କରୋନା ସଚେତନତା ଲାଗି ବୌଦ୍ଧ ଜିଲା ପ୍ରଶାସନର ଅଭିନବ ଉଦ୍ୟମ

ବୌଦ୍ଧ, ୧୯ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ସମ୍ପର୍କରେ ସଚେତନତା ଓ ଲକଡାଉନ ନିୟମ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ବୌଦ୍ଧ ଗଙ୍ଗାଧର ସ୍ବେଛାସେବୀ ସମିତିର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ସଚେତନତା ଧର୍ମୀ କ୍ଷୁଦ୍ର ପଥପ୍ରାନ୍ତ ନାଟକ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। ଏଥିସହିତ ଯମରାଜଙ୍କ ଦ୍ୱାରା ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗଙ୍ଗାଧର ସ୍ବେଛାସେବୀ ସମିତିର ପ୍ରତିଷ୍ଠାତା ଇନ୍ଦ୍ରମଣି ମେହେରଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ କ୍ଷୁଦ୍ର ପଥପ୍ରାନ୍ତ ନାଟକକୁ ବାଉଁଶୁଣୀ ଥାନା ଅଞ୍ଚଳର ବିଭିନ୍ନ ଛକରେ ପ୍ରଦର୍ଶନ କରାଯାଇ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ହାତଧୋଇବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଏହି ନାଟକରେ ଇନ୍ଦ୍ରମଣି ମେହେର ଯମରାଜ ଭୂମିକାରେ ଅଭିନୟ କରିଥିବାବେଳେ ଗୋପାଳ ମେହେର, ମିନୁ ପ୍ରସାଦ ମିଶ୍ର ଓ ସୁଦର୍ଶନ ହୋତା ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଅବସରରେ ମାସ୍କ ବ୍ୟବହାର କରୁ ନ ଥିବା ଓ ସାମାଜିକ ଦୂରତା ରକ୍ଷା କରୁ ନ ଥିବା ଲୋକଙ୍କୁ ଯମରାଜ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିସହିତ ପୋଲିସ କର୍ମଚାରୀମାନେ ରସିଦ ଦେଇ ଜିଲା ରେଡକ୍ରସ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରିଥିଲେ।


All Right Reserved By Dharitri.Com

ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର: ବାଲେଶ୍ୱରରେ ଅଭିଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ,୨୦।୧- ରାଷ୍ଟ୍ରୀୟ ଯୁବ ସଙ୍ଗଠନ, ଉତ୍କଳ ଗାନ୍ଧୀ ସ୍ମାରକନିଧି ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଏକ ଅଭିଯାତ୍ରୀ ଦଳ ଶାନ୍ତି-ସଂହତି-ସଦ୍‌ଭାବନା ଯାତ୍ରାରେ ଗତ...

କଲେଜ ସମସ୍ୟା ନେଇ ଏସ୍‌ପି ଅଫିସ ଆଗରେ ଛାତ୍ରୀଙ୍କ ଧାରଣା

ଭଦ୍ରକ ଅଫିସ, ୪ା୨- ସୋମବାର ମଧ୍ୟାହ୍ନରୁ ୪ଜଣ କଲେଜ ଛାତ୍ରୀ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। କଲେଜରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ସେମାନେ...

ରାସ୍ତା ଖୋଳିଦେଲେ ଦୁର୍ବୃତ୍ତ: କୂଳସର-ନୀଳପଲ୍ଲୀ ବିଚ୍ଛିନ୍ନ

ରଣପୁର,୨୭ା୭ (ସ୍ବ.ପ୍ର.): ରଣପୁର ବ୍ଲକ କୂଳସର ପଞ୍ଚାୟତର ଏକ ରାସ୍ତା ଖୋଳିଦିଆ ଯିବାରୁ କୂଳସର-ନୀଳପଲ୍ଲୀ ବିଚ୍ଛିନ୍ନ ହୋଇଯାଇଛି। ପୂର୍ବରୁ ଏହି ରାସ୍ତା ଶୋଚନୀୟ ହୋଇପଡିଥିଲା। ବାରମ୍ବାର...

ଭୋକିଲା, ଗରିବଙ୍କୁ ମିଳିଲା ୨ ଓଳି ରନ୍ଧା ଖାଦ୍ୟ

ସୋନପୁର,୨୯।୩(ନି.ପ୍ର.) ସୁବର୍ଣ୍ଣପୁର ସହରରେ ଶନିବାର ଆହାର କେନ୍ଦ୍ର ପକ୍ଷରୁ ଭୋକିଲା ପେଟକୁ ଦୁଇ ଓଳି ଅନ୍ନ ଯୋଗାଇବା ଅଭିଯାନ ଆରମ୍ଭ ହୋଇଛି । ବାହାରେ ବୁଲୁଥିବା...

‘ନକାରାତ୍ମକତାର ମୁକାବିଲା ଜରୁରୀ’

ନୂଆଦିଲ୍ଲୀ,୨୫ା୩(ପି.ଟି.): ଘାତକ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ନୈରାଶ୍ୟବାଦ ଓ ନକାରାମତ୍କତାର ମୁକାବିଲା ଜରୁରୀ। ଗୁଜବ ପ୍ରସାର ନ ହେବା ଦିଗରେ ମଧ୍ୟ ଗଣମାଧ୍ୟମ...

ରକେଟ୍‌ ଲଞ୍ଚର ‘ପିନାକା’ର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୦।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଡିଆର୍‌ଡିଓ (ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା) ର ପିଏକ୍ସଇ (ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ ପକ୍ଷରୁ ବହୁମୁଖୀ ରକେଟ୍‌...

ପୋଖରୀରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ

ଭଦ୍ରକ ଅଫିସ, ୧୯।୧- ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ରବିବାର ରମ୍ଭିଳା ଗ୍ରାମର ଜଣେ ନାବାଳିକାଙ୍କ ମୃତଦେହ ଚରମ୍ପା ରେଲୱେ ଲାଇନକଡ଼ ଏକ ପୋଖରୀରୁ ଉଦ୍ଧାର...

ବେଆଇନ ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ: ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ

କାମାକ୍ଷାନଗର, ୯ା୧୧(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବୀରାଶାଳ ଫରେଷ୍ଟ ସେକ୍ସନ ଅଧୀନ ହରିଡ଼ାପଦାରେ ବେଆଇନ ଗଛକଟାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର...

Leave a comment

Your email address will not be published. Required fields are marked *