ସରକାରୀ ନିର୍ଦ୍ଦେଶକୁ ଫୁ’: ଶ୍ରମିକଙ୍କ ବଦଳରେ ଜେସିବିରେ ଚାଲିଛି ପୋଖରୀ ଖୋଳା

ଓଡ଼ଗାଁ, ୧।୫(ସ୍ବ. ପ୍ର. ): ନୟାଗଡ଼ ଜିଲା ଓଡ଼ଗାଁରେ ଶ୍ରମିକ ଦିବସ ଅର୍ଥାତ୍‌ ମେ’ ୧ରେ ଶ୍ରମିକଙ୍କ ବଦଳରେ ଜେସିବି ଦ୍ୱାରା ପୋଖରୀ ଖୋଳା ଚାଲିଥିବା ଦେଖିବାକୁ ମିଳୁଛି। କରୋନା ମୁକାବିଲା ପାଇଁ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଶ୍ରମଦିବସ ସୃଷ୍ଟି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହି ନିର୍ଦ୍ଦେଶକୁ ଫୁ’କରି ଓଡଗାଁ ବ୍ଲକର କରାପିଠା, ରହିବାଙ୍କ ଜିପିରେ ଜେସିବି ପୋଖରୀ ଖୋଲୁଥିବା ଅଭିଯୋଗ ହେବା ପରେ ବ୍ଲକ ପ୍ରଶାସନ ଏହାକୁ ବନ୍ଦ କରିଥିବା ସୂଚନା ମିଳିଛି।
ଶୁକ୍ରବାର ସକାଳୁ ପୁଣି ଥରେ ନନ୍ଦିଘୋର ଜିପି ଓସ୍ତିଆ ଗ୍ରାମରେ ଶ୍ରମିକ ବଦଳରେ ଜେସିବି ଦ୍ୱାରା ପୋଖରୀ ଖୋଳାଯାଉଥିବା ଦେଖିବାକୁ ମିଳିଥିଲା। ଏ ନେଇ କୌଣସି ମାଷ୍ଟର ରୋଲ ବାହାରି ନ ଥିବା କଥା ବ୍ଲକ ସହକାରୀ ଯନ୍ତ୍ରୀ ଇ. ଶରତ କୁମାର ମଲ୍ଲିକ, କାର୍ଯ୍ୟକ୍ରମ ଅଧିକାରୀ, ସରପଞ୍ଚ ପ୍ରତିନିଧି ପ୍ରକାଶ କରିଥିଲେ। ହେଲେ ପୋଖରୀ ଖୋଳା ଯାଉଥିବା ଫଟୋ ଦେଖିବା ପରେ ସେମାନେ ଏ ନେଇ ଆଶ୍ଚର୍ଯ୍ୟ ହୋଇଥିଲେ। ଏ ସମ୍ପର୍କରେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟଙ୍କ ମତାମତ ନେବାରେ ସେ ଏ ନେଇ ତଦନ୍ତ କରିବାକୁ କହିଛନ୍ତି।


All Right Reserved By Dharitri.Com

୬ ମାସରେ ୧୦୯ ଗାଁରେ ପହଞ୍ଚତ୍ବ ସମସ୍ତ ଯୋଜନା

ସୋନପୁର,୫।୩(ନି.ପ୍ର.): ପଞ୍ଚାୟତିରାଜ ଦିବସରେ ସୁବର୍ଣ୍ଣପୁର ଜିଲାରେ ଘୋଷଣା ହୋଇଛି ମିଶନ ୧୦୯ କାର୍ଯ୍ୟକ୍ରମ । ଜିଲାପାଳ ମୋନିଷା ବାନାର୍ଜୀ ଏହି ଘୋଷଣା କରିଛନ୍ତି । କେନ୍ଦ୍ର...

ଭଦ୍ରକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ

ଭଦ୍ରକ ଅଫିସ, ୧୨।୬: ଭଦ୍ରକ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଗ୍ନିଶମ ବିଭାଗ ପକ୍ଷରୁ ୫ଟି ଟିମ୍‌ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଶିକ୍ଷାନୁଷ୍ଠାନରେ ନିଆଁ ଲାଗିଲେ...

ଶୌଚ ହେବାକୁ ଯାଇଥିବା ନାବାଳିକାଙ୍କୁ ଅସଦାଚରଣ: ଅଭିଯୁକ୍ତ ଫେରାର, ପୋଲିସର ତଦନ୍ତ ଜାରି

ରସୁଲପୁର,୧୨।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ବେତଣ୍ଡା ଗ୍ରାମରେ ଗୁରୁବାର ସକାଳେ ଶୌଚ ହେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ସେହି ଗ୍ରାମର...

ବିଦ୍ୟାଳୟ ପରିଦର୍ଶନ କରୁଛନ୍ତି ନକଲି ସିଆର୍‌ସିସି, ଚିତ୍ରକୋଣ୍ଡା ଥାନାରେ ଏତଲା

ଚିତ୍ରକୋଣ୍ଡା,୧୪।୧(ଡି.ଏନ୍‌.ଏ.): ଜଣେ ବ୍ୟକ୍ତି ନିଜକୁ ସିଆର୍‌ସିସି ବୋଲି ପରିଚୟ ଦେଇ ଗତ ୧୧ ତାରିଖରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ନୂଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଆର୍‌ଏସ୍‌ସି ୧୩...

କଲ୍ୟାଣ ମଣ୍ଡପ ସ୍ଥାନ ନିରୂପଣ ନେଇ ବିବାଦ

ଧାମନଗର,୧୧।୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ବୟାଙ୍ଗଡିହି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ଆରମ୍ଭ ହେବାକୁ ଥିବାବେଳେ ସ୍ଥାନ ନିରୂପଣ ନେଇ ବିବାଦ ସୃଷ୍ଟି ହୋଇଛି।...

ଅବକାରୀ ଚଢ଼ାଉ: ୧୦୦ କୁଇଣ୍ଟାଲ ମହୁଲଫୁଲ ଜବତ

କୁତ୍ରା, ୬।୧୧ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରାଠାରେ ରାଜଗାଙ୍ଗପୁର ଓ ବଡ଼ଗାଁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୦୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲ ଫୁଲ...

ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଟ୍ରେଞ୍ଚ ଖୋଳିଲା ପ୍ରଶାସନ

ଆନନ୍ଦପୁର,୪।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅନ୍ତର୍ଗତ ପଦ୍ମପୁର ବୈତରଣୀ ନଦୀ ବାଲି ଘାଟରୁ ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଆନନ୍ଦପୁର ତହସିଲ ପକ୍ଷରୁ...

କୋଟଗଡ଼ ବ୍ଲକ: ନୂଆବର୍ଷ ପାଇଁ ପ୍ରତିଷେଧକ ଟକା କାର୍ଯ୍ୟକ୍ରମ ବନ୍ଦ

କୋଟଗଡ,୩ା୧(ଡି.ଏନ.ଏ.) – କନ୍ଧମଳ ଜିଲା କୋଟଗଡ ବ୍ଲକରେ ୧୫ଟି ପଞ୍ଚାୟତ ରହିଛି। ପ୍ରତ୍ୟେକ ପଞ୍ଚାୟତରେ ଏଏନ୍‌ଏମ ଓ ଆଶା କର୍ମୀଙ୍କ ଦ୍ୱାରା ଶିଶୁ ଓ ଗର୍ଭବତୀମାନଙ୍କୁ...

Leave a comment

Your email address will not be published. Required fields are marked *