ସୁପରିଚାଳନା ଦ୍ୱାରା କଠିନ ବର୍ଜ୍ୟବସ୍ତୁ ସମ୍ପଦ ହେବ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): କଠିନ ବର୍ଜ୍ୟବସ୍ତୁ ବର୍ତ୍ତମାନ ଜୀବଜଗତ ପାଇଁ ବଡ଼ ବିପଦ ସାଜିଛି। ଏଥିଯୋଗୁ ଜଳ, ବାୟୁ ଓ ପରିବେଶ ପ୍ରଦୂଷିତ ହେଉଛି। ଲୋକେ ଘାତକ ରୋଗର ଶିକାର ହେଉଛନ୍ତି। ଦେଶର ସହରାଞ୍ଚଳ ଅପେକ୍ଷା ଓ ଗ୍ରାମାଞ୍ଚଳରେ ଏହାର କୁପ୍ରଭାବ ଅଧିକ ପଡୁଥିବା ଦେଖିବାକୁ ମିଳୁଛି। ଏହି ବିପଦରୁ ମୁକୁଳିବା ବର୍ତ୍ତମାନ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେଣୁ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ହେଲେ ଏହା ମାନବ ସମାଜ ପାଇଁ ବିପଦ ନୁହେଁ, ସମ୍ପଦ ହେବ। ତେଣୁ ଏହାର ପୁନଃପ୍ରକ୍ରିୟାକରଣ କରାଯାଇ ଏଥିରୁ ରାଜସ୍ବ ସଂଗ୍ରହ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଦରକାର। ମଙ୍ଗଳବାର କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ସଂକ୍ରାନ୍ତରେ ୟୁନିସେଫ୍‌ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ମିଡିଆ ରାଉଣ୍ଡ୍‌ଟେବୁଲ ବୈଠକରେ ମତପ୍ରକାଶ ପାଇଛି।
ଏହି ବୈଠକରେ ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ଡ. ମୋନିକା ନୀଲ୍‌ସନ, ପଞ୍ଚାୟତ ଏବଂ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ସୁବାସ ଚନ୍ଦ୍ର ଦାସ, ଗ୍ରାମୀଣ ଜଳଯୋଗାଣ ଓ ନିଷ୍କାସନ ବିଭାଗର ଭୁବନେଶ୍ୱର ସର୍କଲର ଅଧୀକ୍ଷକ ଯନ୍ତ୍ରୀ ଅଭୟ ବିଶ୍ୱାଳ, ମୁମ୍ବାଇର କଠିନ ବର୍ଜ୍ୟବସ୍ତୁ ବିଶେଷଜ୍ଞ ପ୍ରମୋଦ ଡବ୍ରାସେ, ୟୁନିସେଫ୍‌ ଓଡିଶାର ଓ୍ବାସ୍‌ ବିଶେଷଜ୍ଞ ସିପ୍ରା ସାକ୍‌ସେନାଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ କଠିନ ବର୍ଜ୍ୟବସ୍ତୁ ବିପଦ ଓ ଏହାର ସମାଧାନ ନେଇ ଆଲୋଚନା କରିଥିଲେ। ଡ. ନୀଲ୍‌ସନ କହିଲେ, ସମାଜରେ ଶିଶୁ ଓ ମହିଳାଙ୍କ ସ୍ବାସ୍ଥ୍ୟ ପୋଷଣ ଓ ଶିକ୍ଷାର ଉନ୍ନତି ଉପରେ ସବୁବେଳେ ଗୁରୁତ୍ୱ ଦିଆଯାଉଛି। ହେଲେ ବର୍ଜ୍ୟବସ୍ତୁର ଠିକ୍‌ ପରିଚାଳନା ନ ହେବା ଯୋଗୁ ମୃତ୍ତିକା ଓ ଜଳବାୟୁ ଭୟଙ୍କର ଭାବେ ପ୍ରଦୂଷିତ ହେଉଛି। ଫଳରେ ଦେଶରେ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ୟୁନିସେଫ୍‌ ପକ୍ଷରୁ ନିଆଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇ ନୀଲ୍‌ସନ କହିଲେ, ପ୍ରାଥମିକ ସ୍ତରରେ ଓଡିଶାର ପ୍ରତି ଜିଲାର ୩ଟି ଲେଖାଏ ପଞ୍ଚାୟତରେ ଲୋକମାନଙ୍କୁ ସଚେତନ କରାଯିବ। ସରପଞ୍ଚମାନେ ଲୋକମାନଙ୍କୁ ସଚେତନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଗାଁ ଏବଂ ପଞ୍ଚାୟତସ୍ତରରେ କଠିନ ବର୍ଜ୍ୟବସ୍ତୁର ଠିକ୍‌ ପରିଚାଳନା ଉପରେ ଗୁରୁତ୍ୱ ଦେବେ। ବ୍ୟବହାର ଉପଯୋଗୀ ନ ଥିବା ବର୍ଜ୍ୟବସ୍ତୁର ଏକତ୍ରୀକରଣ, ବିଭାଗୀକରଣ ଉପଚାର ତଥା ସୁରକ୍ଷିତ ରୂପେ ନିଷ୍କ୍ରିୟ କରାଯିବା ଉପରେ ଗୁରୁତ୍ୱ ଦିଆଯିବ। ସାକ୍‌ସେନା ଓ ଡବ୍ରାସେ କହିଲେ, ପ୍ରତିଦିନ ବାହାରୁଥିବା ଲକ୍ଷ ଲକ୍ଷ ମେଟ୍ରିକ ଟନ ବର୍ଜ୍ୟବସ୍ତୁର ସୁପରିଚାଳନା ଅଭାବରୁ ଆମର ବିକଶିତ ମାନବ ସଭ୍ୟତା ବେକାର ସାବ୍ୟସ୍ତ ହେବାରେ ଲାଗିଛି। ସମସ୍ୟାର ସମାଧାନ ପାଇଁ ସାମୂହିକ ଉଦ୍ୟମ ଲୋଡ଼ା।


