ଗ୍ରାମସଭାରେ ପୋଖରୀ ମାଛ ଧରା ଚାନ୍ଦାକୁ ନେଇ ଗଣ୍ଡଗୋଳ, ଜଣେ ମୃତ

ଛେଣ୍ଡିପଦା,୧୨।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାହାଳସାହି ପଞ୍ଚାୟତର ଗୋହିରାପଶି ଗ୍ରାମରେ ମଙ୍ଗଳବାର ରାତି ୯ଟା ସମୟରେ ଗ୍ରାମସଭା ଚାଲିଥିବା ବେଳେ ଅଘଟଣ ଘଟିଛି। ପୋଖରୀ ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ପରେ ମାରପିଟ୍‌ ଲାଗିବା ଯୋଗୁ ଜଣଙ୍କର ମୃତ୍ୟୁ ଘଟିିଛି। ମୃତକ ହେଲେ ଅନାମ ଖିଲାର।

ସୂଚନାନୁଯାୟୀ, ଗୋହିରାପଶି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଗ୍ରାମ ସଭା ଚାଲିଥିଲା। ଏଥିରେ ପୋଖରୀ ମାଛଧରା ଚାନ୍ଦା ଘଟଣାକୁ ନେଇ ଅନାମ ଓ ଗ୍ରାମର କିଛି ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି ଯୁକ୍ତିତର୍କ ଧିରେ ଧିରେ ଉଗ୍ର ରୂପ ଦେବା ସହ ସେମାନେ ମାରପିଟ୍‌ ହୋଇଥିଲେ। ଫଳରେ ଅନାମ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ଖବରପାଇ ପରିବାରଲୋକେ ସେଠାରେ ପହଞ୍ଚି ଅନାମଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୁଅ ଜଗବନ୍ଧୁ ଖିଲାର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଛେଣ୍ଡିପଦା ଥାନା ଅଧିକାରୀ ପ୍ରିୟବ୍ରତ ଦାଶ ଘଟଣାର ତଦନ୍ତ କରିବା ସହିତ ମୃତଦେହକୁ ଜବତ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଜଣଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁଥିବା ବେଳେ ଗାଁ ସଭାପତି ଚୈତନ୍ୟ ଖିଲାର ଫେରାର ଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।


All Right Reserved By

୫ ନାବାଳକଙ୍କୁ ଧରିଲା ବଡ଼ ବଜାର ପୋଲିସ: ୩ ମୋବାଇଲ ଜବତ

ବ୍ରହ୍ମପୁର ଅଫିସ,୨୯।୫- ଚୋରି ଅଭିଯୋଗରେ ବଡବଜାର ପୋଲିସ ବୁଧବାର ୫ ଜଣ ନାବାଳକଙ୍କୁ ଚୋରି ଅଭିଯୋଗରେ ଧରିଛି। ସେମାନଙ୍କ ନିକଟରୁ ୩ ମୋବାଇଲ, ୨ ବ୍ଲୁ...

୪ର୍ଥ ରାଉଣ୍ଡ ଶେଷ: କାମାକ୍ଷାନଗରରେ ବିଜେଡି ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ୪ର୍ଥ ରାଉଣ୍ଡ ଫଳାଫଳ ପଦାକୁ ଆସିଛି। ଏଠାରେ ବିଜେଡି ଆଗୁଆ ରହିଛି। ବିଜେଡିର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ୧୦୧୧୦...

ବେପରୁଆ ତଦନ୍ତ: କୋର୍ଟରେ କ୍ଷମା ମାଗିଲା ପୋଲିସ, ହତ୍ୟା ମାମଲାରେ ନାବାଳକଙ୍କୁ ସାବାଳକ ଦର୍ଶାଇଥିଲା

ଭୁବନେଶ୍ୱର,୬।୧୦(ବ୍ୟୁରୋ): ପୋଲିସ ଠିକ୍‌ ଭାବେ ତଦନ୍ତ କରୁନି। ଫଳରେ ଦୋଷୀ ଖସି ଯାଉଥିବାବେଳେ ନିର୍ଦ୍ଦୋଷ ଜେଲ୍‌ ଯାଉଛି। ବିନା ତଦନ୍ତରେ ମଧ୍ୟ ମନଇଚ୍ଛା ଦଫା ଲଗାଉଥିବାରୁ...

ବିଭୂତି ପ୍ରଧାନ ୧୬୬୯ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୨୬ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୬୦,୫୦୬ ଭୋଟ ପାଇଛନ୍ତି। ତାଙ୍କ...

ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବର୍ଷେ ପୂରିଲା : ନିର୍ମାଣ ହୋଇପାରୁନି ସମ୍ମୁଖ ରାସ୍ତା

ଢେଙ୍କାନାଳ ଅଫିସ,୨୮ା୫ ଢେଙ୍କାନାଳ ସହରସ୍ଥିତ ଦକ୍ଷିଣକାଳୀ ରୋଡରେ ନିର୍ମିତ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବର୍ଷେ ପୂରିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନି ଚିକିତ୍ସାଳୟରୁ...

୭ ବର୍ଷର ରାକେଶଙ୍କ ଦୁଇ କିଡ୍‌ନୀ ନଷ୍ଟ: ଚିକିତ୍ସା ସହାୟତା ଲୋଡ଼ିଲା ପରିବାର

ଭୁବନ, ୨୧।୬(ଡି.ଏନ.ଏ.)-ଜୀବନ କ’ଣ ଜାଣିବା ଆଗରୁ ଦାରୁଣ ହୋଇଛି ସମୟ। ମାତ୍ର ୭ବର୍ଷ ବୟସରେ ଉଭୟ କିଡ୍‌ନୀ ହରାଇଛନ୍ତି ଅବୋଧ ଶିଶୁ ରାକେଶ। ଦୀର୍ଘ ୫ବର୍ଷ...

ରାଜପଥରୁ କାଠ ବୋଝେଇ ଭ୍ୟାନ୍‌ ଜବତ

ରୂପ୍‌ସା, ୧୨।୯(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ରୂପ୍‌ସା ଥାନା ନିକଟରୁ ବୁଧବାର ରାତିରେ ପୋଲିସ ଏକ ଚୋରା କାଠ ବୋଝେଇ ଭ୍ୟାନ୍‌ (ନଂ. ଡବ୍ଲ୍ୟୁବି-୧୧ଡି-୦୯୩୭) ଜବତ...

ମାଇକ୍ରୋ ଅବଜରଭରଙ୍କୁ ତାଲିମ କାର୍ଯ୍ୟକ୍ରମ: ବୁଥ୍‌ରେ ସ୍ବଚ୍ଛତା ମୁଖ୍ୟ ଦାୟିତ୍ୱ

ଢେଙ୍କାନାଳ ଅଫିସ, ୧୯ା୪- ଢେଙ୍କାନାଳ ଜିଲାରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ନିୟୋଜିତ ମାଇକ୍ରୋ ଅବଜରଭର (ଅଣୁ ପର୍ଯ୍ୟବେକ୍ଷକ)ମାନଙ୍କର ତାଲିମ କାର୍ଯ୍ୟକ୍ରମ ଗୁରୁବାର ପୂର୍ବାହ୍ନରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *