Posted inଜାତୀୟ

ଦୁଇ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ,୧୨ା୬(ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ନୃପେନ୍ଦ୍ର ମିଶ୍ର ଓ ଅତିରିକ୍ତ ପ୍ରଧାନ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି କରାଯାଇଛି। ଏହାସହ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ର ଦୁଇ ଅବସରପ୍ରାପ୍ତ ଅଧିକାରୀଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦିଆଯାଇଛି। ମେ ୩୧ରୁ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।
ସମ୍ପର୍କିତ କ୍ୟାବିନେଟ କମିଟି ମଙ୍ଗଳବାର ୧୯୪୫ ମାର୍ଚ୍ଚ ୮ରେ ଜନ୍ମିତ ନୃପେନ୍ଦ୍ର ମିଶ୍ର ଏବଂ ୧୯୪୮ ଅଗଷ୍ଟ ୧୧ରେ ଜନ୍ମଗ୍ରହଣ କରିଥିବା ପି.କେ. ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି। ମୋଦି ସରକାରଙ୍କ ପ୍ରଥମ ପାଳି ୨୦୧୪ ମେ ୨୮ରେ ନୃପେନ୍ଦ୍ର (ଉତ୍ତରପ୍ରଦେଶ କ୍ୟାଡର ୧୯୬୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ)ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ କରାଯାଇଥିଲା। ସେହିପରି ୨୦୧୪ ଜୁନ୍‌ ୯ରେ ଅତିରିକ୍ତ ପ୍ରଧାନ ସଚିବ ଭାବେ ପି.କେ. ମିଶ୍ର (ଗୁଜରାଟ କ୍ୟାଡର ୧୯୭୨ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ)ଙ୍କୁ ନିଯୁକ୍ତି ଦିଆଯାଇଥିଲା। ପ୍ରକାଶ ଯେ, ଏହାପୂର୍ବରୁ ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି କରାଯାଇ ତାଙ୍କୁ କ୍ୟାବିନେଟ ପାହ୍ୟା ଦିଆଯାଇଛି।


All Right Reserved By

ଅଧା ଭାରତରେ ଜଳ ପ୍ରଳୟ: କର୍ନାଟକ-ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ, ୮।୮: ଅଧା ଭାରତରେ ଏବେ ଜଳ ପ୍ରଳୟ ସ୍ଥିତି ସୃଷ୍ଟି ହୋଇଛି। ତେବେ କର୍ନାଟକ ଓ ମହାରାଷ୍ଟ୍ରରେ ସ୍ଥିିତି ଅଧିକ ଗମ୍ଭୀର ରହିଛି। କେତେକ...

ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୮ା୪: କ୍ରିକେଟର୍‌ରୁ ରାଜନେତା ବନିଥିବା ଭାଜପା ପ୍ରାର୍ଥୀ ଗୌତମ୍‌ ଗମ୍ଭୀର ବିନା ଅନୁମତିରେ ନିର୍ବାଚନ ର଼୍ୟାଲି କରିଥିବାରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ତାଙ୍କ ବିରୋଧରେ...

କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ: ପୋଷ୍ଟାଲ ବ୍ୟାଲେଟ୍‌ ସହିତ ଇଭିଏମ୍‌

ନୂଆଦିଲ୍ଲୀ, ୨୩।୫: କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୭ତମ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ...

ଶୁଖିଲା ନଦୀରେ ତିଆରି ହେଉଥିଲା ପୋଲ: ଅଚାନକ ପାଣି ଆସିବାରୁ ଫଶିଗଲେ ଶ୍ରମିକ

ଭୋପାଳ,୧।୭: ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବୁରହାନପୁରରେ ଥିବା ଏକ ଶୁଖିଲା ନଦୀ ଉପରେ ପୋଲ ତିଆରି କାମ ଚାଲୁଥିଲା। ଏହାରି ଭିତରେ...

ପାର୍କରେ ଦୁର୍ଘଟଣା: ୩ ମୃତ, ୩୧ ଆହତ

ଅହମଦାବାଦ,୧୫ା୭(ଆଇଏଏନ୍‌ଏସ୍‌): ଅହମଦାବାଦର ଏକ ମନୋରଞ୍ଜନ ପାର୍କରେ ରବିବାର ଦୋଳି ଭୁଶୁଡ଼ି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୩୧ ଜଣ ଆହତ ହୋଇଛନ୍ତି। କଙ୍କରିଆ...

ଝାଡ଼ଖଣ୍ଡ ଭିଡ଼ହତ୍ୟା ମାମଲା: ୫ ଗିରଫ, ୨ ପୋଲିସ ନିଲମ୍ବିତ

ରାଞ୍ଚତ୍,୨୫।୬: ମୋଟରସାଇକେଲ ଚୋରି ଅଭିଯୋଗରେ ଝାଡଖଣ୍ଡର ଷଢ଼େଇକଳା ଖରସୁଆଁ ଅଞ୍ଚଳରେ ଜଣେ ମୁସଲିମ୍‌ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ମାରିଦେବା ଘଟଣାରେ ପୋଲିସ ୫ ଜଣଙ୍କୁ...

କଂଗ୍ରେସ ଏକ୍‌ଜିଟ୍‌ ପୋଲ୍‌: ଏନ୍‌ଡିଏ ଆଗରେ

ନୂଆଦିଲ୍ଲୀ,୨୨।୫: ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ କରାଯାଇଥିବାବେଳେ ଏଥିରେ ଏନଡିଏ ପୁଣିଥରେ କ୍ଷମତା ଦଖଲ କରିବ ବୋଲି ଅନୁମାନ କରାଯାଇଛି। ତେବେ ଖୋଦ୍‌...

ଜାହାଜ ଉପରେ ଯୋଗ ଅଭ୍ୟାସ କଲେ ନୌସେନା

ନୂଆଦିଲ୍ଲୀ,୨୦।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଶ୍ୱର ବିଭିନ୍ନ ସ୍ଥାନରେ ଯୋଗ ଶିବିରମାନ ଆୟୋଜନ କରାଯାଉଛି। ଏହି କ୍ରମରେ ନୌସେନା କର୍ମଚାରୀମାନେ ମଧ୍ୟ ଯୋଗ ଅଭ୍ୟାସ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *