କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି

ମନମୁଣ୍ଡା,୨୫।୪(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର ପଞ୍ଚାୟତର ଏକାଧିକ ଗ୍ରାମ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତିଗସ୍ତ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହୋଇଥିଲା। ଡିମିରିମୁଣ୍ଡାର ଗଣେଶ୍ୱର କହଁର, କୃଷ୍ଣ କହଁର, ମନବୋଧ କହଁର, ଚିତ୍ତରଞ୍ଜନ ପ୍ରଧାନ, ସଦାନନ୍ଦପୁରର ସୁମନ୍ତ ମେହେର, ନବୀନ ମେହେର, ରବିନାରାୟଣ ସ୍ବାଇଁ, ଶ୍ରୀବନ୍ତ ସ୍ବାଇଁ, ଦଶରଥ ମେହେର, ପ୍ରଦୀପ ପ୍ରଧାନ, ମୀନ କୁଦେଇ ଏବଂ ରାବିଡି ଗ୍ରାମର ହୃଷୀକେଶ ମିଶ୍ରଙ୍କ ସମେତ ବହୁ ଲୋକଙ୍କ ଘର ଛପର ଉଡ଼ିଯାଉଛି। କେତେକ ମାଟି ଘର ଭାଙ୍ଗି ଚୁରମାର ହୋଇଯାଇଛି। ଏହି ପରିବାର ସଦସ୍ୟମାନେ ବାସହରା ହୋଇପଡିଥିବା ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ମହାକୁଡ କହିଛନ୍ତି। ରାବିଡିର ହୃଷିକେଶ ମିଶ୍ରଙ୍କ ଘରର ବ୍ୟାପକ କ୍ଷତି ଘଟିଛି । ତାଙ୍କ ଘର ଛପର ସମ୍ପୂର୍ଣ୍ଣ ଉଡ଼ି ଯାଇଛି । ବର୍ଷାରେ ସମସ୍ତ ଖାଦ୍ୟ ପଦାର୍ଥ, ଚାଉଳ, ଆସବାବପତ୍ର ନଷ୍ଟ ହୋଇଯାଇଛି । ତଥାପି ପରିବାର ସଦସ୍ୟମାନେ ଏହି ବିପଦରୁ ରକ୍ଷା ପାଇଯାଇଛନ୍ତି। ସରପଞ୍ଚ ମହାକୁଡ, ସାମାଜିକ କର୍ମୀ ପ୍ରହଲ୍ଲାଦ ଭୋଇ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ସହଯୋଗର ହାତ ବଢାଇଛନ୍ତି। ପରା ଆରଆଇ ସର୍କଲ କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଅଦ୍ୟାବଧି ସେମାନଙ୍କୁ ପ୍ରଶାସନ ତରଫରୁ କୌଣସି ସହାୟତା ପ୍ରଦାନ କରାଯାଇନାହିଁ। କରୋନା ମହାମାରୀ ତଥା ଲକ୍‌ଡାଉନ ସମୟରେ ଏହି ପ୍ରାକୃତିକ ଦୁର୍ବିପାକ ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।


All Right Reserved By Dharitri.Com

ଶ୍ମଶାନ ଜାଗାରେ ବାଡ଼ ଦେଲେ ଗ୍ରାମବାସୀ

ବଇଣ୍ଡା, ୨୦ା୨(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ଗାଁବଇଣ୍ଡା ପଞ୍ଚାୟତ ଧୁଣ୍ଡି ଗ୍ରାମରେ ଶ୍ମଶାନ ଜାଗାରେ ଚେକଡ୍ୟାମ ନିର୍ମାଣକୁ ନେଇ ବିବାଦ ଦେଖାଦେଇଥିବାବେଳେ ବୁଧବାର...

ଓଲଟିଲା ପଥର ବୋଝେଇ ହାଇଓ୍ବା, ବର୍ତ୍ତିଲେ ଡ୍ରାଇଭର

ହାଟଡିହି,୩୧।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶିଆଡ଼ିମାଳିଆଠାରେ ମଙ୍ଗଳବାର ରାତିରେ ଏକ ହାଇୱା ଭାରସାମ୍ୟ ହରାଇ ଓଲଟିପଡ଼ିଛି ା ଡ୍ରାଇଭର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ...

