ଛିଡା ହୋଇଥିବା ଚିପ୍ସ ବୋଝେଇ ହାଇୱାକୁ ପଛରୁ ଧକ୍କା ଦେଲା ଟ୍ରକ୍‌: ଟ୍ରକ୍‌ ହେଲ୍ପର ମୃତ, ଡ୍ରାଇଭର ଗୁରୁତର

ରେଙ୍ଗାଲି, ୨୬।୪ (ଡି.ଏନ.ଏ.)- ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ରମ୍ପେଲା ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚିପ୍ସ ବୋଝେଇ ହାଇୱା (ଓଡି ୨୩ ବି- ୯୮୯୨)କୁ ଗୋଠିଏ ଟ୍ରକ୍‌ (ଓଡି ୧୭ ଏନ- ୯୦୧୧) ଧକ୍କା ଦେଇଛି। ଫଳରେ ଟ୍ରକର ହେଲ୍ପର ଅଜିତ କୁମାର ସିଂ (୩୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଏହାର ଡ୍ରାଇଭର ଅଭୟ କୁମାର (୩୦) ଗୁରୁତର ଆହତ ହୋଇଛନ୍ତି। ପୋଲିସ ସୂଚନା ଆଧାରରେ ଚିପ୍ସ ବୋଝେଇ ହାଇୱା ଛିଡା ହୋଇଥିଲା । ଏହି ସମୟରେ ଝାରସୁଗୁଡାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଟ୍ରକ୍‌ ହାଇୱାର ପଛ ପଟେ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଟ୍ରକର ହେଲ୍ପରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଥିଲା। ଗ୍ୟାସ କଟରରେ ଟ୍ରକ୍‌ ଡ୍ରାଇଭର ଅଭୟଙ୍କୁ ଉଦ୍ଧାର କରି ବୁର୍ଲା ଭିମସାର ପଠାଯାଇଥିଲା। ଅଜିତଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ମଧ୍ୟ ବୁର୍ଲା ପଠାଯାଇଥିଲା। ତେବେ ଉଭୟ ଅଜିତ ଏବଂ ଅଭୟଙ୍କ ଘର ବିହାର ଔରଙ୍ଗାବାଦ ବୋଲି ଜଣାପଡଛି । ରେଙ୍ଗାଲି ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।


All Right Reserved By Dharitri.Com

ଶ୍ରାବଣରେ ବି ବର୍ଷା ନାହିଁ: ଆଗେଇ ପାରୁନି ଚାଷ

ଦେଓଗାଁ, ୨୧ା୭(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଅସ୍ବାଭାବିକ ବର୍ଷା ଯୋଗୁ ବୁଣାଧାନ...

ହରିଣ ମାଂସ ଭୋଜି କରି ଧରାପଡ଼ିଲେ ବାପା, ପୁଅ

ଜମନକିରା,୨୮।୪ (ଡି.ଏନ.ଏ): ସମ୍ବଲପୁର ଜିଲା ବଡରମା ରେଞ୍ଜ ଅଧୀନ ଆମ୍ବଲାଙ୍ଗ ନିକଟସ୍ଥ ପେଟ୍ରୋଲ ପମ୍ପ ପଛ ପାଖରେ ଥିବା ଏକ ଘରେ ମଙ୍ଗଳବାର ପୂର୍ବାହ୍ନ ସାଢ଼େ...

କାନ୍ଥ ଧସି ୧ ମୃତ, ୨ ଆହତ

ସମ୍ବଲପୁର, ୧୩।୯(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ମାଲିପାଲି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ଘରର କାନ୍ଥ ଧସି ଜଣଙ୍କ ମୃତ୍ୟୁ...

ବେନାମୀ କୃଷିଋଣରେ ଅର୍ଥ ଆତ୍ମସାତ୍‌ ଅଭିଯୋଗ : ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଉକତ୍ଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡା ଶାଖାରେ ବ୍ୟାଙ୍କ କର୍ମଚାରୀ ଓ ଦଲାଲ ମିଶି ଚାଷୀଙ୍କ...

ନର୍ଲା ନବୋଦୟ ବିଦ୍ୟାଳୟରୁ ଛାତ୍ର ନିଖୋଜ: ଥାନାରେ ମାମଲା ରୁଜୁ

ଭବାନୀପାଟଣା, ୬।୭ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଅଷ୍ଠମ ଶ୍ରେଣୀ ଛାତ୍ର ସଞ୍ଜିତ ନାଏକ ଗତ ୧ତାରିଖରୁ ନିଖୋଜ ଅଛନ୍ତି। ଏ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ

ସମ୍ବଲପୁର, ୬।୩ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ଘରେ ଶୁକ୍ରବାର ଚଢ଼ାଉ କରାଯାଇଛି।...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କଲେ ରାଜ୍ୟ ସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର,୨୫।୩(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

ରାସ୍ତାରେ ମୃତ ଶିଶୁକୁ ଝୁଣି ଖାଇଲା କୁକୁର

ବଲାଙ୍ଗୀର ଅଫିସ,୨୧।୬: ବଲାଙ୍ଗୀର ସହର ଜଗନ୍ନାଥପଡ଼ା ରାସ୍ତାରେ ଶୁକ୍ରବାର ସକାଳେ ବୁଲା କୁକୁର ଏକ ମୃତ ଶିଶୁକୁ ଝୁଣି ଖାଉଥିବା ଦେଖିବାକୁ ମିଳିଛି। ସକାଳୁ ଏଭଳି...