କରୋନା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ

କୋଡ଼ିଙ୍ଗା/ନବରଙ୍ଗପୁର,୩୦ା୪(ଡି.ଏନ୍‌.ଏ./ବି.ପ୍ର.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ ଏକୋରୀ ପଞ୍ଚାୟତ ଅଧୀନ ନୂନପାଣି ଗ୍ରାମରେ କରୋନା ସନ୍ଦିଗ୍ଧମାନଙ୍କ ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ବଖରାରେ ଥିବା ସମସ୍ତ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଛି। ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସରପଞ୍ଚ ଓ ଗ୍ରାମବାସୀଙ୍କଠାରୁ ଖବର ପାଇ ଅଗ୍ନିଶମ ବିଭାଗ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ୮ ବଖରା ବିଶିଷ୍ଟ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ୫୦ ବେଡ୍‌ର ବ୍ୟବସ୍ଥା ହୋଇଥିବାବେଳେ ଗୋଟିଏ ବଖରାରେ ନିଆଁ ଲାଗି ୭ ବେଡ୍‌, ୪ ପଙ୍ଖା, ଇନ୍‌ଭର୍ଟର ଓ ଅନ୍ୟ ଜିନିଷପତ୍ର ଜଳିଯାଇଥିବା ଜଣାପଡ଼ିଛି


All Right Reserved By Dharitri.Com

ପ୍ରକଳ୍ପ ଅଛି, ପାନୀୟ ଜଳ ମିଳୁନି

ତେନ୍ତୁଳିଖୁଣ୍ଟି,୧।୫(ଡି.ଏନ.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ଗ୍ରାମପଞ୍ଚାୟତ ଖାତିଗୁଡାଠାରେ ଜଳଯୋଗାଣ ପ୍ରକଳ୍ପ ରହିଛି। କିନ୍ତୁ ଏହା ଲୋକଙ୍କ ଆବଶ୍ୟକତା ପୂରଣ କରି ପାରୁ ନାହିଁ।...

ବିପଦସଙ୍କୁଳ ଅବସ୍ଥାରେ ସୋନପୁର ରାଜପ୍ରାସାଦ

ସୋନପୁର,୨୩।୧୦(ନି.ପ୍ର.): ମହାନଦୀ କୂଳରେ ଥିବା ସୋନପୁର ରାଜପ୍ରାସାଦ ରକ୍ଷଣାବେକ୍ଷଣ ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ଅଛି। ପ୍ରତିଦିନ ରାଜପ୍ରାସାଦରୁ ଇଟା ଓ କଂକ୍ରିଟ୍‌ ଖଣ୍ଡ ଖସୁଛି।...

ବିବାଦୀୟ ସ୍ଥାନରେ ଦୋକାନ ଅନୁମତି

ଅନୁଗୋଳ ଅଫିସ୍‌, ୧୯।୩: ଅନୁଗୋଳ ବସ୍‌ଷ୍ଟାଣ୍ଡ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ଏକ ବିବାଦୀୟ ସ୍ଥାନରେ ଦୋକାନ ଖୋଲିବାକୁ ପୌରପାଳିକା ପକ୍ଷରୁ ଅନୁମତି ଦିଆଯାଇଥିବା...

ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ସ୍ଥାପନ ଘଟଣା: ଅଭିଯୁକ୍ତଙ୍କୁ ୬ମାସ କାରାଦଣ୍ଡାଦେଶ

ବାଲିଗୁଡ଼ା,୫।୧୦.(ଡି.ଏନ୍‌.ଏ.): ଜଣେ ଦିନମଜୁରିଆ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗର ବିଚାରକରି ବାଲିଗୁଡ଼ା ଏସ୍‌ଡିଜେଏମ୍‌ ସୌମ୍ୟ ସ୍ବରୂପ ସାହୁ ସାରଙ୍ଗଗଡ଼...

ନିର୍ବନ୍ଧ ଆଗରୁ ବିଷପିଇ ଆତ୍ମହତ୍ୟା କଲେ ଯୁବତୀ

ଗୋପାଳପୁର,୧୫।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଆରୁଆପଲ୍ଲୀ ଗ୍ରାମର ଜଣେ ଯୁବତୀ ଶନିବାର ବିଷପିଇ ଅତ୍ମହତ୍ୟା କରିଛନ୍ତି। ସେ ହେଲେ ସନ୍ତୋଷିନୀ ପ୍ରଧାନ (୧୮)।...

ଗଳ୍ପ ସାହିତ୍ୟରେ ନୂଆ ଧାରା ଆଣିଥିଲେ କହ୍ନେଇଲାଲ୍‌

ବାଲେଶ୍ୱର ଅଫିସ,୨୮।୬-ମଣିଷ ଜୀବନର ବାସ୍ତବ ଚିତ୍ରକୁ କାହାଣୀରେ ରୂପ ଦେଇ ବିଶିଷ୍ଟ କଥାକାର କହ୍ନେଇଲାଲ୍‌ ଦାସ ଓଡିଆ ଗଳ୍ପ ସାହିତ୍ୟରେ ଏକ ନୂଆ ଧାରା ସୃଷ୍ଟି...

ପର୍ଯ୍ୟଟନ ବିକାଶକୁ ପ୍ରଶାସନିକ ଅଣଦେଖା

କେନ୍ଦୁଝର, ୧।୧୧(ସ୍ବ.ପ୍ର.)-କେନ୍ଦୁଝରରେ ପଡ଼ିଲାଣି ଶୀତ। ଏହାହେଉଛି ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବଣପାହାଡ ଘେରା କେନ୍ଦୁଝର ଜିଲାର ପ୍ରତିଟି ସ୍ଥାନ ରମଣୀୟ । ଏହି ଜିଲାର...

କରୋନା ସଂକ୍ରମିତ ବ୍ୟବହାର ପରିପାରିବେ ନାହିଁ ମୋବାଇଲ୍‌ ଫୋନ

ଲକ୍ଷ୍ନୌ,୨୪।୫: ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କୁ ମୋବାଇଲ ବ୍ୟବହାର କରିବାକୁ ମନା କରାଯିବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସମାଜବାଦୀ ପାର୍ଟି ମୁଖ୍ୟ...

Leave a comment

Your email address will not be published. Required fields are marked *