ମଦ ଦୋକାନ ସିଲ୍‌ କେବଳ ଲୋକ ଦେଖାଣିଆ

ସମ୍ବଲପୁର,୨୨ା୪(ବ୍ୟୁରୋ)-କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ମାର୍ଚ୍ଚ ୨୩ ତାରିଖଠାରୁ ଦୋକାନ ବଜାର ବନ୍ଦ ରହିଛି । ବିଦେଶୀ ମଦ ଦୋକାନ ଓ ବାର, ଦେଶୀ ମଦଭାଟି ଗୁଡିକ ମଧ୍ୟ ସିଲ୍‌ କରାଯାଇଛି । ସବୁ ଦୋକାନରେ ତାଲା ପଡିଛି । ହେଲେ ଖୋଲା ବଜାରରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ, ରନ୍ଧା ମଦ ଯାହାକୁ ଯେତେ ମିଳୁଛି। ଅଭ୍ୟାସଗତଙ୍କ ପାଖରେ ସହଜରେ ମଦ ପହଞ୍ଚି ଯାଉଛି । ବାଇକ୍‌, ବିଭିନ୍ନ ଗାଡି, ଦୁଗ୍ଧ ଗାଡି, ଘରୋଇ କାର, ପାସେଞ୍ଜର ନେଇ ଯାଉଥିବା ଅଟୋରେ ଚୋରା ଚାଲାଣ ହେଉଛି। ଜିଲାର ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ବେଳେ ସହର ଭିତରକୁ ମଧ୍ୟ ଅବାଧରେ ପ୍ରବେଶ କରୁଛି। ଏବେ ସହର ସାରା ପୋଲିସ ଛାଉଣୀ। ହେଲେ ଚୋରାରେ ମଦ ବ୍ୟବସାୟ ହେଉଛି। ପୋଲିସ ଧରିବାରେ ବିଫଳ ହେଉଛି। ଅଭ୍ୟାସଗତଙ୍କ ପାଇଁ ମଦ ମଳିବାରେ ସତେ ଯେଭଳି ଅସୁବିଧା ନାହିଁ । ସହର ଉପକଣ୍ଠ ଯୁଯୁମୁରା, ବୁର୍ଲା, ଶାସନ, ହୀରାକୁଦ ଅଞ୍ଚଳରେ ଯାହାକୁ ଯେତେ ମଦ ବିକ୍ରି ହେବା ସହ ସହରକୁ ଆସୁଛି । ବେଆଇନ ମଦ ବ୍ୟବସାୟୀ ଏଥିରେ ଲାଭବାନ ମଧ୍ୟ ହେଉଛନ୍ତି। ଲାଇସନ୍ସପ୍ରାପ୍ତ ମଦ ଦୋକାନୀଙ୍କ ମଧ୍ୟ ସଂପୃକ୍ତି ରହୁଛି। ପ୍ରଶାସନ ପକ୍ଷରୁ କେବଳ ମଦ ଦୋକାନରେ ସିଲ୍‌ କରାଯାଇଛି। ହେଲେ ମଦ ବ୍ୟବସାୟୀଙ୍କ ଘର, ଗୋଦାମ ଓ ବିଭିନ୍ନ ସ୍ଥାନରେ ମଦ ଷ୍ଟକ୍‌ ରହିଛି। ଏଠାରୁ ନେଇ ବଜାରରେ ଚଢା ଦରରେ ଆରାମରେ ବିକ୍ରି ହେଉଛି। ଏଭଳିକି ମୂଳ ଦାମରୁ ୪ ଗୁଣା ଅଧିକ ଦରରେ ଲୋକେ କିଣୁଛନ୍ତି। ତେଣୁ ଲାଇସନ୍ସପ୍ରାପ୍ତ ଦୋକାନୀଙ୍କ ଷ୍ଟକ ଯାଞ୍ଚ କରାଯିବା ଆବଶ୍ୟକ। ନକଲି ବିଦେଶୀ ମଦ ତିଆରି କରୁଥିବା ମାଫିଆ ମଧ୍ୟ ଏହି ସମୟରେ ସକ୍ରୀୟ ହୋଇଯାଇଛନ୍ତି । ସେମାନେ କଟକଣାର ସୁଯୋଗ ନେଇ ବିଭିନ୍ନ କମ୍ପାନୀର ମଦ ତିଆରି କରି ମଦ ବିକ୍ରି କରୁଛନ୍ତି । ଏହା ମଧ୍ୟ ବଜାରରେ ପ୍ରବେଶ କରୁଛି। ଏହା ସହ ବିଶେଷ କରି ଗ୍ରାମାଞ୍ଚଳରେ ରନ୍ଧାମଦ ବିକ୍ରି ପରିମାଣ ବଢି ଯାଇଛି । କୁସୁନାଭାଟିରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ଜଙ୍ଗଲରେ ମହୁଲ ଫୁଲରୁ ମଦ ରନ୍ଧା ତିଆରି ହେଉଛି। ରାତି ଅଧିଆ ତିଆରି କରାଯାଉଛି। ସକାଳେ ବିକ୍ରି ଶେଷ ହୋଇଯାଉଛି। ଏଥିରେ କିଛି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସଂପୃକ୍ତି ରହୁଛି। ସେହିଭଳି ଅବକାରୀ ବିଭାଗର ସ୍ବଚ୍ଛତା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ତେବେ ଏ ସମ୍ପର୍କରେ ସଦର ଏସ୍‌ଡିପିଓ ତପନ କୁମାର ମହାନ୍ତି କହିଛନ୍ତି ଯେ, ଏ ସମୟରେ ମଦ ବିକ୍ରି ସମ୍ପୂର୍ଣ୍ଣ ବେଆଇନ। ଅଭିଯୋଗ ଆସିଲେ ଚଢାଉ କରାଯିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣକଲେ ତରୁଣକାନ୍ତି, କାଳିଚରଣ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ମଙ୍ଗଳବାର ୨୦୧୯ ମସିହା ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ମଣ୍ଡି ହାଉସ୍‌ସ୍ଥିତ କମାନୀ...

ଆର୍ମି ଏଡି କଲେଜ ଦୀକ୍ଷାନ୍ତ ସମାରୋହ ଆଜି : ପହଞ୍ଚିଲେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଗୋପାଳପୁର,୨୮ା୯-ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଆର୍ମି ଏଡି କଲେଜ ପରିସରରେ ଆୟୋଜିତ ହେବାକୁ ଥିବା ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ରାଷ୍ଟ୍ରପତି ଶୁକ୍ରବାର ବାୟୁସେନାରେ ସ୍ବତନ୍ତ୍ର ବିମାନରେ...

୨୦ ଫୁଟ ତଳକୁ ଖସିଲା ଆଲୁମିନିୟମ ପାଉଡର ଲୋଡିଂ ଟ୍ୟାଙ୍କର: ଡ୍ରାଇଭର ମୃତ

ରାୟଗଡ଼ା ଅଫିସ, ୨।୧: ୩୨୬ ନଂ. ଜାତୀୟ ରାଜପଥର ଗୁମ୍ମା ଘାଟିରୁ ଗୁରୁବାର ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ୟାଙ୍କର ଖସିପଡ଼ିଛି। ଫଳରେ ଘଟଣା ସ୍ଥଳରେ...

କାମ ଦେଉନି ଧରପଗଡ଼, ଜରିମାନା ଆଦାୟ

କେନ୍ଦୁଝର, ୭।୩ (ସ୍ବ.ପ୍ର.)- ଖଣିଖାଦାନ ଭରା କେନ୍ଦୁଝର ଜିଲାରେ ରାସ୍ତାଘାଟ ଦୁରବସ୍ଥା, ଟ୍ରାଫିକ ସମସ୍ୟା ଓ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ...

ରଥିବାଲିରେ ପର୍ଯ୍ୟଟକଙ୍କ ସୁରକ୍ଷା ଏବେ ବଡ଼ ପ୍ରଶ୍ନ

ପଟ୍ଟାଙ୍ଗି,୨୬ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଗାଲିଗାବଡାର ଗ୍ରାମ ନିକଟସ୍ଥ ରଥିବାଲି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ...

ଛାତ୍ରୀଛାତ୍ରଙ୍କ ସହ ମଧ୍ୟାହ୍ନଭୋଜନ କଲେ ଗଣଶିକ୍ଷା ମନ୍ତ୍ରୀ

ବଲାଙ୍ଗୀର ଅଫିସ, ୧୨ା୨ – ବଲାଙ୍ଗୀର ଜିଲା ଗସ୍ତରେ ଆସିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ସ୍ଥାନୀୟ ଡିଇଓ ଅଫିସରେ...

ଟାଉନ୍‌ହଲ ପରିସର ପାଲଟିଛି ପାର୍କିଂସ୍ଥଳ, ପରିସ୍ରାଗାର

ପାରଳାଖେମୁଣ୍ଡି, ୫ା୩(ସ୍ବ.ପ୍ର.) ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ୧୪ ନଂ. ଓ୍ବାର୍ଡସ୍ଥିତ ଟାଉନ୍‌ହଲ ନବୀକରଣ କାର୍ଯ୍ୟ ଚାଲିଥିବାବେଳେ ଏଥିରେ ଅହେତୁକ ବିଳମ୍ବ ହେଉଥିବା ଜଣାପଡ଼ିଛି। ଜିଲା ସଦରରେ...

ପ୍ରାକ୍ଟିକାଲରେ କମ୍‌ ମାର୍କ ପାଇଁ କଲେଜ ଘେରିଲେ ଛାତ୍ରୀ

ଜୟପୁର,୨୬ା୬(ନି.ପ୍ର./ଡି.ଏନ୍‌.ଏ.): ଥିଓରିରେ ୮୦ ପ୍ରତିଶତ ମାର୍କ ରଖିଥିବା ଜଣେ ଛାତ୍ରୀଙ୍କୁ ଗୃହ ବିଜ୍ଞାନର ପ୍ରାକ୍ଟିକାଲରେ ମାତ୍ର ୧୨ ମାର୍କ ମିଳିଛି। ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ...

Leave a comment

Your email address will not be published. Required fields are marked *