Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଗ୍ରୀଷ୍ମପ୍ରବାହ ଯୋଗୁ ଅତିରିକ୍ତ ବିରତି

ଭୁବନେଶ୍ୱର,୧୨।୬(ପିଟି): ଅତ୍ୟନ୍ତ ଗ୍ରୀଷ୍ମପ୍ରବାହ ଯୋଗୁ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସରେ ଖେଳାଳିଙ୍କୁ ଅତିରିକ୍ତ ବିରତି ମିଳିଛି। ପ୍ରବଳ ଖରା ପାଇଁ ଆୟୋଜକ କମିଟି ବାଧ୍ୟ ହୋଇ କ୍ୱାର୍ଟର୍ସ ମଧ୍ୟରେ ଧାର୍ଯ୍ୟ ସମୟଠାରୁ ଅଧିକ ବିରତି ନେବାକୁ ନିଷ୍ପତ୍ତି ନେଇଥିଲା। ବୁଧବାର ସକାଳେ ୭ମ ଓ ୮ମ ସ୍ଥାନ ଲାଗି ମେକ୍ସିକୋ ଓ ଉଜ୍‌ବେକିସ୍ତାନ ମଧ୍ୟରେ ପ୍ଲେ-ଅଫ ଖେଳାଯାଇଥିଲା। ମ୍ୟାଚ୍‌ର ପ୍ରତ୍ୟେକ କ୍ୱାର୍ଟର ମଝିରେ ୪ ମିନିଟ୍‌ ବିଶିଷ୍ଟ ବ୍ରେକ ନିଆଯାଇଥିଲା। ଦ୍ୱିତୀୟାର୍ଦ୍ଧଠାରୁ ପ୍ରତ୍ୟେକ ସାଢ଼େ ୭ ମିନିଟ୍‌ ଖେଳ ହେବା ପରେ ଅମ୍ପାୟର ବିରତି ନେଇଥିଲେ। ଯାହା ଫଳରେ ଖେଳାଳିମାନେ ନିଜକୁ ଡିହାଇଡ୍ରେଟ୍‌ କରିବାକୁ ପର୍ଯ୍ୟାପ୍ତ ସମୟ ପାଇଥିଲେ। ପ୍ରବଳ ଖରା ସତ୍ତ୍ୱେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ୦-୨ ଗୋଲରେ ପଛୁଆ ଥିବା ମେକ୍ସିକୋ ଦଳ ମ୍ୟାଚ୍‌କୁ ୪-୩ ଗୋଲରେ ଜିତି ନେଇଥିଲା।


All Right Reserved By

Posted inଖେଳ

ଜେଭରେଭଙ୍କୁ ଜେନେଭା ଓପନ ଟାଇଟଲ

ଜେନେଭା,୨୬।୫- ଜର୍ମାନୀର ଆଲେକଜାଣ୍ଡର ଜେଭରେଭ ଏଠାରେ ଚାଲିଥିବା ଜେନେଭା ଓପନ ଟାଇଟଲ ଜିତି ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା...

କୋହଲି ଦଣ୍ଡିତ

ସାଉଥାମ୍ପଟନ,୨୩ା୬: ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅତ୍ୟଧିକ ଅପିଲ କରିବା ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ତାଙ୍କ ମ୍ୟାଚ୍‌ ଫି’ର ୨୫...

ଭୁବନେଶ୍ୱର ଆନ୍ତଃସ୍କୁଲ ଫୁଟବଲ ଆରମ୍ଭ

ଭୁବନେଶ୍ୱର, ୬।୮(କ୍ରୀଡ଼ା ପ୍ରତନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୩୦ତମ ଭୁବନେଶ୍ୱର ଆନ୍ତଃସ୍କୁଲ ଫୁଟବଲ ସୋମବାର ଆରମ୍ଭ ହୋଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ...

ଆସେସ୍‌ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ: ସ୍ମିଥ, ଓ୍ବାର୍ନର, ବ୍ୟାଙ୍କ୍ରଫ୍ଟ ସାମିଲ

ଲଣ୍ଡନ,୨୭ା୭(ଏ.ଏଫ୍‌.ପି.) ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଥିବା ଆସେସ୍‌ ସିରିଜ ପାଇଁ ଶୁକ୍ରବାର ଅଷ୍ଟ୍ରେଲିଆର ୧୭ଜଣିଆ ଦଳ ଘୋଷଣା କରାଯାଇଛି। ୫ ମ୍ୟାଚ ବିଶିଷ୍ଟ ଏହି...

’ଧୋନୀଙ୍କୁ ୭ନଂରେ ଛାଡ଼ିବା ନିଷ୍ପତ୍ତି ଏକା ମୋର ନ ଥିଲା‘

ମୁମ୍ବାଇ,୨।୮- ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ମହେନ୍ଦ୍ର ସିଂ ଧୋନୀଙ୍କୁ ୭ ନଂରେ ବ୍ୟାଟିଂ ପାଇଁ ଛାଡ଼ିବା ନେଇ ଚାଲିଥିବା ଚର୍ଚ୍ଚା ଏପର୍ଯ୍ୟନ୍ତ ଥମି ନାହିଁ।...

ଟିଭି ନଷ୍ଟ କଲେ ପାକିସ୍ତାନ ପ୍ରଶଂସକ

ମାଞ୍ଚେଷ୍ଟର,୧୭।୬- ସ୍ଥାନୀୟ ଓଲ୍ଡ ଟାଫୋର୍ଡଠାରେ ଭାରତୀୟ ଦଳ ବିଶ୍ୱକପ୍‌ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୮୯ ରନ୍‌ର ବୃହତ୍‌ ବ୍ୟବଧାନରେ ହରାଇ ଦେଇଛି। ବିଶ୍ୱକପ୍‌ ଇତିହାସରେ ଏହା...

ଏନ୍‌ସିଏ ୨୩ବର୍ଷରୁ କମ୍‌ ମହିଳା ଶିବିରରେ ସୁଶ୍ରୀ

କଟକ ଅଫିସ,୧୫ା୫- ଆସନ୍ତା ଜୁନ ୨୪ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ୨୩ବର୍ଷରୁ କମ୍‌ ମହିଳା ଶିବିର ଅନୁଷ୍ଠିତ...

ଜୁନିୟର ବିଶ୍ୱ ଟ୍ରାକ୍‌ ସାଇକେଲିଂ: ଆଲବେନଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ,୧୬।୮(ପିଟି): ଭାରତୀୟ ସ୍ପ୍ରିଣ୍ଟ ସାଇକେଲିଂ ଦଳ ଜର୍ମାନୀର ଫ୍ରାଙ୍କଫର୍ଟଠାରେ ଚାଲିଥିବା ଜୁନିୟର ଟ୍ରାକ ସାଇକେଲିଂ ଚାମ୍ପିୟନଶିପ୍‌ରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିବା ପରେ ଦେଶକୁ ଆଉ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *