ଗୋରୁ, ମଇଁଷିଙ୍କର ହେବ ଟ୍ୟାଗିଂ

ବ୍ରହ୍ମପୁର ଅଫିସ୍‌,୧୨ା୬- କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହରରେ ଟ୍ରାଫିକ ଏକ ପ୍ରମୁଖ ସମସ୍ୟା ଭାବେ ଦୀର୍ଘ ବର୍ଷ ହେଲା ସହରବାସୀଙ୍କୁ ହଇରାଣ କରୁଛି। କେବଳ ଯାନବାହନ ସଂଖ୍ୟା ବୃଦ୍ଧି ଯୋଗୁ ନୁହେଁ, ଗୃହପାଳିତ ପ୍ରାଣୀ ଯଥା ଗୋରୁ ଏବଂ ମଇଁଷିଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ଟ୍ରାଫିକ୍‌ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ମାଲିକମାନେ କ୍ଷୀର ଦୁହିଁଦେବା ପରେ ଗୃହପାଳିତ ପ୍ରାଣୀଙ୍କୁ ରାସ୍ତାରେ ଛାଡ଼ି ଦେଉଛନ୍ତି। ଏଗୁଡ଼ିକ ସାରା ଦିନ ସହରରେ ଏଣେତେଣେ ବୁଲି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ଏହି ଗୁରୁତର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛି ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)। ସହରରେ ଥିବା ସମସ୍ତ ଗୋରୁ ଏବଂ ମଇଁଷିର ଟ୍ୟାଗିଂ କରାଯିବ। ପ୍ରତ୍ୟକଙ୍କ ଏକ ସ୍ବତନ୍ତ୍ର ପରିଚୟ ନମ୍ବର ରହିବ। ରାସ୍ତାରେ ଯଦି ଗୋରୁ କି ମଇଁଷି ବୁଲାବୁଲି କରୁଥିବେ, ତେବେ ବିଏମ୍‌ସି ପକ୍ଷରୁ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବ।
ଗୃହପାଳିତ ପ୍ରାଣୀଙ୍କ ଯୋଗୁ ସହରରେ ଟ୍ରାଫିକ ସମସ୍ୟା ଦେଖା ଦେଉଥିବା ନେଇ ଅନେକ ଥର ବିଏମ୍‌ସିର ବୈଠକରେ ଆଲୋଚନା ହେଉଥିଲା। କିନ୍ତୁ ଏହାର ସମାଧାନ ପାଇଁ କୌଣସି ନିଷ୍ପତ୍ତି ନିଆଯାଇପାରୁ ନ ଥିଲା। ଗତ ଫେବୃୟାରୀ ୨୨ତାରିଖରେ ତତ୍କାଳୀନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜିଲାପାଳ ତଥା ବିଏମ୍‌ସି ପ୍ରଶାସକ ବିଜୟ ଅମୃତା କୁଲାଙ୍ଗେ, କମିଶନର୍‌ ଚକ୍ରବର୍ତ୍ତୀ ସିଂ ରାଠୋର୍‌ ଏବଂ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଗୃହପାଳିତ ପ୍ରାଣୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗୋରୁ, ମଇଁଷିକୁ ଚିହ୍ନଟ କରିବା ସହ ମାଲିକଙ୍କଠାରୁ ଜରିମାନା ଆଦାୟ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରବର୍ତ୍ତୀ ସମୟରେ ବିଏମ୍‌ସି ଏବଂ ପଶୁ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଏକାଠି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିଲେ।
