ମାନସିକ ଶାନ୍ତି ଆଣିଥାଏ ଏହି ବ୍ୟାୟାମ…

ଆଖି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପ୍ରତିଦିନ ଆଖିର ବ୍ୟାୟାମ କଲେ ସୁଫଳ ମିଳିଥାଏ। ଦୁଇହାତ ପାପୁଲିକୁ ଘଷି ଘଷି ଗରମ କରି ବନ୍ଦ ଆଖି ଉପରେ ପାପୁଲିକୁ ହାଲ୍‌କା ଭାବେ ରଖିଲେ ମିଳିଥାଏ ଅନେକ ଉପକାର। ଏହି ସମୟରେ ଧୀରେ ଧୀରେ ନିଶ୍ୱାସ ନେଇ ମନରେ ସକାରାତ୍ମକ ଚିନ୍ତା ଆଣିଲେ ମାନସିକ ଶାନ୍ତି ମିଳିଥାଏ। ଏହି ପ୍ରକ୍ରିୟା ପ୍ରତିଦିନ ୩-୫ ମିନିଟ କଲେ ସୁଫଳ ମିଳେ। ସେହିପରି ଏକାଗ୍ରତା ତଥା ଆଖିର ଶକ୍ତି ବୃଦ୍ଧି ଲାଗି ଦୂରରେ ଥିବା କୌଣସି ଜିନିଷ ଉପରେ ୨୦ରୁ ୩୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଦୃଷ୍ଟି ନିବଦ୍ଧ କରି ଏହାପରେ ପାଖରେ ଥିବା କୌଣସି ଜିନିଷକୁ ଦେଖିଲେ ମିଳେ ସୁଫଳ। ଏହି ସମୟରେ ମୁଣ୍ଡ ଏପଟସେପଟ ନ କରି ସ୍ଥିର ହୋଇ ବସିବା ଆବଶ୍ୟକ। ଆଖିଡୋଳକୁ କ୍ଲକ୍‌ୱାଇଜ୍‌ ବୁଲାଇଲେ ଅନେକ ପ୍ରକାର ଆଖିଦୋଷ ଦୂର ହୋଇଥାଏ । ହାତରେ ପେନ୍‌ସିଲ୍‌ ବା ପେନ୍‌ ଧରି ଏହାକୁ ନାକ ସାମ୍ନାକୁ ଧୀରେ ଧୀରେ ଆଣି ଏହାର ମୁନ ଉପରେ ଦୃଷ୍ଟି ନିବଦ୍ଧ କରି ହାତକୁ ଆଗକୁ ପଛକୁ କଲେ ଆଖିର ପାଓ୍ବାର ଅଫ୍‌ ଆକୋମୋଡେସନ୍‌ ବଢ଼ିଥାଏ।


All Right Reserved By

ଓଜନ କମ୍‌ କରିବା ପାଇଁ ମହିଳା କରିଥିଲେ ଏମିତି କିଛି, ଯେଉଁଥିରେ ସବୁଦିନ ପାଇଁ ଅକାମୀ ହୋଇଗଲା ଏହି ଅଙ୍ଗ

ବର୍ତ୍ତମାନ ସମୟରେ ମେଦବହୁଳତା ଏକ ଜଟିଳ ସମସ୍ୟା ପାଲଟିଛି। ଏହି ସମସ୍ୟା ଦେଇ ଗତିକରୁଛନ୍ତି ବିଶ୍ୱର ଅଧିକାଂଶ ଲୋକ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ...

ଓସ୍ତପତ୍ରରେ ରହିଛି ବହୁ ଔଷଧୀୟ ଗୁଣ

ଆମ ଚତୁପାର୍ଶ୍ୱରେ ବିଭିନ୍ନ ଔଷଧୀୟ ବୃକ୍ଷ ରହିଛି। ମାତ୍ର ଆମେ ଏହାର ଉପକାରିତା ବିଷୟରେ ଜାଣି ନ ଥାଉ। ଏହି ଯେମିତି ଓସ୍ତପତ୍ର। ଏହାର ଅନେକ...

କେମିତି ଚମକିବ ବାସନ

ସବୁ ମହିଳାଙ୍କୁ ପସନ୍ଦ ସେମାନଙ୍କ ରୋଷେଇ ଘରର ବାସନ କେମିତି ଚମକିବ । କିନ୍ତୁ ବାସନରେ ଯଦି ପୋଡ଼ା ଦାଗ ରହିଯାଏ ତେବେ ତାକୁ ସଫା...

ଲୋ ବ୍ଲଡ୍‌ପ୍ରେସର

ସାଧାରଣତଃ ବ୍ଲଡ୍‌ପ୍ରେସର ଦୁଇ ପ୍ରକାର- ଲୋ ଏବଂ ହାଇ। ଲୋ ବ୍ଲଡ୍‌ପ୍ରେସର ଥିଲେ କେତେକ ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡିଥାଏ। ଖାଦ୍ୟ ତାଲିକାରେ...

ଖାଦ୍ୟ ରୁଚି: ପୁରି

ଏମିତିରେ ଅଟା କିମ୍ବା ମଇଦାରେ ପ୍ରସ୍ତୁତ ପୁରି ସମସ୍ତେ ଖାଇଥାନ୍ତି । ହେଲେ ଆପଣ ଚାହିଁଲେ ଏଥିରେ କିଛି ନୂଆ ଟେଷ୍ଟ ଆଡ୍‌ କରି ପାରିବେ...

ମଧୁମେହ ରୋଗୀ ଖାଇପାରିବେ କି ଆମ୍ବ

ସବୁ ଫଳରୁ ଆମ୍ବକୁ ରାଜା ଫଳ ବୋଲି କୁହାଯାଏ। ଛୋଟରୁ ବଡ଼ ସମସ୍ତଙ୍କ ପସନ୍ଦ ଆମ୍ବ। ଖରାଦିନ ଆସିଲେ ଆମ୍ବକୁ ସମସ୍ତେ ଅନାଇ ବସିଥାନ୍ତି। କିନ୍ତୁ...

ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରେ ଭିଟାମିନ୍‌ ‘ଡି’

ଭିଟାମିନ୍‌ ‘ଡି’ରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଭିଟାମିନ୍‌ ‘ଡି’ଯୁକ୍ତ ଖାଦ୍ୟ ଖାଇଲେ ତାହା ମସ୍ତିଷ୍କର କାର୍ଯ୍ୟଧାରାକୁ ଆହୁରି ସକ୍ରିୟ କରିଥାଏ ବୋଲି ଏକ...

ସିଗାରେଟ୍‌ ପିଉଥିବା ବ୍ୟକ୍ତିଙ୍କ ପିଲାମାନଙ୍କ ଶୁକ୍ରାଣୁ ହୋଇଥାଏ କମ୍‌

ନିଶାଦ୍ରବ୍ୟ ସେବନର ଭୟାବହତା ବିଷୟରେ ମାତ୍ରାଧିକ ସମସ୍ତେ ଜାଣିଥିଲେ ସୁଦ୍ଧା ଅନେକ ଏହାକୁ ନିଜର ଜୀବନଚର୍ଯ୍ୟାରେ ସାମିଲ କରିଥାନ୍ତି। ବିଶେଷକରି ପୁଅମାନେ ଏଥିପ୍ରତି ଆକୃଷ୍ଟ ହେବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *