ଲକ୍‌ ଡାଉନରେ ଭୁଲିଆଙ୍କ କୌଳିକ ବୃତ୍ତି ଠପ୍‌: ଦୁଃଖ ଦୁର୍ଦ୍ଦଶାରେ ପରିବାର

ମନମୁଣ୍ଡା, ୧୯।୪ (ଡି.ଏନ.ଏ.)- ଲାଭ ମିଳୁ ନ ମିଳୁ, କାମ ଛୋଟ ହେଉକି ବଡ କେହି ନିଜର କୌଳିକ ବୃତ୍ତିରୁ ବିଚ୍ୟୁତ ହେବାକୁ ଚାହାନ୍ତି ନାହିଁ । ଏହିପରି ଭୁଲିଆ ଜାତିର ଆବାଳ ବୃଦ୍ଧ, ବୃଦ୍ଧା ନିଜର କୌଳିକ ବୃତ୍ତି ହସ୍ତତନ୍ତ ଉପରେ ନିର୍ଭରଶୀଳ । ବର୍ତ୍ତମାନ ପୂର୍ବଭଳି ମଜୁରୀ ଓ ଲାଭ ମିଳୁନଥିବା ବେଳେ ବି ସେମାନେ ଲୁଗାବୁଣା ଚାଲୁ ରଖିଛନ୍ତି । ଏହି କାମ ଏପରି ଯେ, ଏଥିରେ ସପରିବାରଙ୍କ ସହଯୋଗ ରହିଥାଏ । କିଏ ସୂତାର ରଙ୍ଗ କରେ ତ କିଏ ବାନ୍ଧ କାମ କରେ ଏବଂ କିଏ ସୂତା ଗୁଡାରେ ସାହାଯ୍ୟ କରେ ତ ମିଳିତ ସହଯୋଗରେ ତନାସରା କାମ କରାଯାଏ । ତାପରେ ବହୁ କଷ୍ଟ, ସାବଧାନତା ସହ ଲୁଗା ବୁଣାଯାଏ । କିନ୍ତୁ କରୋନା ପାଇଁ ଲକ୍‌ ଡାଉନ ଯୋଗୁ ଘରୁ ବାହାରିବା ମନା ଥିବାରୁ ଭୁଲିଆମାନଙ୍କ ହସ୍ତତନ୍ତ କାମ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ଯେଉଁମାନେ ଲକ୍‌ ଡାଉନ ପୂର୍ବରୁ ଲୁଗା ବୁଣି ସାରିଥିଲେ ସେମାନେ ମାଲିକକୁ ତ ଆଉ କିଏ ବଜାରକୁ ଶାଢ଼ୀ ନେଇ ନ ପାରି ଘରେ ପକାଇ ରଖିଛନ୍ତି । କିନ୍ତୁ ଅନେକ ପରିବାରଙ୍କ ଲୁଗାବୁଣା ସମ୍ପୂର୍ଣ୍ଣ ବନ୍ଦ ରହିଛି। ମନମୁଣ୍ଡା, ଦେଉଳି, ବାସୁଦେବପାଲି, ଶ୍ରୀହରିନଗର, ଗବ୍‌ଯୋରରେ ଅନେକ ଭୁଲିଆ ପରିବାର ବଜାରରୁ ସୂତା ଆଣି ପାରି ନ ଥିବା ହେତୁ ସମସ୍ତଙ୍କ କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଗବଯୋରରେ ପ୍ରାୟ ୮୦ ପ୍ରତିଶତ ଭୁଲିଆ ପରିବାର ବାସ କରନ୍ତି । ଏଠାରେ ପ୍ରାୟ ୩୫୦ ପରିବାର ବୁଣାକାର ଅଛନ୍ତି । ତନ୍ତ କାମରେ ଗାଁରେ ଶବ୍ଦ ସର୍ବଦା ଶୁଣାଯାଏ । ତେବେ ଲକ୍‌ ଡାଉନ ହେତୁ ସୂତା ନ ମିଳିବା ଫଳରେ ଲୁଗାବୁଣା ଠପ୍‌ ହୋଇଯାଇ ଥିବାରୁ ଗାଁରେ ନିସ୍ତବ୍ଧିତା ଦେଖା ଦେଇଛି। ସମସ୍ତ ବୁଣାକାର ପରିବାର ଅସୁବିଧା ଓ ଦୁଃଖ ଦୁର୍ଦ୍ଦଶାରେ ଚଳୁଥିବା ଉକ୍ତ ଗ୍ରାମର ଧବଳେଶ୍ୱର ମେହେର, କର୍ଣ୍ଣ ମେହେର, ଲକ୍ଷ୍ମଣ ମେହେର, ନିଳାଞ୍ଚଳ ମେହେର, ରୁଦ୍ରସିଂ ମେହେର, ଗଣେଷ ମେହେର, ଲାଲ କିଶୋର ମେହେର, ରାମେଶ୍ୱର ମେହେର କହନ୍ତି। ସରକାର ବୁଣାକାର ପରିବାର ପାଇଁ ସ୍ବତନ୍ତ୍ର ଏକ ପ୍ୟାକେଜ ଘୋଷଣା କରି ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସେମାନେ ଅନୁରୋଧ ଜଣାଇଛନ୍ତି।


