ଟ୍ୟାଙ୍କର ପାଣିକୁ ନେଇ ତାଳଚେରବାସୀଙ୍କ ପ୍ରଶ୍ନ: ତଥ୍ୟରେ ବଳକା, ତଥାପି ସଙ୍କଟ କେମିତି

ତାଳଚେର, ୧୨ା୬- ୨୦୧୧ ଜନଗଣନା ଅନୁଯାୟୀ ତାଳଚେର ସହରର ଲୋକସଂଖ୍ୟା ୪୦ ହଜାର ୮୪୧। ବର୍ତ୍ତମାନର ସ୍ଥିତି ଓ ବାହାର ଲୋକଙ୍କୁ ହିସାବକୁ ନେଲେ ଏହା ପ୍ରାୟ ୫୦ ହଜାର ହେବ। ଜନସ୍ବାସ୍ଥ୍ୟ ବିଭାଗର ହିସାବ କହୁଛି ଏହି ପୌରାଞ୍ଚଳବାସୀଙ୍କ ନିମନ୍ତେ ଦୈନିକ ୭.୧୭ ଏମ୍‌ଏଲ୍‌ଡି (ମିଲିୟନ ଲିଟର ପର ଡେ) ଜଳ ଆବଶ୍ୟକ। କିନ୍ତୁ ବିଭାଗ ୦.୧୭ ଏମ୍‌ଏଲ୍‌ଡି କମ୍‌ ଅର୍ଥାତ୍‌ ୭ ଏମ୍‌ଏଲ୍‌ଡି ଯୋଗାଣ କରୁଛି। ସେହିପରି ପ୍ରଶାସନ ପକ୍ଷରୁ ଏମ୍‌ସିଏଲ୍‌ ଅର୍ଥରେ ୦.୮୦ ଏମ୍‌ଏଲ୍‌ଡି ଜଳ ଟ୍ୟାଙ୍କର ଯୋଗେ ଯୋଗାଇ ଦିଆଯାଉଥିବା କୁହାଯାଉଛି। ତେଣୁ ତାଳଚେରବାସୀ ୦.୬୩ ଏମ୍‌ଏଲ୍‌ଡି ଜଳ ଅଧିକ ପାଉଥିବା ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ହେଉଛି। ହେଲେ ଏପରି ସ୍ଥିତିରେ ପୌରାଞ୍ଚଳରେ ଦୈନିକ ଜଳାଭାବ କେମିତି ଦେଖାଦେଉଛି ତାହା ବୁଝିପାରୁନାହାନ୍ତି ସହରବାସୀ। ପ୍ରଶାସନ ତଥ୍ୟରେ ତାଳମେଳ ଅଭାବ ଜଳ ଜଳ ଦିଶୁଥିବା ବେଳେ ଟ୍ୟାଙ୍କର ପାଣିର ଠିକ୍‌ଣା ଯୋଗାଣ ନେଇ ସେମାନେ ସନ୍ଦେହରେ ପଡ଼ିଛନ୍ତି।
ମିଳିଥିବା ତଥ୍ୟ ଅନୁଯାୟୀ, ତାଳଚେର ପୌରାଞ୍ଚଳର ୨୧ ଓ୍ବାର୍ଡରେ ଜନସ୍ବାସ୍ଥ୍ୟ ବିଭାଗର ୩ ହଜାର କଞ୍ଜୁମର ଅଛନ୍ତି। ସେମାନଙ୍କ ବ୍ୟତୀତ ୧୮୫ଟି ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ଜଳ ଯୋଗାଣ ହେଉଛି। ସହରକୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ବ୍ରାହ୍ମଣୀ ନଦୀ କୂଳରେ ବିଭାଗର ପମ୍ପହାଉସ ସହ ଜଳ ବିଶୋଧାନଗାର ଓ ଇନ୍‌ଟେକ ୱେଲ ରହିଛି। ୫ ନମ୍ବର ଇନ୍‌ଟେକ ୱେଲରେ ସ୍ବରେଜ ବୋର୍ଡର ଦୂଷିତ ଜଳ ସିଧାସଳଖ ମିଶୁଥିବାରୁ ତାହାକୁ ବନ୍ଦ ରଖାଯାଇଛି। କେବଳ ୪ ନମ୍ବର ଇନ୍‌ଟେକ ୱେଲରୁ ଜଳଯୋଗାଣ କରାଯାଉଛି। ଏଥିପାଇଁ ପମ୍ପଗୁଡିକ ଦୈନିକ ୧୬ରୁ ୧୮ ଘଣ୍ଟା ଚଳାଯାଉଛି। କେତେକ ଅଞ୍ଚଳକୁ ୨ଥର ଜଳଯୋଗାଣ ହେଉଥିବା ବେଳେ ଜଳାଭାବରୁ ବାଘୁଆବୋଲ ଅଞ୍ଚଳକୁ ଥରୁଟିଏ ଯୋଗାଣ କରାଯାଉଛି। ୨୦ ନମ୍ବର ୱାର୍ଡର କୁଷ୍ଠାଶ୍ରମ, ହରିଜନ ସାହି, ହାଣ୍ଡିଧୂଆଁ, ଗଣେଶ ବିହାର, ହାଣ୍ଡିଧୂଆ ତେଲିସାହି, ଡିମରଗୁଡି ସାହିକୁ ପାଇପ୍‌ ଯୋଗେ ଜଳଯୋଗାଣ ହେଉ ନାହିଁ। ଏ ସବୁ ସ୍ଥାନରେ ୧ ହଜାର ଲିଟର ବିଶିଷ୍ଟ ସିନଟେକ୍ସ ଟାଙ୍କି ସ୍ଥାପନ କରାଯାଇଛି। କୁଷ୍ଠାଶ୍ରମରେ ୨, ହରିଜନ ସାହି ୨, ଦେଉଳବେଡାରେ ୧, ଡିମରଗୁଡିରେ ୪, ରେମୁଆଁ ୫, ଚାଉଳିଆକୁତାରେ ୨, ୪ ନମ୍ବର ୱାର୍ଡ ସିଂହସାହିରେ ୪ଟି ସିନଟେକ୍ସ ଟାଙ୍କି ବସାଯାଇଛି। ପ୍ରତିଦିନ ଜନସ୍ବାସ୍ଥ୍ୟ ବିଭାଗର ଟ୍ୟାଙ୍କର ସେଠାରେ ପାଣି ଦେଇ ଆସୁଛି।
