ମିନିବସ୍‌ ଓଲଟି ଜଣେ ମୃତ, ୭ ଗୁରୁତର

କବିସୂର୍ଯ୍ୟନଗର,୧୨।୬-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବଗାଁସ୍ଥିତ ଜେମାଦେଇ ମନ୍ଦିର ନିକଟରେ ବୁଧବାର ଏକ ଯାତ୍ରୀବାହୀ ମିନବସ ଓଲଟି ପଡିଛି। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ପୋଲସରା ଥାନା ପଙ୍କଳବାଡ଼ିର ହରପ୍ରସାଦ ପୋଲାଇ (୨୩)। ପୋଲସରାର ଭାସ୍କର ସାହୁ, ସବିତା ସାହୁ, ଗୋପାଳ ଡାକୁଆ, ଦୂତୀ ଗୌଡ଼, ବଡ଼ଆଗୁଳର ମଙ୍ଗୁଳୁ ସ୍ବାଇଁ, ଆଠଗଡ଼ର ଅରୁଣ ସାହୁ ଓ କଣ୍ଡକ୍ଟର ଆସିକା କଲେଜ ଛକର ପ୍ରଦୀପ କୁମାର ପ୍ରଧାନଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ପ୍ରକାଶ ଯେ, ଯାତ୍ରୀବାହୀ ମିନିବସ ମଧ୍ୟାହ୍ନରେ ପୋଲସରାରୁ କବିସୂର୍ଯ୍ୟନଗର ଆସୁଥିଲା। ଜେମାଦେଇପୁର ମନ୍ଦିର ନିକଟ ବୁଲାଣିରେ ଚାଳକ ଭାରସାମ୍ୟ ହରାଇବାରୁ ବସ୍‌ଟି ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହରପ୍ରସାଦଙ୍କ ମୃତ୍ୟୁ ଘଟିଥିଲା। ଆଇଆଇସି ତପନ କୁମାର ପତି ପହଞ୍ଚତ୍ ଗାଡ଼ି ଓ ମୃତଦେହ ଜବତ କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲ ପଠାଯାଇଛି। ଚାଳକ ଫେରାର ଥିବାବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି।


All Right Reserved By Dharitri.Com

ଅନୁପଙ୍କ ପୁତୁରା, ଭାଇ ସମେତ ୩ଜଣଙ୍କୁ ନୋଟିସ

ଭୁବନେଶ୍ୱର,(ବ୍ୟୁରୋ)/ ବ୍ରଜରାଜନଗର, ୧୮।୨ (ଡି.ଏନ.ଏ.): ଛତିଶଗଡର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ହତ୍ୟା...

ଲକ୍‌ଡାଉନ୍‌ ଯୋଗୁ ରାଜ୍ୟ ବାହାରେ ଫସି ରହିଛନ୍ତି ଓଡ଼ିଆ: ସହାୟତା ଲାଗି ପ୍ରବାସୀ ଓଡ଼ିଆ ସଂଗଠନକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୨୮।୨(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏଥିରେ ହଜାର ହଜାର ସଂଖ୍ୟାରେ ଓଡ଼ିଆ ବାହାରେ ଫସି...

ନାବାଳକଙ୍କୁ ଅପହରଣ ପରେ ଆକ୍ରମଣ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ପୂର୍ବ ଝଗଡ଼ାକୁ କେନ୍ଦ୍ରକରି ଫିଲ୍ମ ଷ୍ଟାଇଲରେ ଜଣେ ନାବାଳକ ଛାତ୍ରଙ୍କ ବେକରେ ଛୁରି ଲଗାଇ ଆଉ ଜଣେ ନାବାଳକ ତାଙ୍କୁ ଅପହରଣ କରିବା ଘଟଣା...

ଯୁବକଙ୍କ ଗଳା କାଟି ହତ୍ୟା

ବ୍ରହ୍ମପୁର ଅଫିସ,୪ା୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳଷ୍ଟେସନ ୪ନଂ ପ୍ଲାଟଫର୍ମ ନିକଟରେ ମଙ୍ଗଳବାର ରାତି ପ୍ରାୟ ସାଢେ ୯ଟାବେଳେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି।...

ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ: ନୟାଗଡ଼ରେ ୩ଟା ୩୦ରେ ହେବ ରଥଟଣା

ନୟାଗଡ଼ ଅଫିସ,୩।୭: ଗୁରୁବାର ଘୋଷଯାତ୍ରା। ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ନୟାଗଡ଼ ସହର ଓଲ୍ଡଟାଉନ୍‌ଠାରେ ଥିବା ଜଗନ୍ନାଥ ମନ୍ଦିର ଚଳଚଞ୍ଚଳ...

ପ୍ରାଥମିକ ସଦସ୍ୟ ପଦରୁ ଇତିଶଙ୍କୁ ନିଲମ୍ବନ କଲା ଏନ୍‌ଏସୟୁଆଇ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମନ୍ତବ୍ୟ ଦେବାପରେ ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନଙ୍କ ବିରୋଧରେ...

ଦକ୍ଷତା ବିକାଶରେ ଓଡ଼ିଶା ୧ନମ୍ବର

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଦେଶର ବହୁ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଶୀର୍ଷ ସ୍ଥାନ ଗ୍ରହଣ କରିଛି। ଗୁଜରାଟ, ଆନ୍ଧ୍ରପ୍ରଦେଶ, କର୍ନାଟକ ପରି...

ମହିଳାଙ୍କୁ ମାଡ଼ ଘଟଣା, ଫେରାର୍‌ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୯ା୯(ଡି.ଏନ.ଏ.)-ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମର ଭଗବାନ ଗୌଡ଼ଙ୍କୁ ବୁଧବାର ଦିଗପହଣ୍ଡି ପୋଲିସ କୋର୍ଟଚାଲାଣ କରିଛି।ସନ୍ଧ୍ୟାରେ ଜାମିନ ନାମଞ୍ଜୁର...

Leave a comment

Your email address will not be published. Required fields are marked *