ବିସ୍ଫୋରଣରେ ଯୁବତୀଙ୍କ ଜୀବନଗଲା: ଭାଇକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ

ସୁନ୍ଦରଗଡ଼, ୧।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରାଣୀ ବଗିଚାରେ ଗୁରୁବାର ରାତିରେ ବିସ୍ଫୋରଣ ଘଟି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରେଣୁକା ନାଗ (୨୩)।
ରେଣୁକାଙ୍କ ବାପା କହ୍ନାଇ ନାଗଙ୍କ କହିବା ଅନୁସାରେ, ଗୁରୁବାର ରାତିରେ ପରିବାର ଲୋକେ ଖାଇପିଇ ଶୋଇବାକୁ ଯାଉଥିଲେ। ଏହି ସମୟରେ ଝିଅ ରେଣୁକା ଅନ୍ୟ ଏକ କୋଠରୀକୁ ଯାଇ ଏକ ଟିଣ ବାକ୍ସ ଖୋଲିଥିଲେ। ଏହି ସମୟରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ରେଣୁକାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶୁକ୍ରବାର ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପୋଲିସ କିଛି କହି ନ ଥିବା ବେଳେ ରେଣୁକାଙ୍କ ଭାଇକୁ ଥାନାରେ ଅଟକ ରଖି ପଚରାଉଚରା ଚଲାଇଥିବା ଜଣାପଡ଼ିଛି।


All Right Reserved By Dharitri.Com

ଲକ୍‌ଡାଉନ୍‌ ଊଲ୍ଲଂଘନ ଅଭିଯୋଗ , ୯ ଦୋକାନୀ ଗିରଫ

ଭଣ୍ଡାରିପୋଖରୀ, ୨୨।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକରେ ଦୁଇ ଜଣ କରନା ରୋଗୀ ଚିହ୍ନଟ ହେବା ପରେ ବ୍ଲକର ଦୁଇ ପଞ୍ଚାୟତକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି। ଏହା ଛଡ଼ା...

ମହିଳାଙ୍କ ତଣ୍ଟିକାଟି ହତ୍ୟା

ଶେରଗଡ଼,୨୮ା୧୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଶେରଗଡ଼ ନିକଟସ୍ଥ ପାରସିଙ୍ଗି ଗ୍ରାମରେ ବୁଧବାର ରାତି ପ୍ରାୟ ୯ଟାରେ ଜଣେ ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଲେ...

ଗଞ୍ଜାମରେ କରୋନା ସ୍ଥିତି ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ଆଲୋଚନା: ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟର ବୁଲି ଦେଖିଲେ; ଅନ୍ତେବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱ

ଛତ୍ରପୁର, ୧୨।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗତ ୧୦ ତାରିଖରେ ସ୍ବାସ୍ଥ୍ୟ...

କେନ୍ଦୁଝରରେ ଭାରତ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

କେନ୍ଦୁଝର,୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରତିବାଦରେ ବିଭିନ୍ନ ରାଜନୈତିକ ଦଳ ଓ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ...

ଲଇକେରାରେ ଆରମ୍ଭ ହେଲା ସ୍ବାବ୍‌ ନମୁନା ସଂଗ୍ରହ

ଲଇକେରା, ୨୮।୪ (ଡି.ଏନ.ଏ.): ଝାରସୁଗୁଡା ଜିଲା ଲଇକେରା ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ସୋମବାର ସ୍ବାବ୍‌ ସଂଗ୍ରହ କେନ୍ଦ୍ର ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ଲଇକେରା,...

ମୋରଡ଼ାରେ ଡବଲ ମର୍ଡର: ସ୍ତ୍ରୀ, ଶାଶୁ ମୃତ: ପୋଲିସର ଅବହେଳାକୁ ଦାୟୀକଲେ ସ୍ଥାନୀୟ ଲୋକେ

ବାରିପଦା ଅଫିସ,୧୭।୬: ମୋରଡ଼ା ଥାନା ଚିକିଟାମାଟିଆ ପଞ୍ଚାୟତ ଖୁଣ୍ଟାପାଳ ଗ୍ରାମରେ ସୋମବାର ଏକ ଡବଲ ମର୍ଡର ଘଟିଛି। ସକାଳ ପ୍ରାୟ ସାଢ଼େ ୬ଟାରେ ଅନୈତିକ ସମ୍ପର୍କ...

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ସରଣ୍ଡା,୨୩।୧୧(ଡି.ଏନ୍‌.ଏ.): ସମ୍ବଲପୁର-ବଲାଙ୍ଗୀର ରେଳପଥର ବରଗଡ଼ ଜିଲା ଗୋଡ଼ଭାଗା ଷ୍ଟେଶନରେ ଶନିବାର ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ ବଗିରେ ନିଆଁ ଲାଗିଯାଇଛି। ସମ୍ବଲପୁର ଡିଭିଜନ୍‌ରୁ ବିଜୟଓ୍ବାଡା...

ସାରାବଙ୍ଗ ପଞ୍ଚାୟତ ସମ୍ମୁଖରେ ଧାରଣା

ନୂଆପଡା ଅଫିସ,୩ା୮ ନୂଆପଡା ଜିଲା ସଦର ବ୍ଲକ ସାରାବଙ୍ଗ ପଞ୍ଚାୟତରେ ଉନ୍ନୟନ କାମରେ ଅନିୟମିତତା ହୋଇଥିବା ନେଇ ସାରାବଙ୍ଗ ଗ୍ରାମବାସୀ ଆଜକୁ ଦେଢ ମାସ ହେବ...

Leave a comment

Your email address will not be published. Required fields are marked *