ସାମାଜିକ ଦୂରତ୍ୱରେ ହେଲା ଅକ୍ଷିମୁଠି ଅନୁକୂଳ

ଜହ୍ନାପଙ୍କ, ୨୬।୪ (ଡି.ଏନ.ଏ): ଭାରତୀୟ କିଷାନ ସଂଘ ବୌଦ୍ଧ ପକ୍ଷରୁ ନିରାଡମ୍ବର ଭାବେ ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତର ପୋଲାମ ଗ୍ରାମରେ ଅକ୍ଷିମୁଠି ଅନୁକୂଳ ହୋଇଯାଇଛି। କର୍ତ୍ତାଭାବେ ବୌଦ୍ଧ କିଷାନ ସଂଘ ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ର ଦାୟିତ୍ୱ ତୁଲାଇଥିଲେ । ମହାପାତ୍ର ଅକ୍ଷିମୁଠି ଆରମ୍ଭ କରିଥିଲେ । ଏହାପରେ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମେ କରୋନା ସମ୍ପର୍କରେ ସଚେତନତା ସହିତ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । କରୋନା ମୁକାବିଲା ପାଇଁ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ଦେବା ପାଇଁ ପ୍ରସ୍ତାବ ଗୃହୀତ ହେଲା । ବୌଦ୍ଧ ବ୍ଲକ କିଷାନ ସଂଘର ସଭାପତି ନବୀନ କୁମାର ପ୍ରଧାନ ସଭା ସଂଯୋଜନା କରିଥିବା ବେଳେ ରାଜ୍ୟ ସମ୍ପାଦକ ଭୋଳାଶିରି ସାହୁ, କୃଷକ ସଂଗଠକ ବିଶିକେଶନ ପ୍ରଧାନ ବକ୍ତବ୍ୟ ରଖିଥିଲେ ।


All Right Reserved By Dharitri.Com

ଅସାହା ବୁରୁଧ୍‌କଁର ଶବ୍‌କେ ଖଁଦ୍‌ ଦେଲେ ସାମାଜିକ କରମୀ

ବିଜେପୁର, ୨୧।୨(ଡି.ଏନ୍‌.ଏ.)- ମୁନୁଷ୍‌ ହିଁ ମୁନୁଷ୍‌ର ଦୁଖ୍‌, ଦରଦ୍‌ ବୁଝ୍‌ସି। ତାହାକେ ନିଜର କରିନେସି। ଇତାକେ କୁହାଯାଏସି ମାନବିକତା। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ...

ଆର୍‌ଡି ବିଭାଗର କାର୍ଯ୍ୟକୁ ନେଇ ବଢୁଛି ଜନ ଅସନ୍ତୋଷ: ରାସ୍ତାକାର୍ଯ୍ୟ ନିମ୍ନମାନର, ହେଉନି ରକ୍ଷଣାବେକ୍ଷଣ

ନୂଆଗାଁ,୧୭ା୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ...

ଗରିବ, ଅସହାୟଙ୍କୁ ସହାୟତା ପ୍ରଦାନ

ପିପିଲି, ୨୦ା୪(ସ୍ବ.ପ୍ର): କରୋନା ସମୟରେ ପ୍ରଭାବିତ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ଗରିବ ଏବଂ ଅସହାୟଙ୍କ ପ୍ରତି ସହାୟତାର ହାତ ବଢାଇଛି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ।...

ରାତିରେ କବାଟ କିଳି ଶୋଇପଡ଼ିଲେ ଦିଦି: ସୁରକ୍ଷାକର୍ମୀ ଦେଲେ ଚିକିତ୍ସା ପରାମର୍ଶ

ଅନୁଗୋଳ ଅଫିସ, ୨୮।୭ – ମୃତଦେହରୁ ଆଖି ଗାଏବ ଚର୍ଚ୍ଚାର ଅନ୍ତ ନ ହେଉଣୁ ପୁଣି ବିବାଦରେ ପଡ଼ିଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ। ଶୁକ୍ରବାର...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟାକାରୀଙ୍କୁ ଗିରଫ ଦାବିରେ ୩ ଘଣ୍ଟା ରାସ୍ତାରୋକୋ

ନୂଆପଡା ଅଫିସ/ତରବୋଡ/କୋମନା,୬।୯(ଡି.ଏନ.ଏ.)-ନୂଆପଡା ଜିଲା କୋମନା ବ୍ଲକ ତରବୋଡ ଫାଣ୍ଡି ସଦର ଗାଁ ବଜାର ମଧ୍ୟରେ ଏକ କୁଡିଆ ଘରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ...

ପୋଖରୀରେ ବୁଡ଼ି ଛାତ୍ରୀଙ୍କ ଜୀବନଗଲା, ଦେଇଥିଲେ ମାଟ୍ରିକ୍‌ ପରୀକ୍ଷା

ପଦ୍ମପୁର,୧୩।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ପଞ୍ଚାୟତ ତମ୍ବାଖଣ୍ଡି ଗ୍ରାମରେ ଜଣେ ଛାତ୍ରୀଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସେ ହେଲେ ରଶ୍ମିତା...

ଚାଷୀଙ୍କୁ ଦୁର୍ବ୍ୟବହାର କରି ପରିବା ଛଡାଇନେଲା ପୋଲିସ

ରତ୍ନଗିରି, ୧ା୫ (ଡି.ଏନ.ଏ.): ଲକ୍‌ଡାଉନ ଜାରି ରହିଥିବାବେଳେ ସରକାରୀ ନିର୍ଦ୍ଦେଶ ମୁତାବକ ସବୁ ଜିଲାର ସୀମା ସିଲ୍‌ କରିଦିଆଯାଇଛି। ଏ ସମୟରେ ଦୋକାନବଜାର ବନ୍ଦ ରହିଥିଲେ...

ବେଆଇନ ବାଲି ଚାଲାଣ: ବିପଦରେ ତଟବର୍ତ୍ତୀ ଅଞ୍ଚଳ

ବଡ଼ସାହି,୨୭ା୫(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢାଳବଙ୍ଗ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବଢିଚାଲଛି। ଏହାକୁ ପ୍ରଶାସନ ରୋକି ପାରୁ ନ ଥିବାରୁ...

Leave a comment

Your email address will not be published. Required fields are marked *