ଜାଲ ବୁଣି ସମୟ କାଟୁଛନ୍ତି ସମାରୁ

ସମ୍ବଲପୁର,୨୨ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ଏପ୍ରିଲ ୨୦ରୁ କଟକଣା କିଛିମାତ୍ରାରେ କୋହଳ କରାଯାଇଛି । ଲକ୍‌ଡାଉନର ସୁଯୋଗ ନେଇ ଅନେକଙ୍କ ଜୀବନଶୈଳୀରେ ବି ପରିବର୍ତ୍ତନ ଆସିଛି । ପୁରାତନ କାମକୁ ଆପଣେଇଛନ୍ତି ବହୁ ଲୋକ। ସେଭଳି ଜଣେ ବ୍ୟକ୍ତି ହେଲେ ସମ୍ବଲପୁର ମହାନଗର ନିଗମ ଅଧୀନ ରାସନପୁର ଗ୍ରାମରେ ସମାରୁ। ଗ୍ରାମର ୭୫ ବର୍ଷିୟା ବୃଦ୍ଧ ସମାରୁ ଭୋଇ ମାଛମରା ଜାଲ ବୁଣିବାରେ ସମୟ କାଟୁଛନ୍ତି । ପୂର୍ବରୁ ଜାଲ ବୁଣିବା ତାଙ୍କର ଅଭ୍ୟାସ ରହିଛି । ହେଲେ ଅନ୍ୟକାମରେ ବ୍ୟସ୍ତ ଥିବାରୁ ଜାଲ ବୁଣିବା ପାଇଁ ସମୟ ଦେଇ ପାରୁ ନ ଥିଲେ । ଏବେ ଲକ୍‌ଡାଉନ ଯୋଗୁ ଆଉ କିଛି କାମ ନାହିଁ, ତେଣୁ ଅଧିକ ସମୟ ଜାଲ ବୁଣିବା ପାଇଁ ସେ ଦେଉଥିବା କହିଛନ୍ତି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କିଛି ସମୟ କାମ କଲେ ୧୦ ଦିନ ଭିତରେ ଗୋଟିଏ ଜାଲ ବୁଣିବା ସମ୍ପୂର୍ଣ୍ଣ ହୋଇଯିବ । ଜାଲ ବୁଣିବା ପରେ ଧୀବରମାନେ କିଣି ନେଇଥାନ୍ତି । ନିଜ ଘର ପାଇଁ ଗୋଟିଏ ଜାଲ ରଖିବା ପରେ ଅନ୍ୟ ଜାଲଗୁଡିକ ବିକ୍ରି କରାଯାଉଥିବା ସେ କହିଛନ୍ତି । ଗୋଟିଏ ଜାଲକୁ ୧୫ ଶହ ଟଙ୍କାରେ ବିକ୍ରି ହୋଇଥାଏ ବୋଲି ସମାରୁ କୁହନ୍ତି। ଏବେ ରୋଜଗାର ବନ୍ଦ ହୋଇଗଲା, ସରକାରୀ ସହାୟତା କିଛି ମିଳିଛି । ହେଲେ ଅଧିକ ସମୟ ବସି ରହିବା ପାଇଁ ଭଲ ଲାଗୁ ନାହିଁ । ତେଣୁ ଜାଲ ବୁଣିବା କାମ କରି କିଛି ରୋଜଗାର କରିବି ବୋଲି ଆଶା ରଖିଛି ବୋଲି ସେ କହିଛନ୍ତି।


All Right Reserved By Dharitri.Com

ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

ବଇଣ୍ଡା,୨୩।୮(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା କାଶୀନାଥପୁର ଗ୍ରାମରେ ଗୁରୁବାର ପୋଖରୀରେ ବୁଡ଼ି ଅକୁର ମାଝିଙ୍କ ଅଢେଇ ବର୍ଷର ଶିଶୁକନ୍ୟା ଶିଲା ମାଝିଙ୍କ ମୃତ୍ୟୁ ହୋଇଛି। ପୋଲିସ...

ଆସନ୍ତା ୧୯ରେ ମୟୂରଭଞ୍ଜର ୫ ବୁଥ୍‌ରେ ହେବ ସାନି ମତଦାନ

ବାରିପଦା ଅଫିସ,୧୫।୫: ମୟୂରଭଞ୍ଜ ଜିଲାରେ ଆସନ୍ତା ୧୯ ତାରିଖରେ ହେବ ସାନି ମତଦାନ। ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ୪ ବୁଥ ଓ ବଙ୍ଗରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀର...

ଅଫିସ୍‌ରେ ପଶି ବଟି ମାଗିବା, ଭଙ୍ଗାରୁଜା ଘଟଣା: ୨ ଅଭିଯୁକ୍ତ କୋର୍ଟଚାଲାଣ

ଯୋଡ଼ା, ୧୭।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହର ମେନ୍‌ ରୋଡ୍‌ ତଥା ଓାର୍ଡ ନଂ. ୪ରେ ଥିବା ବ୍ୟବସାୟୀ ରବି ନାରାୟଣ ଦାସଙ୍କ ଅଫିସରେ...

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବାଣପୁର ବ୍ଲକ ଜେଇ

ଖୋର୍ଦ୍ଧା ଅଫିସ,୩୦ା୯: ଖୋର୍ଦ୍ଧା ଜିଲା ବାଣପୁର ବ୍ଲକର କନିଷ୍ଠଯନ୍ତ୍ରୀ(ଜେଇ) ଦୁର୍ଗା ପ୍ରସାଦ ଦଳେଇ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭୁବନେଶ୍ୱର ଭିଜିଲାନ୍ସ ହାତରେ ସୋମବାର...

ଅଗ୍ନିକାଣ୍ଡରେ ଜଣଙ୍କ ଘର ଧୂଳିସାତ

ବେଗୁନିଆପଡା,୩।୬(ଡି.ଏନ.ଏ.)-ରବିବାର ବିଳମ୍ବିତ ରାତିରେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ଓଡ଼ନଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ଜଣଙ୍କ ଘର ନିଆଁରେ ପୋଡି ସମ୍ପୂର୍ଣ ଧ୍ୱଂସ...

ଛାତ୍ରୀ ନିବାସ ପରିସରରେ ୨୦୦ ଚାରା ରୋପଣ

ଭଟଲି,୧୫ା୭(ଡି.ଏନ.ଏ) ଭଟଲି ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟର ୟୁଜିସି ଛାତ୍ରୀ ନିବାସ ପରିସରରେ ରବିବାର ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଅଧ୍ୟାପକ ଶ୍ୟାମଲାଲ...

ଲୋକ ଅଦାଲାତ: ୧୨୫ ମାମଲାର ଫଇସଲା

ବରଗଡ଼ ଅଫିସ୍‌,୧୪।୭ – ବରଗଡ଼ ଜିଲାରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ଲୋକ...

ବଜ୍ରପାତରେ ୮ ଗୋରୁଙ୍କ ଜୀବନଗଲା

କେନ୍ଦୁଝର, ୧।୫(ସ୍ବ.ପ୍ର.)-କାଳବୈଶାଖୀ ଓ ବଜ୍ରପାତରେ ଶୁକ୍ରବାର ଅପରାହ୍ନରେ କେନ୍ଦୁଝର ଜିଲା ଘଟଗାଁ ଅଞ୍ଚଳରେ ୮ଟି ବଳଦ ଓ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ଶୁକବ୍ରାର ଅପରାହ୍ନ...