ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ ଜେଇ

ରେଢାଖୋଲ, ୧୯।୪(ଡି.ଏନ.ଏ.): ସ୍ତ୍ରୀଙ୍କୁ ଯୌତୁକଜନିତ ନିର୍ଯାତନା ଦେବା ଅଭିଯୋଗରେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକରେ କାର୍ଯ୍ୟରତ ଗ୍ରାମ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବିଭୁପ୍ରସାଦ ବେହେରା ଶନିବାର ଜେଲ ଯାଇଛନ୍ତି। ଶୁକ୍ରବାର ତାଙ୍କ ସ୍ତ୍ରୀ ରଶ୍ମିମୟି ତାଣ୍ଡିଙ୍କ ଅଭିଯୋଗକ୍ରମେ ରେଢାଖୋଲ ପୋଲିସ ତାଙ୍କୁ ଗିରଫ କରିଥିଲା। ଏ ନେଇ ଦଫା ୪୯୮(କ), ୩୦୭, ୫୦୬ ଓ ଯୌତୁକ ନିର୍ଯାତନା ପ୍ରତିରୋଧ ଆଇନର ଧାରା ୪ରେ ଏକ ମାମଲା (ନଂ. ୬୬/୨୦)ରୁଜୁ ହୋଇଛି। ପୋଲିସ ସୂତ୍ରରୁ ଜଣାପଡିଛି ଯେ, ୫ବର୍ଷ ତଳେ ବିଭୁପ୍ରସାଦ ଓ ରଶ୍ମିଙ୍କ ମଧ୍ୟରେ ବିବାହ ହୋଇଛି। ତାଙ୍କର ଏକ ୫ ବର୍ଷର ପୁଅ ଅଛି। ତେବେ ବିଭିନ୍ନ ସମୟରେ ବିଭୁପ୍ରସାଦ ୫ଲକ୍ଷ ତଙ୍କା ଯୌତୁକ ଆଣିବାକୁ କହି ରଶ୍ମିଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଶୁକ୍ରବାର ଏହି କଥାକୁ ନେଇ ସେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଶନିବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ବିଭୁପ୍ରସାଦଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।


All Right Reserved By Dharitri.Com

ବିଶୋଧନ ହେଲା ସୋରଡାର ବିଭିନ୍ନ ଅଞ୍ଚଳ

ସୋରଡା,୧୫ା୪(ଡି.ଏନ୍‌.ଏ.)- ସୋରଡା ସହରର ସମସ୍ତ ସାହିକୁ ବୁଧବାର ଅପରାହ୍ନରେ ଏନ୍‌ଏସି ତରଫରୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି। ଗନିଛକ, ବଡଦାଣ୍ଡ, ଆଡପମଣ୍ଡପ, ସରୁଆସାହି, କେଉଟସାହି,...

ଜି.ଉଦୟଗିରିରେ ତୁଷାରପାତ: ଘନ କୁହୁଡ଼ିରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଜି.ଉଦୟଗିରି,୧୩ା୧(ଡି.ଏନ.ଏ.)-ଜି.ଉଦୟଗିରି ସହର ତଥା ଆଖପାଖ ଅଞ୍ଚଳରେ ଗତ ତିନିଦିନ ଧରି ଶୀତର ଲହରି ଜାରି ରହିଛି। ସୋମବାର ପାରଦ ୭ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲେ ମଧ୍ୟ...

କୃଷିଭିତ୍ତିକ ପର୍ବ ବିହନ ଛିନା

ଚନ୍ଦାହାଣ୍ଡି, ୧୮ା୪ (ଡି.ଏନ.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ମୋହରା ପଞ୍ଚାୟତ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମରେ କୃଷିଭିତ୍ତିକ ପର୍ବ ବିହନ ଛିନା ପାଳନ କରାଯାଇଛି । ଏହି...

ପୋଲିସ,ଅବକାରୀ ବିଭାଗର ମିଳିତ ଚଢାଉ: ମଦ ଜବତ, ୯ ଗିରଫ

ଆସିକା,୨୫ା୭ (ଡି.ଏନ୍‌.ଏ.) – ଆସିକା ଥାନା ଇଲାକାର ବିଭିନ୍ନ ଗ୍ରାମାଞ୍ଚଳରେ ଚାଲିଥିବା ଚୋରା ରନ୍ଧା ମଦ ଭାଟି ଓ ମଦ ଦୋକାନ ଉପରେ ବୁଧବାର ପୋଲିସ...

ଧରିତ୍ରୀ ଖବରକୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୧୨।୫- ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରର ଏକ ଇଟାଭାଟିରେ କାମ କରୁଥିବା ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ଛେତଗାଁର ୩୫ଜଣ ଶ୍ରମିକ...

ନିରଞ୍ଜନ, ପଦ୍ମନାଭଙ୍କ ହ୍ୟାଟ୍ରିକ୍‌ ବିଜୟ

ସୋନପୁର,୨୪-୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ବିଜେଡିର ଦୁର୍ଗ ବୋଲି ପୁଣି ଥରେ ସାବ୍ୟସ୍ତ ହୋଇଛି। ସାଧାରଣ ନିର୍ବାଚନରେ ଦଳ କମାଲ କରିଛି। ମୋଦି ହାୱା ଏଠାରେ ଭାଜପାକୁ ବିଜୟୀ...

ଦକ୍ଷିଣା ଲାଗି ଖଣ୍ଡାରେ ହାଣିବା ଅଭିଯୋଗ ମିଥ୍ୟା

ପୁରୁଷୋତ୍ତମପୁର,୧୫ା୨(ଡି.ଏନ.ଏ.)-ପୁରୁଷୋତ୍ତମପୁର ମା’ ତାରାତାରିଣୀ ପୀଠରେ ମଙ୍ଗଳବାର ଦକ୍ଷିଣା ଲାଗି ଜଣେ ଭକ୍ତଙ୍କୁ ସେବାୟତ ଖଣ୍ଡାରେ ହାଣିଥିଲେ। ପୁରୁଷୋତ୍ତମପୁର ଥାନାରେ କୋଦଳା ଜାପଟା ରାମପଲ୍ଲୀର ସାରସ ବାରିକ...

୪ ସନ୍ତାନ ଜନ୍ମ ଦେଲେ ମହିଳା

ସୁବର୍ଣ୍ଣପୁର,୮।୧୦(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ଝିଙ୍କି ଗାଁର ଜଣେ ମହିଳା ମଙ୍ଗଳବାର ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ତେବେ ନବଜାତ ୪ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।...