କରୋନା ପରର ପୃଥିବୀ: ଭିଡ଼ରୁ ଦୂରେଇ ରହିବେ ୪୬ ପ୍ରତିଶତ, ୪୪.୯ ପ୍ରତିଶତ ପିନ୍ଧିବେ ମାସ୍କ୍‌

ଓ୍ବାଶିଂଟନ,୩୦।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁରାଷ୍ଟ୍ରର ବୈଜ୍ଞାନିକ ନାନା ପ୍ରକାର ଗବେଷଣା ଜାରି ରଖିଛନ୍ତି। ଏପରିସ୍ଥଳେ ଗ୍ଲୋବାଲ ଡାଟା ଏଜେନ୍ସି ଷ୍ଟେରିଷ୍ଟା ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, କରୋନା ପରେ ପୃଥିବୀରେ ବହୁ ସାମାଜିକ ପରିବର୍ତ୍ତନ ଘଟିବ। ୪୬ ପ୍ରତିଶତ ଲୋକ ଭିଡ଼ରୁ ଦୂରେଇ ରହିବାକୁ ପସନ୍ଦ କରିବେ। ସେହିପରି ୫୧ ପ୍ରତିଶତ ଲୋକ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ। ଏହି ରିପୋର୍ଟ ମୁଖ୍ୟତଃ ଆମେରିକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ତେବେ ଏହାର ନିର୍ଯ୍ୟାସ ସାରା ପୃଥିବୀ ପାଇଁ ଲାଗୁ ହେବ ବୋଲି ଏଥିରେ ଦର୍ଶାଯାଇଛି। କରୋନା ପରେ ଯେ କୌଣସି ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତିରେ ୬୦.୧ ପ୍ରତିଶତ ବିକାଶ ହେବ। ସେହିପରି ୪୪.୯ ପ୍ରତିଶତ ବିନା ମାସ୍କ୍‌ରେ ବାହାରକୁ ଯିବାକୁ ପସନ୍ଦ କରିବେନି। ଘରେ ରହି କାମ କରିବା ପ୍ରକ୍ରିୟାରେ ୩୯ ପ୍ରତିଶତ ବୃଦ୍ଧି ଘଟିବ ବୋଲି ରିପୋର୍ଟରେ କୁହାଯାଇଛି।


All Right Reserved By Dharitri.Com

କରୋନାକୁ ହରାଇ ଘରକୁ ଫେରିଲେ ଅଭିନେତା ଟମ୍‌ ହଙ୍କସ୍‌-ସ୍ତ୍ରୀ ରୀଟା

ଓ୍ବାଶିଂଟନ୍‌,୨୮।୩: କରୋନା ସହିତ ଲଢ଼ି ବିଜୟୀ ହୋଇ ହଲିଉଡ୍‌ ଅଭିନେତା ଟମ୍‌ ହଙ୍କସ୍‌ ଏବଂ ସ୍ତ୍ରୀ ରୀଟା ଓ୍ବିଲସନ୍‌ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କଠାରେ କରୋନା...

୨୧ଦିନରେ ୭ ଗୁଣ ବଢ଼ିଗଲେ ଆକ୍ରାନ୍ତ

ଭୁବନେଶ୍ୱର, ୨୨।୫ (ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ଠାରୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ବିଶେଷକରି ମେ’ ମାସରେ ସ୍ଥିତି ଅଧିକ ବିଗିଡିବାରେ...

ଆସନ୍ତା ୧୬ରୁ ବଲାଙ୍ଗୀର, ୨୩ରୁ କୋରାପୁଟ, ୩୧ରୁ ବାରିପଦାରେ କୋଭିଡ ପରୀକ୍ଷା: ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ,୧୪।୫- ସମଗ୍ର ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଦେଶ ତଥା ରାଜ୍ୟରେ...

ପେଟରୁ ବାହାରିଲା ଏଲ୍‌ଇଡି ବଲ୍‌ବ

ଫରିଦାବାଦ୍‌,୭।୨: ହରିୟାଣାର ଫରିଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୦ ବର୍ଷୀୟ ବାଳକଙ୍କ ପେଟରୁ ଏଲ୍‌ଇଡି ବଲ୍‌ ବାହାର କରାଯାଇଛି। ଫରିଦାବାଦର ସେକ୍ଟର ୬୨ରେ...

ଲକ୍‌ଡାଉନ୍‌ ବଢାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ୨୧ ଦିନଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ଲକ୍‌ଡାଉନ ପୂରଣ ହେବାକୁ ଆଉ ମାତ୍ର ୭...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କଲେ ସୋର ବିଧାୟକ

ବାହାନଗା,୧ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ବିଧାନସଭା ନିିର୍ବାଚନ ମଣ୍ଡଳୀର ବିଧାୟକ ପର୍ଶୁରାମ ଧଡ଼ା ବିଶ୍ୱ ମହାମାରୀ କରୋନା ଭାଇରସର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌...

ଜମାତ ସହ ସମ୍ପୃକ୍ତ ୪ ହଜାର ସଂକ୍ରମିତ

ନୂଆଦିଲ୍ଲୀ,୧୯।୪: ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୧୪,୩୭୮ରେ ପହଞ୍ଚତ୍ଥିବାବେଳେ ସେଥିରୁ ୪୨୯୧ମାମଲା ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ଗତ ମାସରେ ଅନୁଷ୍ଠିତ ତବଲିଘି ଜମାତ ଧର୍ମସଭା ସହ ସମ୍ପୃକ୍ତ...

ପ୍ରସ୍ତୁତି ଲାଗି ଯଥେଷ୍ଟ ସମୟ ଥିଲା

ନୂଆଦିଲ୍ଲୀ,୨୫ା୩: ଭାରତରେ ଏବେ ଚାରିଆଡ଼େ ଭୟ ଓ ଆତଙ୍କର ପରିବେଶ। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ଭାଇରସ୍‌ରେ ୫୧୧ ଆକ୍ରାନ୍ତ ହେବା ପରେ...

Leave a comment

Your email address will not be published. Required fields are marked *