All Right Reserved By Dharitri.Com

ଗୋଷ୍ଠୀ ସଂଘର୍ଷ, ୫ ଆହତ

ପାତ୍ରପୁର,୨୦ା୫(ଡି.ଏନ୍‌.ଏ.)- ଜରଡ଼ା ଥାନା ଗୋପାଳପଲ୍ଲୀ ଗ୍ରାମରେ ସୋମବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷରୁ ୫ ଜଣ...

ବାବା ଆଖଣ୍ଡଳମଣିଙ୍କୁ ମକର ପୋଡ଼ପିଠା ସମର୍ପଣ

ଆରଡ଼ି,୧୫।୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବୁଧବାର ମକର ସଂକ୍ରାନ୍ତି ଅବସରରେ ବାବା ଆଖଣ୍ଡଳମଣିଙ୍କୁ ପୋଡ଼ପିଠା ସମର୍ପଣ କରାଯାଇଛି । ଭୋର ୪ଟା ୩୦ମିନିଟ୍‌ରେ...

ପେଟ ପୋଷିବା ଚିନ୍ତାରେ ଫୁଟ୍‌ପାଥ୍‌ ବେପାରୀ

ଖୋର୍ଦ୍ଧା ଅଫିସ,୨୯ା୩: ସମ୍ପ୍ରତି ଲକ୍‌ଡାଉନ ଯୋଗୁ ଗାଡ଼ି ଚଳାଚଳ, ଦୋକାନବଜାର ସବୁ ବନ୍ଦ ରହିଛି। କଟକଣା ଯୋଗୁ କେହି ଘରୁ ପଦାକୁ ବାହାରୁନାହାନ୍ତି। ଏଭଳିସ୍ଥିତିରେ ଦିନମଜୁରିଆ,...

ସ୍ବାସ୍ଥ୍ୟସେବା ପରଖିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

ବଡ଼ସାହି, ୨୦।୧୦ (ସ୍ବ.ପ୍ର.)- ମୟୂରଭଞ୍ଜ ଗସ୍ତରେ ଆସିଥିବା କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କମନ ରିଭ୍ୟୁ ମିଶନର ଏକ ପ୍ରତିନିଧି...

ଲାଞ୍ଚ ନେଇ ଧରାପଡ଼ିଲେ ଅସୁରବନ୍ଧ ଆର୍‌ଆଇ

ସୋରଡ଼ା,୬ା୯(ଡି.ଏନ.ଏ.)-ସୋରଡ଼ା ତହସିଲ ଅସୁରବନ୍ଧ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ବସନ୍ତ କୁମାର ମଲିକ ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡରେ ପଡିଛନ୍ତି। ଗୁରୁବାର ଅପରାହ୍ନରେ ତାଙ୍କ କାର୍ଯ୍ୟାଳୟ ପରିସରରେ...

ପ୍ରତାରଣା ପରେ ଫାଣ୍ଡିରେ ବିଧବାଙ୍କୁ ବିବାହ କଲେ ପ୍ରେମିକ

ଭବାନୀପାଟଣା,୨୩।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବୋର୍ଡା ଫାଣ୍ଡି ଅନ୍ତର୍ଗତ ଗୁରୁଜୁଙ୍ଗ ଗାଁରେ ଜଣେ ବିଧବାଙ୍କୁ ବିବାହର ପ୍ରତିଶ୍ରୁତି ସହ ସେହି ଗାଁର ଭୂପେନ୍ଦ୍ର ହରପାଲ...

ତହସିଲ, ଏନ୍‌ଏସି ଓ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା

ଗଞ୍ଜାମ,୨୧ା୪(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ରାଜ୍ୟ ଓ ଜିଲା ପ୍ରଶାସନ ରାତିଦିନ ଏକ କରିଦେଇଛନ୍ତି l ଏଥିପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କଡା...

ମିନି ବସ୍‌ ଓଲଟି ଜଣେ ମୃତ: ଆହତ ୨୦ ଜଣଙ୍କ ମଧ୍ୟରେ ୧୦ ଶିଶୁ

ନୟାଗଡ଼ ଅଫିସ/ଖଣ୍ଡପଡା,୧୦ା୨(ସ୍ବ.ପ୍ର.): ରବିବାର ଅପରାହ୍ନ ୪ଟାରେ ଖଣ୍ଡପଡା-ନୟାଗଡ଼ ପୂର୍ତ୍ତବିଭାଗ ରାସ୍ତାର କଇଁଥପଲ୍ଲୀ ଗ୍ରାମ ନିକଟରେ ମିନି ବସ୍‌ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି । ସେ...