Posted inଜାତୀୟ

ପ୍ରତୀକ୍ଷାର ଅନ୍ତ: ଜୁଲାଇ ୧୫ରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୨

ବେଙ୍ଗାଲୁରୁ, ୧୨।୬: ଜୁଲାଇ ୧୫ ତାରିଖରେ ଚନ୍ଦ୍ରଯାନ-୨ ଲଞ୍ଚ କରାଯିବ ବୋଲି ଭାରତୀୟ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଘୋଷଣା କରାଯାଇଛି। ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର ଚନ୍ଦ୍ରକୁ ଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ବୁଧବାର ଇସ୍ରୋ ଚେୟାରମ୍ୟାନ ଡା. କେ. ସିଭନ କହିଛନ୍ତି। ଜୁଲାଇ ୧୫ ରାତ୍ରି ୨ଟା ୫୧ ମିନିଟରେ ଲଞ୍ଚ୍‌ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମଡ୍ୟୁଲ୍ସଗୁଡିକର ପ୍ରଥମ ଚିତ୍ର ବୁଧବାର ଇସ୍ରୋ ପକ୍ଷରୁ ଜାରି କରାଯାଇଛି। ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୨ ଜିଏସଏଲଭି ମ୍ୟାକ-୩ ଜରିଆରେ ପଠାଯିବ। ଏହି ମିଶନର ତିନୋଟି ମଡ୍ୟୁଲ ରହିଛି। ସେଗୁଡିକ ହେଉଛି ଅର୍ବିଟର୍‌, ଲ୍ୟାଣ୍ଡର୍‌-ବିକ୍ରମ ଓ ରୋବର୍‌-ପ୍ରଜ୍ଞାନ। ସେଗୁଡିକ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି। ମଡ୍ୟୁଲଗୁଡିକ ଇସ୍ରୋ ଉପଗ୍ରହ ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା କରାଯାଇସାରିଛି। ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧକୁ ଏକ ରୋଭର ପଠାଇ ଭାରତ ବିଶ୍ୱର ଏକମାତ୍ର ଦେଶ ଭାବେ ଇତିହାସ ସୃଷ୍ଟି କରିବାକୁ ଯାଉଛି।


All Right Reserved By

ଭଲ ବର୍ଷା ପାଇଁ ଦେବୀଙ୍କୁ ଲାଗି ହେଲା ୨ ହଜାର କିଗ୍ରା ଫଳ

କୋଏମ୍ବାଟୁର,୩।୮: ତାମିଲନାଡୁର ମହାଳି ଆମନ୍‌ ମନ୍ଦିରରେ ଦେବୀଙ୍କୁ ୨ ହଜାର କିଲୋଗ୍ରାମ୍‌ ଫଳ ଲାଗି ହୋଇଛି। ‘ଆଦି’ ଉତ୍ସବ ଅବସରରେ ଶୁକ୍ରବାର ଶ୍ରଦ୍ଧାଳୁ ଏପରି କରିଛନ୍ତି।...

ଆଧାର ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୯ା୭(ପି.ଟି.): ଆଧାର ସଂଶୋଧନ ବିଲ୍‌ ସୋମବାର ପାର୍ଲାମେଣ୍ଟରେ ଗୃହୀତ ହୋଇଛି। ଫଳରେ ଜଣେ ଚାହିଁଲେ ବ୍ୟାଙ୍କ ଖାତା ଖୋଲିବା ଏବଂ ମୋବାଇଲ ସିମ୍‌ କାର୍ଡ କିଣିବାରେ...

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ବିରୋଧୀଙ୍କ ସନ୍ଦେହ

ନୂଆଦିଲ୍ଲୀ,୨୧।୫: ଏନ୍‌ଡିଏ ସରକାର ଗଠନ କରିବ ବୋଲି ସବୁ ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ଫେରନ୍ତା ମତ) ଅନୁମାନ କରିବା ପରେ ଉଭୟ ଶାସକ ଓ ବିରୋଧୀ ଶିବିରରେ...

ଦେଓଘର ପହଞ୍ଚି ବାବା ବୈଦନାଥଙ୍କୁ ଦର୍ଶନ କଲେ ତେଜ ପ୍ରତାପ

ରାଞ୍ଚି,୨୯।୭: ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଝାଡ଼ଖଣ୍ଡର ଦେଓଘରରେ ଥିବା ବାବା ବୈଦନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଛନ୍ତି। ଏହି କ୍ରମରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)...

୩ ସଦସ୍ୟଙ୍କ ମଧ୍ୟରେ ଚାଲିଥିଲା ମିଟିଂ: ଚା’, କଫି, ଜଳଖିଆ ବିଲ୍‌ ଆସିଲା ୧.୫ ଲକ୍ଷ ଟଙ୍କା

ନାଗପୁର, ୨୮।୬: ନାଗପୁର ବିଶ୍ୱବିଦ୍ୟାଳୟରେ ବୋର୍ଡ ଅଫ୍‌ ଷ୍ଟଡିଜ୍‌ ବୈଠକରେ ସାମିଲ ଥିବା ତିନି ସଦସ୍ୟ ଚା’, କଫି ଏବଂ ଜଳଖିଆ ବିଲ୍‌ ୧.୫ ଲକ୍ଷ...

ଗୋଟିଏ ଦେଶ, ଏକ ନିର୍ବାଚନ ପାଇଁ ମୋଦିଙ୍କ ଆହ୍ବାନ: ୧୯ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୭ା୬(ପି.ଟି./ଆଇଏଏନ୍‌ଏସ୍‌): ଦେଶରେ ଏକକାଳୀନ ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ସପ୍ତଦଶ ଲୋକ ସଭା ବଜେଟ ଅଧିବେଶନର ଅବ୍ୟବହିତ...

ବଢିବ ସୁନା ଦର

ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ଉପସ୍ଥାପନ କରିଥିବା ପୂର୍ଣ୍ଣାଙ୍ଗ ବଜେଟରେ ପେଟ୍ରୋଲ, ଡିଜେଲ ଓ ସୁନା ଦର ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏସବୁରେ...

୩ ନୂଆ କ୍ୟାବିନେଟ କମିଟି ଗଠିତ: ବିକାଶ, ନିଯୁକ୍ତି, ସୁରକ୍ଷାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୬ା୬ : ଦେଶରେ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରି ନୂତନ କର୍ମନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଦକ୍ଷେପ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *