ ପ୍ରଦାନ କରାଯାଇଛି। ଏହି ସମୟରେ ରାଇଘର ବିଇଓ ସୁରେଶ ଚନ୍ଦ୍ର ନାୟକ, ଏବିଇଓ ସଚିନ୍‌ ମଲ୍ଲିକ, ଉଗ୍ରସେନ ନାୟକ, ସମା ମାଝି ଏବଂ ଶିକ୍ଷକ ସଂଘର ବୃନ୍ଦାବନ ଦୁର୍ଗା, ସନନ୍ତ ପ୍ରହରାଜ, ଦେବଦାସ ଗଣ୍ଡ, ସ୍ବରୂପ ସାହୁ, ପୂର୍ଣ୍ଣ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଟ୍ରେନ୍‌ ଆଗକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

ପଦ୍ମପୁର,୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଅଞ୍ଚଳର ଜଣେ କଲେଜ ଛାତ୍ରୀ ଗତ ୨୧ ତାରିଖରେ ଭଦ୍ରକ ଷ୍ଟେଶନରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ।...

ଜିଲା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ରାସ୍ତାରୋକୋ

ସମ୍ବଲପୁର,୬।୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ଜିଲା ନିର୍ମାଣ ସଂଘ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର ରାସ୍ତାରୋକୋ କରାଯାଇଛି। ଶତାଧିକ ମହିଳା ପୁରୁଷ...

କଟକଣା ସତ୍ତ୍ୱେ ଜମୁଛି ତାସ, କ୍ରିକେଟ ଖେଳ

ରସୁଲପୁର,୬।୪(ଡିଏନଏ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଥିବାବେଳେ...

ଅଧାବାଟରେ ଛାଡ଼ି ପଳାଇଲେ ପ୍ରେମିକ

ପରଜଙ୍ଗ, ୨୨।୮(ଡି.ଏନ.ଏ.) – ପ୍ରେମ ପ୍ରତାରଣାର ଶିକାର ହୋଇଥିବା ଜଣେ ବିବାହିତା ମହିଳା ସ୍ତ୍ରୀ ମାନ୍ୟତା ଦାବିରେ ତାଲା ଭାଙ୍ଗି ଅଭିଯୁକ୍ତ ପ୍ରେମିକଙ୍କ ଘରେ ପଶିବା...

ଅର୍ଥ ଲଗାଣକାରୀ ସଂସ୍ଥାର ଫିଲ୍‌ଡ ଅଫିସର ଗିରଫ

ପାଟଣା,୧୯।୧୦(ସ୍ବ.ପ୍ର.)- ଏକ ଅର୍ଥ ଲଗାଣକାରୀ ସଂସ୍ଥାର ଫିଲ୍‌ଡ ଅଫିସର ଅଜୟ କୁମାର ସାହଙ୍କଠାରୁ ରାସ୍ତାରେ ଟଙ୍କା ଲୁଟ୍‌ ଘଟଣାରେ କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ...

ମନ ଛୁଇଁଲା ନୃତ୍ୟ, କମେଡି

ପାଲଲହଡ଼ା, ୮ା୩(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡରେ ଚାଲିଥିବା ମାଲ୍ୟଗିରି ମହୋତ୍ସବ-୨୦୨୦ର ଶନିବାର ଥିଲା ତୃତୀୟ ସନ୍ଧ୍ୟା। ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ...

ନୂଆ ବର୍ଷ ଲାଗି ଶ୍ରୀମନ୍ଦିର ଚଳଚଞ୍ଚଳ -ଜୋରସୋରରେ ଚାଲିଛି ପ୍ରସ୍ତୁତି

ପୁରୀ ଅଫିସ,୩୧ା୧୨- ଆଉ ଦୁଇ ଦିନ ପରେ ହେବ ନୂଆବର୍ଷ। ଏଥିପାଇଁ ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇପଡିଛି। ନୂତନ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ...

କାମରେ ଲାଗୁନି ଚେକ୍‌ଡ୍ୟାମ୍‌ : ଲୋକଙ୍କ ଅଭିଯୋଗ ଶୁଣୁନି ବିଭାଗ

କପ୍ତିପଦା,୨୮ା୭(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଜେ.ଏସ୍‌. ଜାମୁଡିହା ପଞ୍ଚାୟତର କେତେକ ଗ୍ରାମ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ। ଏଠାରେ ବସବାସ କରୁଥିବା ଆଦିବାସୀଙ୍କର...

Leave a comment

Your email address will not be published. Required fields are marked *