Posted inଜାତୀୟ

ବିହାରରେ ଜାପାନୀ ଜ୍ୱର ଆତଙ୍କ: ଗଲାଣି ୩୧ ଶିଶୁଙ୍କ ଜୀବନ

ପାଟନା, ୧୨।୬: ବିହାରରେ ଏବେ ଜାପାନୀ ଜ୍ବର ବା ଏନ୍ସେଫାଲାଇଟିସ ଜ୍ବର ଆତଙ୍କ ସୃଷ୍ଟି କରିଛି। ଏଥିରେ ଆକ୍ରାନ୍ତ ହୋଇ ୩୧ ଶିଶୁ ପ୍ରାଣ ହରାଇଲେଣି। ମୁଜାଫରପୁରରେ ପରିସ୍ଥିତି ଭୟାନକ ହୋଇଛି। ସ୍ଥାନୀୟ ଶ୍ରୀକୃଷ୍ଣ ମେମୋରିଆଲ ମେଡିକାଲ କଲେଜ ହସ୍ପିଟାଲରେ ମୋଟ ୮୬ଜଣ ଜାପାନୀ ଜ୍ୱରରେ ପୀଡିତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲାବେଳେ ସେମାନଙ୍କ ମଧ୍ୟ ୩୧ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମେଡିକାଲ ପ୍ରଭାରୀ ସୁନୀଲ ଶାହି ସୂଚନା ଦେଇଛନ୍ତି। ଜ୍ୱର ଆତଙ୍କ ଯୋଗୁ କେନ୍ଦ୍ରର ଏକ ୭ଜଣିଆ ଟିମ୍‌ ମୁଜାଫରପୁର ଯାତ୍ରା କରିଛନ୍ତି। ସୂଚନାଯୋଗ୍ୟ, ତିନି ବର୍ଷ ପୂର୍ବେ ମୁଜାଫରପୁର ଅଞ୍ଚଳରେ ଏହି ଜ୍ବର ଆତଙ୍କ ସୃଷ୍ଟି କରିଥିଲା । ଅସହ୍ୟ ଗରମ ଯୋଗୁଁ ଏହି ଜ୍ବର ହେଉଥିବାବେଳେ ମୌସୁମି ଆଗମନ ସହିତ ଏହାର ପ୍ରଭାବ ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।


All Right Reserved By Dharitri.Com

ଦିଲ୍ଲୀରେ ବଢିଲା ପ୍ରଦୂଷଣର ମାତ୍ରା

ନୂଆଦିଲ୍ଲୀ,୨୮।୧୦: ସମସ୍ତ ବାରଣ ସତ୍ତ୍ୱେ ବି ରାଜଧାନୀ ଦିଲ୍ଲୀରେ ରବିବାର ଲୋକେ ବାଣ ଫୁଟାଇ ପାଳନ କଲେ ଦୀପାବଳି। ଆଉ ଏହାର ଫଳ ସ୍ବରୂପ ସୋମବାର...

ଜାତୀୟ ଶିକ୍ଷାନୀତି ଚିଠା ଚୂଡ଼ାନ୍ତ

ନୂଆଦିଲ୍ଲୀ,୩୦ା୧୦: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତୁତ ହେବାର ପ୍ରାୟ ୫ ମାସ ପରେ ଜନସାଧାରଣଙ୍କ ମତାମତ ପାଇଁ ଏହାକୁ...

କେନ୍ଦ୍ରଶାସିତ ଅଞ୍ଚଳ ଗଠନ ବେଆଇନ: ଚାଇନା,ଭାରତ କହିଲା ମୁଣ୍ଡ ଖେଳାଅନି

ବେଜିଂ/ନୂଆଦିଲ୍ଲୀ,୧।୧୧(ପି.ଟି.):ଜମ୍ମୁ-କଶ୍ମୀରକୁ ଦୁଇଭାଗ କରାଯାଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିବା ବେଆଇନ ବୋଲି ଗୁରୁବାର ଚାଇନା କହିଛି। ଚାଇନାର କେତେକ ଅଞ୍ଚଳକୁ ନିଜ ପ୍ରଶାସନିକ ସୀମାଭୁକ୍ତ...

ଅକ୍ଷରଧାମ ମନ୍ଦିର ନିକଟରେ ପୋଲିସ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ,୨୨।୯: ଅକ୍ଷରଧାମ ମନ୍ଦିର ନିକଟରେ ରବିବାର ପୂର୍ବାହ୍ନ ୧୧ଟା ସମୟରେ ୪ ଜଣ ସନ୍ଦିଗ୍ଧ ପୋଲିସ ଉପରକୁ ଗୁଳିମାଡ଼ କରି ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି।...

ବେଧଡ଼କ ଦେହବେପାର: ଚେର ଲମ୍ବିଛି ବାଂଲାଦେଶରୁ ଦିଲ୍ଲୀ

ନୂଆଦିଲ୍ଲୀ,୧।୮: ଦେଶର କେତେକ ଅଞ୍ଚଳରେ ବେଧଡ଼କ ଦେହ ବେପାର ଜାରି ରହିଛି। ଏଥିରେ ଏକ ବଡ଼ ର଼୍ୟାକେଟ୍‌ କାମ କରୁଥିବା ପୋଲିସ କହିଛି। ବାଂଲାଦେଶରୁ ଏହାର...

ସ୍ବାମୀ ମୋତେ ସବୁବେଳେ ମୋଟି କହୁଛନ୍ତି, ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ସ୍ତ୍ରୀ

ଗାଜିଆବାଦ୍‌,୨୭।୮: ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସ୍ବାମୀ ଅକଥନୀୟ ନିର୍ଯାତନା ସହି ନ ପାରି ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କ ସ୍ତ୍ରୀ ଥାନାରେ ପହଞ୍ଚିଛନ୍ତି।...

ସିଆଚେନରେ ହିମସ୍ଖଳନ : ୨ ଯବାନ ଶହୀଦ

ଶ୍ରୀନଗର, ୧ା୧୨(ପି.ଟି.): କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଦକ୍ଷିଣ ସିଆଚେନ୍‌ ଗ୍ଲାସିୟର୍‌ ସେକ୍ଟର ନିକଟରେ ଶନିବାର ପାଟ୍ରୋଲିଂ କରୁଥିବା ବେଳେ ହଠାତ୍‌ ହିମସ୍ଖଳନ ହେବାରୁ ୨ ଭାରତୀୟ...

ଅଯୋଧ୍ୟା ରାୟ ପୂର୍ବରୁ ଭାଗଓ୍ବତଙ୍କୁ ଭେଟିବେ ମଦନି: ୨ ଦିନ ପରେ ହୋଇପାରେ ମିଳିତ ଖବରଦାତା ସମ୍ମିଳନୀ !

ନୂଆଦିଲ୍ଲୀ,୬।୧୧: ଅଯୋଧ୍ୟା ରାୟ ପୂର୍ବରୁ ଉତ୍ତର ପ୍ରଦେଶର ସମସ୍ତ ଜିଲାରେ ୧୪୪ ଜାରି କରାଯାଇଛି। ରାୟକୁ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଏପରିସ୍ଥଳେ...

Leave a comment

Your email address will not be published. Required fields are marked *