ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠି ପାଇଁ ଘର ଘର ବୁଲି ଟଙ୍କା ସଂଗ୍ରହ କରୁଛନ୍ତି ସୁନ୍ଦରଗଡ଼ ବିଧାୟିକା

ସୁନ୍ଦରଗଡ ,୧।୫ (ଡି.ଏନ୍‌.ଏ.): ବିଶ୍ୱ ମହାମାରୀ କରୋନାକୁ ପରାସ୍ତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଯୋଡି ହୋଇଛନ୍ତି ସବୁ ବର୍ଗର ଲୋକ। ଏହି କ୍ରମରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଗାଁ ଗାଁ ବୁଲି କୋଭିଡ-୧୯ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ମାକ୍ସ ବଣ୍ଟନ କରୁଛନ୍ତି। ଅସହାୟ ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ନିବେଦନ କରୁଛନ୍ତି। ଏଥିସହ କୋଭିଡ-୧୯ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠି ପାଇଁ ବିଧାୟିକା ଘର ଘର ବୁଲି ପାଣ୍ଠି ସଂଗ୍ରହ କରୁଛନ୍ତି। ଗତ ୨ଦିନ ଧରି ବିଧାୟିକା ସୁନ୍ଦରଗଡ଼ ପୌରାଞ୍ଚଳ ସମେତ ସଦର ବ୍ଲକର କୁଲଟା ପଞ୍ଚାୟତର ଘୁମଡ଼ା ଓ ରୂପିଡିହି ଗ୍ରାମରେ ଘର ଘର ବୁଲି ଏହି ପାଣ୍ଠି ସଂଗ୍ରହ କରୁଛନ୍ତି। ଜିଲା ଭାଜପାର ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଦାମ ହୋତା, ବିଧାୟିକା ପ୍ରତିନିଧି ଭୀମସେନ ନାଏକ, ମାଧବ ସା, ନିମାଇଁ ନାଏକ, ଆଇନଜୀବୀ ଉମାଶଙ୍କର ପଟେଲ, ସୁପ୍ରଭା ପଟେଲ, ପୂର୍ବତନ ସରପଞ୍ଚ ସୁଷମା ନାଏକ ପ୍ରମୁଖ ଏଥିରେ ସାମିଲ ଥିଲେ।
ସେହିପରି ସୁନ୍ଦରଗଡ ପୌରାଞ୍ଚଳର ଓାର୍ଡ ନଂ. ୧୪.୧୬,୧୮ରେ ମଧ୍ୟ ବିଧାୟିକା ଘର ଘର ବୁଲି ପାଣ୍ଠି ସଂଗ୍ରହ ସହ ଲୋକଙ୍କୁ ସଚେତନ କରିଥିଲେ। ଗରବ, ଅସହାୟ ଓ ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ବରିଷ୍ଠ ଭାଜପା ନେତା ସୁରେନ୍ଦ୍ର ସ୍ବର୍ଣ୍ଣକାର, ଯୁବନେତା ମନୀଷ ପଟେଲ, ସାଗର ସାହୁ, ଆଶୀଷ ପଟେଲ, ରୂପେଶ ପଟେଲ, ରାଜୁ ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।


All Right Reserved By Dharitri.Com

ବେଆଇନ ରାସ୍ତା, ଇଟାଭାଟି ନିର୍ମାଣକୁ ବିରୋଧ କଲେ ମହିଳା

ମହାକାଳପଡ଼ା,୬।୧(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳର ପାର୍ଶ୍ୱ ଗ୍ରାମ ମଧ୍ୟରେ ବେଆଇନ ରାସ୍ତା ଏବଂ ଇଟାଭାଟି ନିର୍ମାଣକୁ ସ୍ଥାନୀୟ ମହିଳାମାନେ...

ଫାଇଲିନ୍‌କୁ ପୂରିଲା ୬ ବର୍ଷ : ମନେପଡ଼ିଲେ ଥରିଉଠେ ଛାତି

ଛତ୍ରପୁର,୧୨ା୧୦(ଡି.ଏନ.ଏ)-୨୦୧୩ ଅକ୍ଟୋବର ୧୨ ତାରିଖ ରାତିରେ ଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫାଇଲିନ’। ଏହି ବାତ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷକରି ଗଞ୍ଜାମ...

ନକଲି ସାର୍ଟିଫିକେଟ୍‌ ଦେଇ ଧରାପଡ଼ିଲେ ୪ ଶିକ୍ଷକ: ଏତଲା ସହ ବହିଷ୍କାର ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ବ୍ରହ୍ମପୁର ଅଫିସ୍‌,୩ା୧୧- ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତାର ନକଲି ସାର୍ଟିଫିକେଟ୍‌ ଦେଇ ଗଞ୍ଜାମ ଜିଲାର ୪ଜଣ ଶିକ୍ଷକ ଧରାପଡ଼ିଛନ୍ତି। ଏହି ସମସ୍ତ ଶିକ୍ଷକ ଧରାକୋଟ ବ୍ଲକର...

ଛାତ୍ରଙ୍କ ଅଜାଣତରେ କଲେଜ କର୍ତ୍ତୃପକ୍ଷ ବ୍ୟାଙ୍କରୁ ଋଣ ଉଠାଇବା ଘଟଣା: ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କଲେ ଜିଲାପାଳ

ବାରିପଦା ଅଫିସ,୨୫ା୯- ମୟୂରଭଞ୍ଜ ଜିଲା ଚିତ୍ରଡା ସ୍ଥିତ ଏକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କ ଅଜାଣତରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବ୍ୟାଙ୍କରୁ ଋଣ ଉଠାଇ ଆଣିବା ଘଟଣା...

ଏସ୍‌ସିବିରେ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ

କଟକ ଅଫିସ,୬।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍‌ସିବି)ରେ ଚଳିତ ବର୍ଷର ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ ହୋଇଛି। ହସ୍ପିଟାଲର ସ୍ବତନ୍ତ୍ର...

ଚନ୍ଦକାରେ ଭାରତବନ୍ଦକୁ ସମର୍ଥନ, ଆନ୍ଦୋଳନକାରୀଙ୍କ ରାସ୍ତାରୋକୋ

ବାରଙ୍ଗ,୮।୧(ଡି.ଏନ୍‌.ଏ.): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ତରଫରୁ ଭାରତବନ୍ଦ ଡାକରାର ପ୍ରଭାବ ବାରଙ୍ଗ ଅଞ୍ଚଳରେ ଦେଖିବାକୁ ମିଳି ନ ଥିବାବେଳେ ଚନ୍ଦକାରେ ଏହାର ପ୍ରଭାବ ଦେଖାଦେଇଛି। ଚନ୍ଦକା...

ମାସ୍କ ନ ପିନ୍ଧି ଜରିମାନା ଗଣିଲେ ୨୦ ଯୁବକ

ବଇଣ୍ଡା, ୧୩ା୪(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଛକ ଓ ହଣ୍ଡପା ଥାନା ଅଞ୍ଚଳରେ କିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇଛି...

କୋରାପୁଟ ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ

ଜୟପୁର,୧୯।୮(ଡି.ଏନ୍‌.ଏ): କୋରାପୁଟ ଜିଲା ଡିଏଫଓଙ୍କ କାର୍ଯ୍ୟାଳୟ ସୋମବାର କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରୀ ସଂଘ ପକ୍ଷରୁ ଘେରାଉ କରାଯାଇଛି। ସୁପରଭାଇଜର, ଚେକର ଓ ଚପରାସିଙ୍କୁ ବାର୍ଷିକ ନିର୍ଦ୍ଧାରିତ...

Leave a comment

Your email address will not be published. Required fields are marked *