ମୋଦିଙ୍କୁ ଭେଟିଲେ ନବୀନ: ସ୍ବତନ୍ତ୍ର ପାହ୍ୟା ଦାବି ଦୋହରାଇଲେ

ଭୁବନେଶ୍ୱର,୧୨।୬(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ସାକ୍ଷାତ୍‌ କରିଛନ୍ତି। ରାଜ୍ୟରେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ପ୍ରଥମ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ମୋଦି ଦ୍ୱିତୀୟଥର କେନ୍ଦ୍ରରେ ସରକାର ଗଢ଼ିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନୁରୂପଭାବେ ବିଧାନସଭା ନିର୍ବାଚନରେ ବିଜେଡିର ସଫଳତା ପାଇଁ ମୋଦି ମଧ୍ୟ ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଦୁହିଁଙ୍କ ମଧ୍ୟରେ ହୋଇଥିବା ପ୍ରାୟ ୨୦ ମିନିଟ ସାକ୍ଷାତ୍‌ ସମୟରେ ନବୀନ ରାଜ୍ୟ ସମ୍ପର୍କିତ ଏକାଧିକ ଦାବି ଉପସ୍ଥାପନ କରିଥିଲେ। ଦୀର୍ଘଦିନର ଦାବି ତଥା ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା, କୋଇଲା ରୟାଲଟି ସଂଶୋଧନ କରିବା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଉଠାଇଥିଲେ। ସେହିଭଳି ବାତ୍ୟା ଫନୀ ଦ୍ୱାରା କ୍ଷତିଗ୍ରସ୍ତ ଉପକୂଳ ଓଡ଼ିଶାର ଭିତ୍ତିଭୂମି ପୁନରୁଦ୍ଧାର ପାଇଁ ସାମ୍ପ୍ରତିକ ସ୍ଥିତିରେ ୫୨୨୮ କୋଟି ଟଙ୍କା ପ୍ରଦାନ ପାଇଁ ନବୀନ ଦାବି କରିଛନ୍ତି। ହେଲେ ଆୟୁଷ୍ମାନ୍‌ ଭାରତ ଏବଂ ପିଏମ୍‌-କିଷାନ ଯୋଜନାକୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ବିବାଦ ରହିଥିବାବେଳେ ଏ ସମ୍ପର୍କରେ କୌଣସି ଆଲୋଚନା ହୋଇ ନ ଥିବା ଜଣାପଡିଛି।
ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଅଧିକାଂଶ ସମୟରେ ଓଡ଼ିଶା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୧୯୦୦ରୁ ୨୦୧୯ ମଧ୍ୟରେ ପୂର୍ବ-ଭାରତରେ ସୃଷ୍ଟି ହୋଇଥିବା ମୋଟ ସାମୁଦ୍ରିକ ଝଡ଼ ମଧ୍ୟରୁ ପ୍ରାୟ ୩୫ ପ୍ରତିଶତ ସିଧା ଓଡ଼ିଶାକୁ ପ୍ରଭାବିତ କରିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହା ହୋଇପାରିଲେ ରାଜ୍ୟର ସର୍ବାଙ୍ଗୀନ ବିକାଶ ଓ ଅଭିବୃଦ୍ଧି ହୋଇ ପାରିବ। କେନ୍ଦ୍ର ଦ୍ୱାରା ଲାଗୁ କରାଯାଇଥିବା ଯୋଜନାଗୁଡିକରେ କେନ୍ଦ୍ର ଓ ରାଜ୍ୟ ଅନୁପାତ ୯୦:୧୦ ରଖିବାକୁ ମୁଖ୍ୟମନ୍ତ୍ରୀ ନିଜ ଦାବିପତ୍ରରେ ଜଣାଇଛନ୍ତି। ସେହିପରି ଓଡ଼ିଶାକୁ ‘ସ୍ପେଶାଲ ଫୋକସ୍‌ ଷ୍ଟେଟ’ ଭାବେ ଘୋଷଣା କରାଯାଇ ନିର୍ଦ୍ଦିଷ୍ଟ ସମୟସୀମା ପାଇଁ ସ୍ବତନ୍ତ୍ର ରାଜ୍ୟଗୁଡିକ ପାଉଥିବା ସୁବିଧା ପ୍ରଦାନ କରିବାକୁ ଦାବି କରାଯାଇଛି। ଫନୀ ମୁକାବିଲା ଓ କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନରଦ୍ଧାର ପାଇଁ କେନ୍ଦ୍ର ସରକାର କରିଥିବା ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ଫନୀରେ ପ୍ରାୟ ୫.