ସେହିପରି ପ୍ରତିବର୍ଷ ଖରାଦିନେ ସହରବାସୀଙ୍କୁ ଜଳାଭାବରୁ ରକ୍ଷା କରିବା ଲାଗି ପ୍ରଶାସନ ପକ୍ଷରୁ ୨୧ଟି ୱାର୍ଡକୁ ୧୦୦ ଟ୍ରିପ୍‌ (୮ ହଜାର ଲିଟର ବିଶିଷ୍ଟ ଟ୍ରକ୍‌ ଯୋଗେ) ପାଣି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। କେଉଁ ୱାର୍ଡକୁ କେତେ ପାଣି ଦରକାର ତାହା ସ୍ଥିର କରାଯାଇଛି। ଏମ୍‌ସିଏଲ୍‌ର ଲିଙ୍ଗରାଜ ଏରିଆ ଏଥିପାଇଁ ପ୍ରତିବର୍ଷ ୭୦ରୁ ୮୦ ଲକ୍ଷ ଟଙ୍କା ପୌର ପରିଷଦକୁ ଦେଉଛି। ପୌର ପରିଷଦ ଟେଣ୍ଡର କରି ଜଳଯୋଗାଣ ବ୍ୟବସ୍ଥା କରୁଛି। ଚଳିତବର୍ଷ ମଧ୍ୟ ଦୈନିକ ୧୦୦ ଟ୍ରିପ୍‌ ଜଳ ଯୋଗାଇ ଦିଆଯାଉଥିବା କୁହାଯାଉଛି। ଯଦି ଜନସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ପାଣି ଯୋଗାଣ ଠିକ୍‌ ଭାବେ ହେଉଛି ତା’ହେଲେ ପୌରାଞ୍ଚଳରେ ଜଳ ସମସ୍ୟା କିପରି ଦେଖାଦେଉଛି ତାହା ବୁଝିପାରୁନାହାନ୍ତି ଓ୍ବାର୍ଡବାସୀ। ବିଶେଷକରି ଯୋଗାଣ ହେଉଥିବା ଟ୍ୟାଙ୍କର ପାଣି କୁଆଡେ ଯାଉଛି ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଉଭୟ ବିଭାଗର ହିସାବରେ ତାଳମେଳ ରହୁ ନ ଥିବାରୁ ପାଣି ଯୋଗାଣ ନଁାରେ ଯୋଜନାବଦ୍ଧ ଭାବେ ଏକ ର଼୍ୟାକେଟ୍‌ ଜରିଆରେ ଅର୍ଥ ହରିଲୁଟ୍‌ କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ଜେଇ ଜଳେନ୍ଦ୍ର ଦେବତା କହିଛନ୍ତି, ଆବଶ୍ୟକ ମୁତାବକ ପାଣି ଯୋଗାଣ କରାଯାଉଛି। ଯେଉଁ ସ୍ଥାନରେ ଅଭାବ ରହିଛି, ସେଠାକୁ ଟ୍ୟାଙ୍କର ପଠାଯାଉଛି। ପୌର ପରିଷଦ ନିର୍ବାହୀ ଅଧିକାରୀ ଅତସୀ ପରିଡ଼ା କହିଛନ୍ତି, ପ୍ରତିଦିନ ପ୍ରାୟ ୧ ଶହ ଟ୍ୟାଙ୍କର ଯୋଗେ ଜଳ ଯୋଗାଇ ଦିଆଯାଉଛି। ଯେଉଁଠାରେ ପାଣିର ଅଧିକ ଅଭାବ ପରିଲକ୍ଷିତ ହେଉଛି ସେହି ଅଞ୍ଚଳକୁ ବେଶୀ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଏମ୍‌ସିଏଲ୍‌ ବର୍ଷକୁ ପ୍ରାୟ ୭୦ରୁ ୮୦ ଲକ୍ଷ ଟଙ୍କା ଦେଉଛି ବୋଲି ପରିଡ଼ା ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ଟ୍ରେଲର ଲାଗି ବିଦ୍ୟୁତ୍‌ ତାର ଛିଣ୍ଡିଲା

