ପିଲା ବେଳର ଫଟୋ ଶେୟାର କରି ରିଷିଙ୍କୁ ମନେପକାଇଲେ ସୁର ସାମ୍ରାଜ୍ଞୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲଗାତର ଦ୍ୱିତୀୟ ଦିନରେ ଏକ ବଡ଼ ଝଟ୍‌କା ଲାଗିଛି। ବୁଧବାର ଅଭିନେତା ଇର୍ଫାନ ଖାଁଙ୍କ ବିୟୋଗର ଦୁଃଖ ମନରୁ ଲିଭି ନ ଥିବା ବେଳେ ଗୁରୁବାର ବର୍ଷୀୟାନ ଅଭିନେତା ରିଷି କପୁର ସମସ୍ତଙ୍କଠାରୁ ବିଦାୟ ନେଇଛନ୍ତି। ଗୁରୁବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।

ଇତିମଧ୍ୟରେ କୋକିଳ କଣ୍ଠ ତଥା ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର ମଧ୍ୟ ରିଷିଙ୍କ ନିଧନରେ ଭାବୁକ ହୋଇପଡ଼ିଛନ୍ତି। ସୋସିଆଲ ମିଡିଆରେ ଲତା ରିଷିଙ୍କ ପିଲା ବେଳର ଏକ ଫଟୋ ଶେୟାର କରି ତାଙ୍କୁ ମନେପକାଇଛନ୍ତି। ଯେତେବେଳେ ରିଷି ୬ ମାସର ହୋଇଥିଲେ ସେତେବେଳେ ଲତା ରିଷିଙ୍କୁ ନିଜ କୋଳରେ ଧରିଥିବା ଏହି ଫଟୋରେ ଦେଖିବାକୁ ମିଳିଛି। ଏଥିସହ ସେ ଟୁଇଟରର ଏକ କ୍ୟାପଶନ୍‌ରେ ଲେଖିଛନ୍ତି, ନିକଟରେ ରିଷି ମୋତେ ତାଙ୍କର ଓ ମୋର ଏହି ଫଟୋ ପଠାଇଥିଲେ। ତାଙ୍କର ସେହି ସବୁ କଥା ଏବେ ମନେ ପଡ଼ୁଛି। ତାଙ୍କର ମୃତ୍ୟୁରେ ମୁଁ ମ୍ରିୟମାଣ ହେବା ସହ ଶବ୍ଦହୀନ ହୋଇପଡ଼ିଛି। ତାଙ୍କ ମୃତ୍ୟୁ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଅପୂରଣୀୟ କ୍ଷତି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ଲତା କହିଛନ୍ତି।


All Right Reserved By Dharitri.Com

ଏକ୍ସ-ବୟଫ୍ରେଣ୍ଡ୍‌ଙ୍କୁ ମନେପକାଇ ଗୀତ ଗାଇଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ଏବେ ଟେଲିଭିଜନ ଶୋ’ ‘ଇଣ୍ଡିଆନ ଆଇଡଲ ୧୧’ର ଜଜ୍‌ କରୁଛନ୍ତି। ଏହି ଶୋ’ର ଏକ ସ୍ବତନ୍ତ୍ର ଏପିସୋଡ ‘ଶାଦି...

ଏଥର ବାୟୋପିକ୍‌ରେ ଅରିନ୍ଦମ୍‌

ନାୟକ ଅରିନ୍ଦମ୍‌ଙ୍କର ଖୁସି କହିଲେ ନ ସରେ। କାରଣ ନିଜ ଓଲିଉଡ୍‌ କ୍ୟାରିୟରରେ ସେ ପ୍ରଥମଥର ପାଇଁ ଏକ ବାୟୋପିକ୍‌ରେ ଅଭିନୟ କରୁଛନ୍ତି। ଏହି ଓଡ଼ିଆ...

ମୁଣ୍ଡରେ ଗୋଲାପ ଖୋସି ର଼୍ୟାମ୍ପରେ ଚାଲି ଟ୍ରୋଲ୍‌ ହେଲେ ରାନୁ

ରେଳ ଷ୍ଟେଶନରେ ଗୀତ ଗାଇ ରାତାରାତି ସୋସିଆଲ ମିଡିଆ ସେନସେଶନ୍‌ ପାଲଟିଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ଦିନେ ନିଜ ପ୍ରତିଭା ଦ୍ୱାରା ସମସ୍ତଙ୍କ...

ଅପେକ୍ଷା ଡିସେମ୍ବରକୁ

ଚୁଲ୍‌ବୁଲ୍‌ ପାଣ୍ଡେଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ସେ ଆସିବା ମାତ୍ରେ ସେଠାରେ ଉପସ୍ଥିତ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ିଯାଉଛି। କେମିତି ତାଙ୍କ ସହ ଦୁଇପଦ...

ଷ୍ଟାରଙ୍କ ପାଇଁ ନୁହେଁ କୁକୁୁର ପାଇଁ ଫଟୋ ହେଉଛି ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ରଣବୀର କପୁର ଓ ଶାହାରୁଖ ଖାଁ ନିଜ ନିଜ ଷ୍ଟାଇଲ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ହେଲେ ନିକଟରେ...

ସଲମାନଙ୍କ ଘର ଉଡ଼ାଇ ଦେବାକୁ ଧମକ

ବଲିଉଡ୍‌ର ସିଙ୍ଗଲ୍‌ ମ୍ୟାନ୍‌ ସଲମାନ୍‌ ଖାଁଙ୍କ ଘର ଉଡ଼ାଇ ଦେବାକୁ ଗାଜିଆବାଦର ଜଣେ ୧୬ ବର୍ଷର ନାବାଳକ ଧମକ ଦେଇଛନ୍ତି। ମୁମ୍ବାଇ ପୋଲିସକୁ ମେଲ୍‌ କରି...

ଦାଦା ସାହେବ ଫାଲ୍‌କେ ଆଓ୍ବାର୍ଡ: ହ୍ରିତିକ୍‌ ଶ୍ରେଷ୍ଠ ଅଭିନେତା

ମୁମ୍ବାଇ: ୨୦୨୦ ପାଇଁ ଦାଦା ସାହେବ ଫାଲ୍‌କେ ଆଓ୍ବାର୍ଡ ଉତ୍ସବ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଅଭିନେତ୍ରୀ ଅଭିନେତା ଅଂଶଗ୍ରହଣ କରିଥିଲେ। ବଲିଉଡ୍‌ ଅଭିନେତା...

ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଏଭଳି ଏକ ଷ୍ଟାର, ଯିଏ ଆବଶ୍ୟକତା ପଡ଼ିଲେ ସବୁବେଳେ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। କିଛି ଦିନ ପୂର୍ବରୁ ଅକ୍ଷୟ...

Leave a comment

Your email address will not be published. Required fields are marked *