ପଶୁ ସମ୍ପଦ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡା. ତ୍ରିନାଥ ନାୟକଙ୍କ କହିବାନୁଯାୟୀ, ପ୍ରତ୍ୟକ ଗୋରୁ ଏବଂ ମଇଁଷିଙ୍କ ୧୧ ସଂଖ୍ୟା ବିଶିଷ୍ଠ ଏକ ସ୍ବତନ୍ତ୍ର ପରିଚୟ ନମ୍ବର ରହିବ। ଏଥିରେ ମାଲିକଙ୍କ ନାମ, ଠିକଣା ଏବଂ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ରଖାଯିବ। ଏହି ଟ୍ୟାଗ୍‌କୁ ପଶୁଙ୍କ କାନ ପାଖରେ ଖଞ୍ଜା ଯିବ। ଯଦି ଗୃହପାଳିତ ପ୍ରାଣୀ ଏଣେତେଣେ ବୁଲାବୁଲି କରୁଥିବ, ତେବେ ବିଏମ୍‌ସି କର୍ମଚାରୀମାନେ ତାକୁ ଧରିନେଇ ଗୋଶାଳାରେ ରଖିବେ। ନମ୍ବରକୁ ଦେଖି ମାଲିକଙ୍କୁ ଡକାଇ ଜରିମାନା ଆଦାୟ କରାଯିବ। ଭବିଷ୍ୟତରେ ଗୃହପାଳିତ ପ୍ରାଣୀଙ୍କୁ ରାସ୍ତାରେ ଖୋଲା ଛାଡ଼ିବେ ନାହିଁ ବୋଲି ମାଲିକମାନେ ଲିଖିତ ଆକାରରେ ଦେବେ। ତେବେ ଏସବୁ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବିଏମ୍‌ସି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟକ ୱାର୍ଡ଼ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହେବ। ଉକ୍ତ ତାରିଖରେ ନିଜ ନିଜ ଗୃହପାଳିତ ପ୍ରାଣୀଙ୍କୁ ଘର ଓ ଗୁହାଳରେ ରଖିବାକୁ କୁହାଯିବ। ବିଏମ୍‌ସି ଏବଂ ପଶୁ ସମ୍ପଦ ବିଭାଗର କର୍ମଚାରୀମାନେ ପହଞ୍ଚି ଟ୍ୟାଗିଂ କରିବେ। ଖୁବ୍‌ ଶୀଘ୍ର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଜୁଲାଇରୁ ଟ୍ୟାଗିଂ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ବିଏମ୍‌ସି କମିଶନର୍‌ ଚକ୍ରବର୍ତ୍ତୀ ସିଂ ରାଠୋର୍‌ଙ୍କ କହିବାନୁଯାୟୀ, ଗୃହପାଳିତ ପ୍ରାଣୀଙ୍କୁ ଟ୍ୟାଗିଂ ଦାୟିତ୍ୱ ପ୍ରାଣୀଧନ ବିଭାଗକୁ ପ୍ରଦାନ କରାଯାଇଛି। ତେବେ ଗୋରୁ କି ମଇଁଷିଙ୍କୁ ଧରିବା ପରେ ମାଲିକଙ୍କଠାରୁ କେତେଟଙ୍କା ଜରିମାନା ଆଦାୟ କରାଯିବ, ସେନେଇ ନିଷ୍ପତ୍ତି ନିଆଯାଇନାହିଁ। ଓଡ଼ିଶାରେ ପ୍ରଥମେ ଭୁବନେଶ୍ୱରରେ ଏହି ଟ୍ୟାଗିଂ କରାଯାଇଥିଲା। ବ୍ରହ୍ମପୁର ଦ୍ୱିତୀୟ ସହର ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଶେଷ ଥର ପାଇଁ ୨୦୧୨ରେ ବ୍ରହ୍ମପୁର ସହରାଞ୍ଚଳରେ ପ୍ରାଣୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସହରରେ ଗୋରୁ ୬୩୫୯ ଏବଂ ମଇଁଷିଙ୍କ ସଂଖ୍ୟା ୭୯୩ ଥିଲା।


All Right Reserved By Dharitri.Com

ଭୁବନେଶ୍ୱରରୁ ଶିଶୁପୁତ୍ର ଅପହରଣ ଘଟଣା: ଗୋଳନ୍ଥରାରୁ ମହିଳା ଗିରଫ

ଗୋପାଳପୁର,୨୪ା୧-ଭୁବନେଶ୍ୱର ରେଳ ଷ୍ଟେଶନରୁ ଶିଶୁପୁତ୍ର ଅପହରଣ ମାମଲାରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ଦୁମୁଦୁମି ଗ୍ରାମ ଛକ ନିକଟରେ ଏକ କ୍ଲିନିକ୍‌ରେ ରହୁଥିବା ଜନୈକା...

କରୋନା ପାଇଁ ରାସନ ସାମଗ୍ରୀ କଳାବଜ଼ାରି: ଖାଉଟି ମୁଣ୍ଡରେ ଚଡକ

ଗଞ୍ଜାମ, ୫।୪(ଡି.ଏନ୍‌.ଏ.): ସାରା ଦେଶରେ କରୋନା ଭୂତାଣୁ ବ୍ୟାପିବା ପରେ ଗତ ଦେଢ଼ ମାସରୁ ଊର୍ଦ୍ଧ୍ୱ ହେବ ଏହାକୁ ନେଇ ସମସ୍ତେ ଚିନ୍ତିତ ହୋଇପଡ଼ିଛନ୍ତି। କରୋନା...

ଖଲ୍ଲିକୋଟ କଲେଜରେ ଆର୍‌ଟିଓ କ୍ୟାମ୍ପ ଅଫିସ୍‌

ବ୍ରହ୍ମପୁର ଅଫିସ୍‌,୨୪ା୯-ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଠାରେ ସୋମବାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ର ଏକ କ୍ୟାମ୍ପ ଅଫିସ୍‌ ଖୋଲିଛି । ବୁଧବାର ପର୍ଯ୍ୟନ୍ତ ଚାଲିିବାକୁ ଥିବା ଏହି...

ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ: ୫୦ ଜୁଆଡ଼ି ଗିରଫ,୨ ଲକ୍ଷରୁ ଊର୍ଦ୍ଧ୍ୱ ଜବତ

ବ୍ରହ୍ମପୁର ଅଫିସ,୧୪।୧୦: ବ୍ରହ୍ମପୁର ପୋଲିସ ରବିବାର ରାତିରେ ଜିଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉକରି ୫୦ ଜୁଆଡ଼ିଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ୨ଲକ୍ଷ ୧୦ହଜାର...

ଓଏଏସ୍‌ ପରୀକ୍ଷା: ୫୧ ର଼୍ୟାଙ୍କରେ ନାରାୟଣ

ପୁରୁଷୋତ୍ତମପୁର,୮ା୧(ଡି.ଏନ.ଏ.):-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ ଚିଙ୍ଗୁଡିଆପଦର ସାହିର ନାରାୟଣ ବେହେରା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୫୧ ର଼୍ୟାଙ୍କରେ ରହିଛନ୍ତି। ତାଙ୍କ ବାପାଙ୍କ ନାମ...

‘ପାଣିପିଆ ଘଣ୍ଟା’ ଅଭିଯାନ: ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ବାଜିଲା ଘଣ୍ଟା

ବ୍ରହ୍ମପୁର ଅଫିସ,୨୫।୧୧: ଛାତ୍ରୀଛାତ୍ରଙ୍କ ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି। ପାଣି ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋମବାରଠାରୁ...

କାନ୍ଥ ଖୋଳି ମୋବାଇଲ ଫୋନ ଲୁଟିନେଲେ

ଭଞ୍ଜନଗର,୨୫।୫(ଡି.ଏନ.ଏ.)- ତାରସିଂ ଥାନା ଗାଲେରୀ ମୁଖ୍ୟ ସଡକରେ ଥିବା ଏକ ମୋବାଇଲ ଦୋକାନରୁ ଶୁକ୍ରବାର ରାତିରେ ଏକ ବଡଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ପଛପଟ...

ସିମେଣ୍ଟ ଟ୍ରକ ଓଲଟି ଡ୍ରାଇଭର ମୃତ

ଖଲ୍ଲିକୋଟ,୧୮ା୧(ଡି.ଏନ.ଏ.)-ଖଲ୍ଲିକୋଟ ବ୍ଲକ ହରିଡ଼ାମୂଳ ଘାଟିରେ ଶନିବାର ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଟ୍ରକ...

Leave a comment

Your email address will not be published. Required fields are marked *