ଛେଣ୍ଡିପଦା,୧।୫ (ସ୍ବ.ପ୍ର.):ଓଡିସି ଟ୍ରାନ୍ସପୋର୍ଟ କମ୍ପାନୀର ଏକ ଟ୍ରେଲର ବିଦ୍ୟୁତ୍‌ ତାରରେ ଲାଗିଯିବାରୁ ସୋମବାର ବିଳମ୍ବିତ ରାତିରେ ଛେଣ୍ଡିପଦା ବଜାରରେ ଥିବା ୩୦ରୁ ଊର୍ଦ୍ଧ୍ୱ ଦୋକାନର ବିଦ୍ୟୁତ୍‌...

ବ୍ଲକିଂ କରି ଅଧରାତିରେ ଗାଡ଼ି ତଲାସି

ଅନୁଗୋଳ ଅଫିସ, ୨୩।୪ଭୋଟ୍‌ ପାଇଁ ଜିଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସୋମବାର ରାତିରେ ଅନୁଗୋଳ ସହର ସହ ଜିଲାର ବିଭିନ୍ନ ସ୍ଥାନରେ...

କାଠମାଣ୍ଡୁରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର

ଢେଙ୍କାନାଳ ଅଫିସ/ଭୁବନେଶ୍ୱର,୩୦।୪(ବ୍ୟୁରୋ): ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଗୁରୁବାର ତାଙ୍କ ମରଶରୀରକୁ ବେସ୍‌ କ୍ୟାମ୍ପ-୪ରୁ ସ୍ବତନ୍ତ୍ର ହେଲିକାପ୍ଟର...

ମତଦାତାଙ୍କୁ ଟାଣିଲା ମଡେଲ ବୁଥ୍‌

କାମାକ୍ଷାନଗର, ୨୪।୪(ଡି.ଏନ୍‌.ଏ.)- ସାରା ରାଜ୍ୟରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌), ଭିଭିପିଏଟିରେ ଯାନ୍ତ୍ରିକ ତ୍ରୁଟି ମତଦାତାଙ୍କ ମନରେ ଅସନ୍ତୋଷକୁ ଦ୍ୱିଗୁଣିତ କରିଥିବାବେଳେ ଆଦର୍ଶ ବୁଥରେ କିନ୍ତୁ...

ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଟାପଢ଼ୋଲ ଫାଣ୍ଡି ଅଧିକାରୀ

ଅନୁଗୋଳ ଅଫିସ, ୨୮।୬: ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଟାପଢ଼ୋଲ ଫାଣ୍ଡି ଅଧିକାରୀ(ଆଇଏଏସ୍‌) ଗଜେନ୍ଦ୍ର ବେହେରା ଲାଞ୍ଚ ନେବା ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି।...

ପିଇବା ଉପଯୋଗୀ ନୁହେଁ ଟ୍ୟାଙ୍କର ପାଣି: ଚୁଆ ଜଳରେ ଚଳୁଛି ଘର

ତାଳଚେର,୧୭ା୫(ନି.ପ୍ର.)- ଶିଳ୍ପ ନଗରୀ ତାଳଚେରରେ ପାନୀୟ ଜଳ ସମସ୍ୟା ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ବର୍ଷ ସାରା ଜଳାଭାବ ରହୁଥିଲେ ବି ଖରାଦିନେ ତାହା...

ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବର୍ଷେ ପୂରିଲା : ନିର୍ମାଣ ହୋଇପାରୁନି ସମ୍ମୁଖ ରାସ୍ତା

ଢେଙ୍କାନାଳ ଅଫିସ,୨୮ା୫ ଢେଙ୍କାନାଳ ସହରସ୍ଥିତ ଦକ୍ଷିଣକାଳୀ ରୋଡରେ ନିର୍ମିତ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବର୍ଷେ ପୂରିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନି ଚିକିତ୍ସାଳୟରୁ...

ମତସାବ୍ୟସ୍ତ କଲେ ତଥାଗତ

ଢେଙ୍କାନାଳ ଅଫିସ, ୨୩।୪-ଢେଙ୍କାନାଳ ଜିଲାରେ ଆରମ୍ଭ ହୋଇଛି ମତଦାନ। ଏଠାରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଅନଷ୍ଠିତ ହେଉଥିବାବେଳେ ସବୁଠି ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି। କୁଞ୍ଜକାନ୍ତସ୍ଥିତ...

Leave a comment

Your email address will not be published. Required fields are marked *