All Right Reserved By Dharitri.Com

ବେଲପାହାଡ଼ରେ ବିଧାୟକଙ୍କ ସମୀକ୍ଷା ବୈଠକ

ବେଲପାହାଡ଼,୧୪ା୯ (ଡ଼ି.ଏନ୍‌.ଏ.) ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ତଥା ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ବ୍ରଜରାଜନଗର ବିଧାୟକ କିଶୋର କୁମାର...

ପୋଖରୀରେ ପଡ଼ି ଶିଶୁକନ୍ୟାଙ୍କ ଗଲା ଜୀବନ

ବାସୁଦେବପୁର, ୩୦।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତ ଅଧୀନ ଗଦେଇବିନ୍ଧା ଗ୍ରାମରେ ବୁଧବାର ଅପରାହ୍ନରେ ପୋଖରୀରେ ପଡ଼ି ବନ୍ଦନା କାଣ୍ଡି ନାମ୍ନୀ ୩...

ଡାକ୍ତରଙ୍କ ଖାମଖିଆଲରୁ ଚାଲିଗଲା ଜୀବନ : ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ଡାକ୍ତରଙ୍କୁ ଭଗବାନ ବୋଲି କୁହାଯାଏ। ହେଲେ ଡାକ୍ତରଙ୍କ ଖାମଖିଆଲରୁ ଜଣେ ମହିଳାଙ୍କ ଜୀବନ ଯାଇଛି। ଏହି ଘଟଣାକୁ ନେଇ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ...

ସ୍ଥାଣୁ ପାଲଟିଛି ଭିଜିଲାନ୍ସର ସୋସିଆଲ ମିଡିଆ

କଟକ ଅଫିସ, ୩୦ା୧୧: ଓଡ଼ିଶା ଭିଜିଲାନ୍ସ ବିଭାଗରେ ଶତାଧିକ ଦୁର୍ନୀତି ଅଭିଯୋଗ ତଦନ୍ତ ନ ହୋଇ ପଡ଼ିରହିଛି। ଏପରି ସ୍ଥଳେ ରାଜ୍ୟରେ ଦୁର୍ନୀତି କମିଛି ବୋଲି...

ଉପକୂଳମୁହାଁ ବୁଲବୁଲ୍‌: ଦୀଘାରେ ହାଇଆଲର୍ଟ

ଭୋଗରାଇ, ୯।୧୧(ଡି.ଏନ୍‌.ଏ.): ବାତ୍ୟା ‘ବୁଲବୁଲ୍‌’ ପ୍ରଭାବରେ ବାଲେଶ୍ୱର ଜିଲାର ଉଦୟପୁର, ତାଳସାରୀ, କୀର୍ତ୍ତନିଆ, ଦୀଘା ଉପକୂଳ ସମୁଦ୍ରରେ ଶନିବାର ୫ରୁ ୯ଫୁଟ୍‌ର ଜୁଆର ମାଡ଼ିଆସୁଥିବା ଦେଖାଯାଇଛି।...

ଆଜି ବନ୍ଦ ଡାକରା

ଭୁବନେଶ୍ୱର,୮।୧(ବ୍ୟୁରୋ):ରାସ୍ତାରେ ଗାଡ଼ି ଗଡ଼ିବନି। ଦୋକାନ ବଜାର, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ବନ୍ଦ ହେବ। ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ବୁଧବାର ଦେଶବ୍ୟାପୀ...

ଲୋକାଲ ଫ୍ଲାପ୍‌ ଟିସ୍ୟୁ ବ୍ୟବହାର ଦ୍ୱାରା ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଲୋକାଲ ଫ୍ଲାପ୍‌ ଟିସ୍ୟୁ ବ୍ୟବହାର କରି ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ଜଣେ ବ୍ୟକ୍ତିଙ୍କ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ବି.ଆର. ଲାଇଫ୍‌...

ଶ୍ରୀକ୍ଷେତ୍ରକୁ ଜଗିଛି ଅଚଳ ସିସିଟିଭି କ୍ୟାମେରା

ପୁରୀ ଅଫିସ, ୧୯।୧୨ : ଅନ୍ତର୍ଜାତୀୟ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର। ଦୈନିକ ଏଠାକୁ ଦେଶ ବିଦେଶର ଲକ୍ଷାଧିକ ଭକ୍ତ ଆସିଥାନ୍ତି। ସେମାନେ ମହାପ୍ରଭୁଙ୍କ ଦର୍ଶନ କରିବା...

Leave a comment

Your email address will not be published. Required fields are marked *