Posted inଜାତୀୟ

‘ଚନ୍ଦ୍ରଯାନ-୨’ର ପ୍ରଥମ ଚିତ୍ର ଜାରି କଲା ଇସ୍ରୋ

ହାଇଦ୍ରାବାଦ୍‌, ୧୨।୬: ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର ଚନ୍ଦ୍ରକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛି ଭାରତ। ଆସନ୍ତା ୯ରୁ ୧୬ ତାରିଖ ମଧ୍ୟରେ ଇସ୍ରୋ ଚନ୍ଦ୍ରକୁ ଏହାର ଦ୍ୱିତୀୟ ଅଭିଯାନ ଚନ୍ଦ୍ରଯାନ-୨ ପଠାଇବ। ଏହା ପୂର୍ବରୁ ମଡ୍ୟୁଲ୍ସଗୁଡିକର ପ୍ରଥମ ଚିତ୍ର ବୁଧବାର ଇସ୍ରୋ ପକ୍ଷରୁ ଜାରି କରାଯାଇଛି। ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୨ ଜିଏସଏଲଭି ମ୍ୟାକ-୩ ଜରିଆରେ ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରରେ ଅବତରଣ କରିବ। ଚନ୍ଦ୍ରକୁ ଏହି ମିଶନରେ ତିନୋଟି ମଡ୍ୟୁଲ ରହିଛି । ସେଗୁଡିକ ହେଉଛି ଅର୍ବିଟର୍‌, ଲ୍ୟାଣ୍ଡର୍‌-ବିକ୍ରମ ଓ ରୋବର୍‌-ପ୍ରଜ୍ଞାନ। ସେଗୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି। ମଡ୍ୟୁଲଗୁଡିକ ଇସ୍ରୋ ଉପଗ୍ରହ ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା କରାଯାଇସାରିଛି। ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧକୁ ଏକ ରୋଭର ପଠାଇ ଭାରତ ବିଶ୍ୱର ଏକମାତ୍ର ଦେଶ ଭାବେ ଇତିହାସ ସୃଷ୍ଟି କରିବାକୁ ଯାଉଛି।


All Right Reserved By Dharitri.Com

ଓବିସି ତାଲିକାରେ ବଢ଼େଇ ଜାତିକୁ ନେଇ ସଂଶୋଧନ: କେନ୍ଦ୍ରକୁ ଅନୁରୋଧ କଲେ ଭର୍ତ୍ତୃହରି

ନୂଆଦିଲ୍ଲୀ,୨୦ା୧୧: କେନ୍ଦ୍ରୀୟ ତାଲିକାର ଅନ୍ୟ ପଛୁଆ ବର୍ଗ (ଓବିସି)ରେ ରହିଥିବା ‘ବଢ଼େଇ’ ଜାତିରେ ସଂଶୋଧନ ପାଇଁ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ କେନ୍ଦ୍ର...

ଏପ୍ରିଲ ୩୦ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ବଦ୍ରିନାଥଙ୍କ କବାଟ

ଡେରାଡୁନ,୨୯।୧: ଉତ୍ତରାଖଣ୍ଡର ହିମାଳୟରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥଙ୍କ ମନ୍ଦିର କିଛି ମାସ ହେଲା ବନ୍ଦ ରହିଛି। ତେବେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ମନ୍ଦିରର ଦ୍ୱାର...

୬ ପୋଲିସ କରୋନା ପଜିଟିଭ: ବନ୍ଦ ହେଲା ୨ ପୋଲିସ ଷ୍ଟେଶନ

କୋଏମ୍ବାଟୁର,୨୬।୪: ତାମୁଲନାଡୁର କୋଏମ୍ବାଟୁରରେ ୬ଜଣ ପୋଲିସଙ୍କ ନିକଟରେ କରୋନା ପଜିଟିଭ ମିଳିବାରୁ ଏବେ ସେଠାକାର ୨ ପୋଲିସ ଷ୍ଟେଶନକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି।...

ଖବରଦାତା ପ୍ରଶାନ୍ତଙ୍କୁ ମୁକ୍ତ କରିବାକୁ ଯୋଗୀ ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୧।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଥିବା ବିବାଦୀୟ ଲେଖା ଅଭିଯୋଗରେ ଖବରଦାତା ପ୍ରଶାନ୍ତ କନୌଜିଆଙ୍କୁ ଗିରଫ କରାଯାଇଥିଲା। ତେବେ...

ମୁଁ ସନ୍ନି ଲିଓନ ନୁହେଁ, ଦୟାକରି ମୋତେ ଫୋନ୍‌ କରନ୍ତୁ ନାହିଁ

ନୂଆଦିଲ୍ଲୀ,୩୦।୭: ପର୍ନ ଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ପାଲଟି ଥିବା ସନ୍ନି ଲିଓନ ଘରେ ଘରେ ବେଶ୍‌ ପରିଚିତ। ଏବେ କିନ୍ତୁ ତାଙ୍କ ନାଁକୁ ନେଇ ଜଣେ...

ଟିଭି ଦେଖିବାରୁ ୫ବର୍ଷର ଶିଶୁକୁ ପିଟିପିଟି ମାରିଦେଲେ ମା’

ଚେନ୍ନାଇ, ୨୧।୫: ତାମିଲନାଡୁର ତିରୁଚିରାପଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଅଧିକ ସମୟଧରି ଟିଭି ଦେଖିୁଥିବାରୁ ୫ବର୍ଷର ଶିଶୁ ପି.ଲତିକାଙ୍କୁ ପିଟିପିଟି ମାରିଦେଇଛନ୍ତି ତାଙ୍କ ମା’।...

କାର୍ଯ୍ୟଭାର ସମ୍ଭାଳିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ରାମଲୀଲା ମଇଦାନରେ ରବିବାର ଶପଥ ଗ୍ରହଣ କରିବା ପରେ ଆମ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ମୁଖ୍ୟମନ୍ତ୍ରୀ ଭାବେ...

କନ୍ଦାଉଛି କରୋନା

ନୂଆଦିଲ୍ଲୀ,୧୧ା୪: ଦିନକୁ ଦିନ ଭାରତରେ କରୋନା ଭୂତାଣୁ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଶୁକ୍ରବାର ମୃତ୍ୟୁସଂଖ୍ୟା ୨୪୬କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା...

Leave a comment

Your email address will not be published. Required fields are marked *