ଏସ୍‌ଏସ୍‌ବି ଅଧ୍ୟାପକ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ରାଜ୍ୟରେ ଥିବା ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ହୋଇଥିବା ଏସ୍‌ଏସ୍‌ବି ଅଧ୍ୟାପକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ବିଭାଗ ଅଧୀନ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ(ଏସ୍‌ଏସ୍‌ବି) ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ବିଭିନ୍ନ ବିଷୟ ପାଇଁ ଅନେକ ଛାତ୍ରୀଛାତ୍ର ମୌଖିକ ପରୀକ୍ଷା ଲାଗି ମନୋନୀତ ହୋଇଛନ୍ତି। ଆସନ୍ତା ୧୮ରୁ ଜୁଲାଇ ୩ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଭେରିଫିକେଶନ କରିପାରିବେ। ପରୀକ୍ଷାର୍ଥୀମାନେ ଏସ୍‌ଏସ୍‌ବିର ଅଫିସିଆଲ ଓ୍ବେବ୍‌ସାଇଟ୍‌ www.ssbodisha.nic.inରେ ଫଳାଫଳ ଦେଖିପାରିବେ। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୦ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ ୮୩୩(ମହିଳା ୨୭୩) ସିଟ୍‌ ପାଇଁ ଏହି ପରୀକ୍ଷା ହୋଇଛି। ଏଥିମଧ୍ୟରେ ଏସ୍‌ଟି ପାଇଁ ୧୮୩, ଏସ୍‌ସି ପାଇଁ ୧୩୨, ଏସ୍‌ଇବିସି ପାଇଁ ୯୦, ୟୁଆର୍‌ ପାଇଁ ୪୨୮ ସିଟ୍‌ ରହିଛି। ଏହି ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ସହିତ କ୍ୟାରିୟର ଓ ମୌଖିକ ପରୀକ୍ଷା ମଧ୍ୟ ରହିଛି। ମୋଟ ୨୦୦ ମାର୍କ ପରୀକ୍ଷା ମଧ୍ୟରେ ଲିଖିତ ପରୀକ୍ଷା ୧୬୫ ମାର୍କର ହୋଇଥିଲା। କ୍ୟାରିୟର ପାଇଁ ୨୫ ଓ ମୌଖିକ ପାଇଁ ୧୦ ମାର୍କ ରହିଛି।


All Right Reserved By Dharitri.Com

ମାଇଁ ସିଟି ଆୱାର୍ଡସ୍‌ର ଦ୍ୱିତୀୟ ସଂସ୍କରଣ: ୮ ବିଶିଷ୍ଟ ବ୍ୟକ୍ତି ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୮ା୮(ବ୍ୟୁରୋ): ଓଡିଶାର ପ୍ରଥମ ଇଂରାଜୀ ପ୍ରକାଶନ ମାଇଁ ସିଟି ଲିଙ୍କସ୍‌ ପକ୍ଷରୁ ମାଇଁ ସିଟି ଆୱାର୍ଡସ୍‌ର ଦ୍ୱିତୀୟ ସଂସ୍କରଣ ବୁଧବାର ସ୍ଥାନୀୟ ହୋଟେଲ ସ୍ବସ୍ତି...

ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନ ଆବଶ୍ୟକ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ସମସ୍ତ ଆନ୍ଦୋଳନ ବୌଦ୍ଧିକ ସ୍ତରରୁ ଆରମ୍ଭ ହୋଇଥାଏ। ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନର ଆବଶ୍ୟକତା ଅଛି। ଏଥିପାଇଁ ଉଦ୍‌ବେଳନ, ଆତ୍ମିୟତା ଓ ସଦିଚ୍ଛା...

‘ରାଇଜିଂ ଷ୍ଟାର’ ଟପ୍‌ ୬ରେ ଅନନ୍ୟା

ଭୁବନେଶ୍ୱର, ୧ା୬(ବ୍ୟୁରୋ): ପୁଣି ଜାତୀୟ ସ୍ତରରେ କମାଲ ଦେଖାଇଛନ୍ତି କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ। ୨୦୧୫ରେ ଇଣ୍ଡିଆନ ଆଇଡଲ ଜୁନିୟର ଟାଇଟଲ ଜିତିବା ପରେ ସେ...

ଗୁରୁବାରଠାରୁ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା କଳା, ସଂସ୍କୃତି

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଆସନ୍ତା ଗୁରୁବାରଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ପ୍ରଦର୍ଶିତ ହେବ। ଏହାସହ ଓଡ଼ିଶୀ, ଛଉନୃତ୍ୟ, ପ୍ରତ୍ନତତ୍ତ୍ୱ...

ଆଜି ସରିବ ଅଲାରନାଥଙ୍କ ଅଣସର ଦର୍ଶନ: ବର୍ଷାରେ ଭିଜି ଦର୍ଶନ କଲେ ଭକ୍ତ

ବ୍ରହ୍ମଗିରି, ୨।୭(ଡି.ଏନ୍‌.ଏ.): ସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ମହାସ୍ନାନପରେ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଥିଲେ ଶ୍ରୀଜୀଉମାନେ। ରବିବାର ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦଇତାପତିଙ୍କ ଦ୍ୱାରା...

ଜବରଦସ୍ତ ଟଙ୍କା ମାଗି ଜେଲ ଗଲେ ୩ କିନ୍ନର

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଆଇଜି ପାର୍କ ଭିତରେ ଲୋକମାନଙ୍କୁ ଧମକ ଚମକ ଦେଇ ଜବରଦସ୍ତ ଟଙ୍କା ମାଗୁଥିବା ୩ଜଣ କିନ୍ନରଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି।...

ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ନରେ ବିମାନଯୋଗେ ନୂଆଦିଲ୍ଲୀ ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ୫ ଦିନିଆ ବୋଲି ଜଣାପଡିଛି। ବୁଧବାର ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ପହଞ୍ଚି...

ଖୋଳାଯିବ ୧.୨୫ ଲକ୍ଷ କୂପ

ଭୁବନେଶ୍ୱର,୨୨-୧୧(ବ୍ୟୁରୋ):ସାରା ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ୧.୨୫ ଲକ୍ଷ କୂପ(ଡଗ୍‌-ୱେଲ)ଖୋଳାଯିବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏ) ଅଧୀନରେ ଏହି ଖନନ କାର୍ଯ୍ୟ...

Leave a comment

Your email address will not be published. Required fields are marked *