୬ ଲକ୍ଷ ଘର ଧ୍ୱଂସ ହେବା ସହ ହଜାର ହଜାର ବୃକ୍ଷ ଉପୁଡ଼ିଯାଇଛି। ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ସହ ବିଦ୍ୟୁତ୍‌ ଭିତ୍ତିଭୂମି ବହୁଳ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉଲ୍ଲେଖ କରିଛନ୍ତି। ତେଣୁ ରାଜ୍ୟରେ ନୂତନ ୫ ଲକ୍ଷ ପକ୍କାଘର ନିର୍ମାଣ ପାଇଁ ଦାବି କରାଯାଇଛି। କେନ୍ଦ୍ର ଏଥିପାଇଁ ୯୦ ପ୍ରତିଶତ ବ୍ୟୟବରାଦ କରିବାକୁ ଅନୁରୋଧ କରାଯାଇଛି। ସ୍ବତନ୍ତ୍ରଭାବେ ଏହାକୁ ପ୍ରଦାନ କରାଯାଇ ‘ସ୍ଥାୟୀ ଅପେକ୍ଷା ତାଲିକା’କୁ ବାଦ୍‌ ଦେବା ପାଇଁ ମଧ୍ୟ କେନ୍ଦ୍ରକୁ କୁହାଯାଇଛି। ଫନୀ ଦ୍ୱାରା ହୋଇଥିବା ବିଭିନ୍ନ ଭିତ୍ତିଭୂମିର କ୍ଷତି ହିସାବ(ବିଭାଗ ୱାରି) ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇସାରିଛି। ପ୍ରାଥମିକ ଭାବେ ଏହି କ୍ଷୟକ୍ଷତିର ପରିମାଣ ୯୩୩୬ କୋଟି ଟଙ୍କା ଆକଳନ କରାଯାଇଛି। ତେଣୁ ସାମ୍ପ୍ରତିକ ସ୍ଥିତିରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏନ୍‌ଡିଆର୍‌ଏଫ୍‌)ରୁ ୫୨୨୮ କୋଟି ଟଙ୍କା କେନ୍ଦ୍ର ପ୍ରଦାନ କରୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢଦାବି କରିଛନ୍ତି। କେତେକ କ୍ଷେତ୍ରରେ ପୂର୍ବ ପ୍ରଚଳିତ ଏନ୍‌ଡିଆରଏଫ୍‌ ଏବଂ ଏସ୍‌ଡିଆରଏଫ୍‌ ନିୟମକୁ କୋହଳ କରିବା ନେଇ ମଧ୍ୟ ରାଜ୍ୟ ପକ୍ଷରୁ ଦାବି କରାଯାଇଛି।
ସେହିପରି ସାରା ଦେଶର ଉତ୍ପାଦିତ ହେଉଥିବା କୋଇଲାର ଏକ-ପଞ୍ଚମାଂଶ ଓଡ଼ିଶାରେ ମିଳିଥାଏ। ହେଲେ କୋଇଲା ରୟାଲ୍‌ଟିର ଉପଯୁକ୍ତ ସଂଶୋଧନ ହୋଇ ନ ଥିବାରୁ ରାଜ୍ୟ ବହୁ ପରିମାଣର ରାଜସ୍ବ ହରାଉଛି। ଖଣି ସମ୍ପର୍କିତ କାର୍ଯ୍ୟ ପାଇଁ ରାଜ୍ୟର ପରିବେଶ ବହୁଳ ଭାବେ ପ୍ରଭାବିତ ହେଉଛି। ଶେଷଥର ପାଇଁ ମେ ୧୦, ୨୦୧୨ରେ କୋଇଲା ରୟାଲଟି ସଂଶୋଧନ କରାଯାଇଥିଲା। ତେଣୁ ପ୍ରଚଳିତ ୧୪ ପ୍ରତିଶତ ରୟାଲ୍‌ଟିକୁ ୨୦ ପ୍ରତିଶତକୁ ବୃଦ୍ଧିକରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନିକଟରେ ଦାବି କରିଛନ୍ତି। ଓଡ଼ିଶାର ଦାବିକୁ ବିଚାର କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ କୁହାଯାଇଛି।


All Right Reserved By

ସ୍ୟାଟ୍‌ ଉଚ୍ଛେଦ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମିଳିଲାନି ରହିତାଦେଶ; କେନ୍ଦ୍ର, ରାଜ୍ୟ ସରକାରଙ୍କୁ ନୋଟିସ

କଟକ ଅଫିସ,୮ା୮: ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‌) ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଗେଜେଟ୍‌ ନୋଟିଫିକେଶନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ମାମଲାର ଶୁଣାଣି...

