Posted inଜାତୀୟ

ଅଶାନ୍ତ ପଶ୍ଚିମବଙ୍ଗ: ବିକ୍ଷୋଭବେଳେ ଭାଜପା କର୍ମକର୍ତ୍ତାଙ୍କ ଉପରେ ଲୁହ ବୁହା ଗ୍ୟାସ ପ୍ରୟୋଗ

କୋଲକାତା,୧୨।୬: ପଶ୍ଚିମବଙ୍ଗରେ ହିଂସା ଥମିବାର ନା ନେଉନି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ ଏବେ ରାଜନୈତିକ ଯୁଦ୍ଧ ତେଜିବାରେ ଲାଗିଛି। ବୁଧବାର ଟିଏମ୍‌ସିି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଭାଜପା ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଫଳରେ ଭାଜପା କର୍ମକର୍ତ୍ତାଙ୍କ ଉପରେ ପୋଲିସ ଲୁହ ବୁହା ଗ୍ୟାସ ସହିତ ପାଣି ପ୍ରୟୋଗ କରିଛି। ଏଥିସହ ତାଙ୍କ ଉପରେ ଲାଠି ଚାର୍ଜ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ବିକ୍ଷୋଭକାରୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ପଶ୍ଚିମ ବଙ୍ଗରେ ବାରମ୍ବାର ବିଭିନ୍ନ ସ୍ଥାନରେ ଭାଜପା କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଉଛି। ଏହାରି ପଛରେ ଟିଏମ୍‌ସିର ହାତ ଥିବା ଅଭିଯୋଗରେ ମମତା ସରକାର ବିରୋଧରେ ଭାଜପା ରାଜରାସ୍ତାକୁ ଓହ୍ଲାଇଥିଲା। ଏହି ପରିପ୍ରେକ୍ଷୀରେ କୋଲକାତା ଲାଲ ବଜାର ଅଞ୍ଚଳରେ ଥିବା ପୋଲିସ ମୁଖ୍ୟାଳୟକୁ ଭାଜପା କର୍ମକର୍ତ୍ତା ଘେରାଉ କରିଥିଲେ। ସେହି ସମୟରେ ପୋଲିସ ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ଯାଇ ଲୁହ ବୁହା ଗ୍ୟାସ ଓ ପାଣି ମାଡ଼ କରିଥିଲା। ଅପରପକ୍ଷରେ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।


All Right Reserved By

କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୭: ଆଜି ସାରା ଦେଶରେ କାରଗିଲ୍‌ ବିଜୟ ଦିସ ପାଳନ କରାଯାଉଛି। ଏହି ଅବସରରେ କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ...

ନିଟ୍‌ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଜୀବନ ହାରିଲେ ୩ ଛାତ୍ରୀ

ନୂଆଦିଲ୍ଲୀ,୭।୬: ନିଟ୍‌ (NEET) ପରୀକ୍ଷାରେ ଅକୃତ କାର୍ଯ୍ୟ ହେବାରୁ ଏବେସୁଦ୍ଧା ୩ ଜଣ ଛାତ୍ରୀ ଜୀବନ ହାରିଥିବା ସୂଚନା ମିଳିଛି। ଗୁରୁବାର ତାମିଲନାଡୁର ଭିଲୁପୁରମରେ ୧୮...

ବିଚାରପତିଙ୍କୁ ଜୋତା ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ, ୩୦ା୬ (ପି.ଟି.) : ଜଣେ ହତ୍ୟା ଅଭିଯୁକ୍ତ ତାଙ୍କ ପାଇଁ ନୂଆ ଓକିଲ ନିଯୁକ୍ତି ନେଇ କୋର୍ଟ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ହୋଇ ବିଚାରପତିଙ୍କୁ...

କେରଳ ଯାଇ ଗୁରୁଭୟୁର ମନ୍ଦିରରେ ପୂଜା କରିବେ ମୋଦି

ଥିରୁଭାନନ୍ତପୁରମ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ କେରଳର ତ୍ରିଶୁଳ ଜିଲାରେ ଥିବା ଗୁରୁଭୟୁର ମନ୍ଦିରରେ...

ଆଜ୍‌ମାରୁ ମୁକ୍ତି ଲାଗି ‘ମାଛ ପ୍ରସାଦମ୍‌’ ଗ୍ରହଣ କଲେ ଏକ ଲକ୍ଷରୁ ଅଧିକ ଲୋକ

ହାଇଦ୍ରାବାଦ୍‌,୯।୬: ଆଜ୍‌ମାରୁ ମୁକ୍ତି ଲାଗି ହାଇଦ୍ରାବାଦ୍‌ର ପ୍ରଦର୍ଶନୀ ପଡ଼ିଆରେ ଏକ ଲକ୍ଷରୁ ଅଧିକ ଲୋକ ପହଞ୍ଚି ‘ମାଛ ପ୍ରସାଦମ୍‌’ ଗ୍ରହଣ କରିଛନ୍ତି। ଦୀର୍ଘ ୧୭୦ ବର୍ଷ...

ମହାରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ

ଲାହୋର,୧୨ା୮(ପି.ଟି.): ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପଞ୍ଜାବକୁ ୪୦ ବର୍ଷ ଧରି ଶାସନ କରିଥିବା ମହାରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତିକୁ ଲାହୋରରେ ପାକିସ୍ତାନୀମାନେ ଭାଙ୍ଗିଦେଇଛନ୍ତି। ରଣଜିତ୍‌ ସିଂଙ୍କ...

ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ,୨୦ା୬): ଦେଶରେ ଲୋକ ସଭା ଓ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କଶ୍ମୀରୀଙ୍କ ସନ୍ଦେହ ଚକ୍ଷୁରେ କେନ୍ଦ୍ର

ଶ୍ରୀନଗର/ନୂଆଦିଲ୍ଲୀ,୨୯ା୭: ହଠାତ୍‌ ଅତିରିକ୍ତ ୧୦ ହଜାର କେନ୍ଦ୍ରୀୟ ସୁରକ୍ଷା ବଳ ଜମ୍ମୁ-କଶ୍ମୀରକୁ ପଠାଯିବା ପରେ ନାନା ଆଶଙ୍କା ସୃଷ୍ଟି ହୋଇଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *