Posted inଜାତୀୟ

ଜମ୍ମୁ କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୨।୬: ଜାମ୍ମୁ କାଶ୍ମୀରର ଅନ୍ତନାଗ କେପି ରୋଡ଼ରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସିଆରପିଏଫର ୫ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିସହ ଯବନାଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏବେ ବି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଗୁଳି ବିନିମୟରେ ଘଟଣାସ୍ଥଳରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନନ୍ତନାଗ ପୁଲିସ, ଏସଏଚଓ ଓ ସିଆରପିଏଫର ୫ ଜଣ ଯବାନଙ୍କ ଦେହରେ ଗୁଳି ବାଜିଥିଲା। ଆହତଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସିତ ଅବସ୍ଥାରେ ୨ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, କେପି ରୋଡ଼ରେ ପୁଲିସ ଓ ସିଆରପିଏଫର ଏକ ପାଟ୍ରୋଲିଂ ଦଳ ଉପରକୁ ଅତର୍କିତ ଭାବେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।


All Right Reserved By Dharitri.Com

୨୫ ହାଇକୋର୍ଟରେ ଗଡୁଛି ୪୩ ଲକ୍ଷ ମାମଲା: ୪୧୪ ବିଚାରପତି ପଦବୀ ଖାଲି

ନୂଆଦିଲ୍ଲୀ,୧୪ା୯(ପି.ଟି.): ଦେଶର ୨୫ ହାଇକୋର୍ଟରେ ୪୧୪ ବିଚାରପତି ପଦବୀ ଖାଲି ପଡ଼ିଛି, ଯାହାକି ଅଦ୍ୟାବଧି ସର୍ବାଧିକ ବୋଲି ଆଇନ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡ଼ିଛି। ସେପ୍ଟେମ୍ବର ୧ରେ...

ମହାତ୍ମା ଗାନ୍ଧୀଙ୍କୁ ନିଜ ଅଟୋଗ୍ରାଫକୁ ୫ଟଙ୍କାରେ ବିକ୍ରି କରିବାକୁ ପଡ଼ିଥିଲା

ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ଆଡ଼ମ୍ବରରେ ପାଳନ...

ଭାଜପାରେ ସାମିଲ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ

ଲକ୍ଷ୍ନୌ, ୧୬।୭: ସମାଜବାଦୀ ପାର୍ଟି(ଏସପି)ନେତା ନୀରଜ ଶେଖର ମଙ୍ଗଳବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ମହାସଚିବ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ପୂର୍ବତନ...

୫୦ ଅଣ୍ଡା ଖାଇବାକୁ ଲାଗିଥିଲା ସର୍ତ୍ତ: ୪୨ଖାଇବା ପରେ ମୃତ୍ୟୁ

ଜୋନପୁର,୪।୧୧: ବେଳେବେଳେ ଥଟ୍ଟାରେ ଲାଗିଥିବା ସର୍ତ୍ତ ମୃତ୍ୟୁର କାରଣ ହୋଇଥାଏ। ଅଣ୍ଡା ଓ ମଦରେ ସର୍ତ୍ତ ଲଗାଇ ଜଣେ ବ୍ୟକ୍ତି ମୃତ୍ୟୁମୁଖକୁ ଠେଲି ହୋଇଯାଇଥିବା ଜଣାପଡ଼ିଛି।...

ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୭।୧୧: ଆକ୍ସନ ମୁଡ୍‌ରେ ଯୋଗୀ ସରକାର। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ୭ଜଣ ପିପିଏସ୍‌ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଭ୍ରଷ୍ଟାଚାର କାରଣରୁ ଅଧିକାରୀଙ୍କୁ...

ମୂଲାୟମଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର

ଲକ୍ଷ୍ନୌ, ୧୦।୬: ସମାଜବାଦୀ ପାର୍ଟି ନେତା ମୂଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ଫଳରେ ସୋମବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସୂଚନାଯୋଗ୍ୟ, ରବିବାର...

କମଲ ନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୮।୧୧: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ସୋମବାର ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ତାଙ୍କୁ...

ଦିଲ୍ଲୀରେ କଂଗ୍ରେସକୁ ଝଟ୍‌କା

ନୂଆଦିଲ୍ଲୀ,୨।୮: ଦିନକୁ ଦିନ କଂଗ୍ରେସ ତା’ର ଶକ୍ତି ହରାଉଛି ବୋଲି ଆଲୋଚନା ହେଉଛି। କାରଣ ଲୋକ ସଭା ନିର୍ବାଚନ ପୂର୍ବରୁ ହେଉ ଅବା ପରେ କଂଗ୍ରେସର...

Leave a comment

Your email address will not be published. Required fields are marked *