କୋରାପୁଟରେ ୮୭୮.୨ ମିମି ବର୍ଷା ରେକର୍ଡ: ବ୍ରିଜ ଉପରେ ଚାଲିଛି ପାଣି, ନନ୍ଦପୁର-ଲମତାପୁଟ ଯୋଗାଯୋଗ ବିଚ୍ଛିନ୍ନ

କୋରାପୁଟ,୬।୯(ସ୍ବ.ପ୍ର.)- କୋରାପୁଟ ଜିଲାରେ ଶୁକ୍ରବାର ୮୭୮.୨ ମିମି ବର୍ଷା ହୋଇଥିବା ଜିଲା ଜରୁରି ବିଭାଗ ପକ୍ଷରୁ ସୁଚନା ମିଳିଛି। ସେଥିମଧ୍ୟରୁ ଜିଲାର ନନ୍ଦପୁର ବ୍ଲକରେ ସର୍ବାଧିକ...

ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟ ବିଭିନ୍ନ ସମସ୍ୟା ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ଖଡିଆଳ,୨୨।୮(ଡି.ଏନ.ଏ.)  ନୂଆପଡା ଜିଲା ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ବୁଧବାର ଛାତ୍ର ଅଶାନ୍ତି ଦେଖାଦେଇଥିଲା । କଲେଜର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରୀଛାତ୍ରମାନେ ଶ୍ରେଣୀ ବର୍ଜନ...

ବିଶ୍ୱାବସୁ ଶବର ରାଜା ବଂଶଧର ଜାତିଆଣ ବୈଠକ ଶବର ଜାତିର ସମସ୍ୟା ଉପରେ ଗୁରୁତ୍ୱ

ଖଣ୍ଡପଡ଼ା,୨୬ା୧(ସ୍ବ.ପ୍ର.): ଭାପୁର ବ୍ଲକ ଧାନଚେଙ୍ଗଡା ପଞ୍ଚାୟତ କାଳିଆପଲ୍ଲୀରେ ଶନିବାର ବିଶ୍ୱାବସୁ ଶବର ରାଜା ବଂଶଧର ଜାତିଆଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁରଲୀ ନାୟକ ସଭାପତିତ୍ୱ...

ବାହାନଗା ପଞ୍ଚାୟତ ସମିତି ବୈଠକ: ଫାଇଲିନ୍‌ ଟଙ୍କା ଖର୍ଚ୍ଚ ନେଇ ହୋହାଲ୍ଲା

ବାହାନଗା, ୭ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ପରିସରରେ ଶୁକ୍ରବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପସ୍ଥିତ ସଭ୍ୟାସଭ୍ୟମାନେ ଫାଇଲିନ୍‌ ବାବଦକୁ ଆସିଥିବା ୭୦...

ବଲାଙ୍ଗୀରରେ ସଙ୍ଗୀତା ସିଂହ ଦେଓ ଆଗୁଆ

ବଲାଙ୍ଗୀର ଅଫିସ,୨୩।୫: ପ୍ରଥମ ରାଉଣ୍ଡରେ ଭାଜପାର ସଙ୍ଗୀତା ସିଂହ ଦେଓ ୨୫୬୭ ଭୋଟରେ ଆଗୁଆ ଅଛନ୍ତି। ବିଜେଡିର କଳିକେଶ ନାରାୟଣ ସିଂହ ଦେଓ ୧୧୧୨ଭୋଟ ପାଇଛନ୍ତି।...

ଭିଜିଲାନ୍ସ ଟାର୍ଗେଟରେ ଦୁର୍ନୀତିଗ୍ରସ୍ତ ଅଧିକାରୀ: ପୋଲିସ ଇନ୍ସପେକ୍ଟରଙ୍କୁ ୫ବର୍ଷ ଜେଲ୍‌, ଜରିମାନା

କଟକ ଅଫିସ, ୨୪।୧୦: ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ବୁଧବାର ଏକ ଲାଞ୍ଚ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଅଭିଯୁକ୍ତ ପୋଲିସ ଇନ୍ସପେକ୍ଟରଙ୍କୁ ୫ବର୍ଷ ସଶ୍ରମ...

Leave a comment

Your email address will not be published. Required fields are marked *