ବେଆଇନ ମଦ କାରବାର ରୋକିବାକୁ ତାତିଲେ ମହିଳା: ପୋଲିସ ବଦଳରେ ମହିଳାଙ୍କ ଚଢ଼ାଉ

ବେଗୁନିଆ,୩୦ା୫ (ଡି.ଏନ.ଏ.)- ସାମାଜିକ ଚଳଣିରେ ଦେଖା ଦେଇଥିବା ପାରିବାରିକ ବିଶୃଙ୍ଖଳା ସୃଷ୍ଟି ପାଇଁ ନିଶା ଦ୍ରବ୍ୟ ସେବନ ହିଁ ପ୍ରମୁଖ କାରଣ ଅଟେ। ତେବେ ଏହି...

ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ: ଜମିବାଡ଼ି ବିବାଦରୁ ଘଟିଛି ପୁରୀ ଟ୍ରିପଲ୍‌ ମର୍ଡର

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଦୀର୍ଘଦିନର ଜମିବାଡି ବିବାଦ ଘଟଣାରୁ ପୁରୀ ଟ୍ରିପଲ୍‌ ମର୍ଡର ହୋଇଛି। ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ବିଧାନସଭାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ...

ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଲାଇସେନ୍ସ ରଦ୍ଦ ମାମଲା : ପକ୍ଷ ଶୁଣିବାକୁ ଏନ୍‌ଏଚ୍‌ଆର୍‌ସିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୧୩ା୯: ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଲାଇସେନ୍ସ ରଦ୍ଦ ପାଇଁ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶ ଉପରେ ଗୁରୁବାର ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଏନ୍‌ଏଚ୍‌ଆର୍‌ସିଙ୍କ...

କଣିହାଁରେ ହାତୀ: ଉଜାଡୁଛନ୍ତି ଫସଲ, ଘର

କଣିହାଁ, ୧୨ା୭(ଡି.ଏନ.ଏ.)-କଣିହାଁ ବ୍ଲକ ଅଞ୍ଚଳରେ କିଛି ଦିନ ହେଲା ୩ ହାତୀ ଆତଙ୍କ ଖେଳାଇଛନ୍ତି। ଗୁରୁବାର ହାତୀପଲ ଦଲକ, ତାଳପଦା, କଣିହାଁ, ହନୁମାନପୁର ପଞ୍ଚାୟତରେ ପଶି...

ଢିଙ୍କିଆ ପଞ୍ଚାୟତ ନିର୍ବାଚନ : ବିଜେଡି ସମର୍ଥିତ ପ୍ରାର୍ଥୀ କିଶୋର ବିଜୟୀ

କୁଜଙ୍ଗ,୪ା୭(ସ୍ବ.ପ୍ର): ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତ ନିର୍ବାଚନ ବୁଧବାର ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି। ଅପରାହ୍ନରେ ଭୋଟ୍‌ ଗଣତି ଶେଷ ହୋଇଥିବାବେଳେ ବୁଥ୍‌ରୁ ମିଳିଥିବା ସୂଚନା...

ପଶ୍ଚିମ ଓଡ଼ିଶାରେ ବନ୍ୟା: ଏସ୍‌ଆର୍‌ସି, ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ଭାଜପା ଟିମ୍‌

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, କନ୍ଧମାଳ, ବରଗଡ ଆଦି ଜିଲାରେ ଗତ ୩ ଦିନରେ ପ୍ରବଳ ବର୍ଷା ହୋଇଛି। ଏବେ ସେହି ଅଞ୍ଚଳଗୁଡିକରେ...

ନିର୍ବାଚନ ପାଇଁ ପୋଲିସ କମିଶନରଙ୍କ ବୈଠକ: ଟ୍ବିନ୍‌ସିଟିରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୨୧ା୪ (ବ୍ୟୁରୋ)- କଟକ ଓ ଭୁବନେଶ୍ୱରରେ ଶୃଙ୍ଖଳିତ ତଥା ସୁରକ୍ଷିତ ନିର୍ବାଚନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *