Posted inଜାତୀୟ

ବାତ୍ୟା ‘ବାୟୁ’କୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୬: ବାତ୍ୟା ‘ବାୟୁ’କୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ମଙ୍ଗଳବାର ହୋଇଥିବା ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀଙ୍କ ସହ ଅମିତ ଶାହ ବାତ୍ୟା ମୁକାବିଲା ପ୍ରସ୍ତୃତି ନେଇ ଆଲୋଚନା କରିଥିଲେ। ଏଥିସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ, ନୌସେନା, ସ୍ଥଳସେନା, ବାୟୁସେନା, ଆବଶ୍ୟକୀୟ ହେଲିକେପ୍ଟର, ଓ ଇଣ୍ଡିଆନ କୋଷ୍ଟଗାର୍ଡଙ୍କୁ ପ୍ରସ୍ତୃତ ରହିବା ପାଇଁ ଶାହ କହିଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ବାୟୁ ମଙ୍ଗଳବାର ସନ୍ଧ୍ୟାରେ ଭୟଙ୍କର ରୂପ ଧାରଣ କରିବ ଏବଂ ବୁଧବାର ସନ୍ଧ୍ୟାସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୧୩୫ କିଲୋମିଟର ହେବ ବୋଲି ଜଣାପଡ଼ିଛି। ବାତ୍ୟା ବାୟୁ ଜୁନ ୧୩ରେ ଗୁଜରାଟ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ଏହି ସମୟରେ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସଜୀବୀଙ୍କୁ କୁହାଯାଇଛି।


All Right Reserved By Dharitri.Com

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ

ନୂଆଦିଲ୍ଲୀ,୧୪।୬: ମେ ୨୭ରେ ଅନୁଷ୍ଠିତ ହୋଇଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ୩୬୦ରୁ ୩୩୭...

‘ଓପନ’ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଯୋଗ ନ ଦେବାକୁ ସେନା ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ,୯।୭: ଭାରତୀୟ ସେନା ପକ୍ଷରୁ ଏହାର ଯବାନ ଏବଂ ଅଫିସରଙ୍କ ପାଇଁ ଏକ ସତର୍କ ସୂଚନା ଜାରି ହୋଇଛି। ‘ଓପନ’ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଯୋଗ ନ...

ଇଂଲଣ୍ଡରୁ ଫେରିଲେ ଟିଏମ୍‌ସି ଏମ୍‌ପି: ଏବେ ପରିବାରଠାରୁ ୭ଦିନ ଯାଏଁ ରହିବେ ଅଲଗା

କୋଲକାତା,୧୮।୩: କୋଲକାତାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର ଇଂଲଣ୍ଡରୁ ଭାରତକୁ ଫେରିଛନ୍ତି। କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାତ୍ରର ପାଣି…

ତମ୍ବାପାତ୍ରରେ ପାଣି ପିଇଲେ ଅନେକ ଉପକାର ମିଳିଥାଏ। ରାତିରେ ତମ୍ବାପାତ୍ରରେ ପାଣି ରଖି ସକାଳେ ଏଥିରୁ ଗ୍ଲାସେ ପିଇଲେ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ବୋଲି...

କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ଲାଗି ଅନୁଭବଙ୍କ ଦାବି

ନୂଆଦିଲ୍ଲୀ,୩୦ା୧୧: କେନ୍ଦ୍ରାପଡାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ବିଜେଡି ଏମ୍‌ପି ଅନୁଭବ ମହାନ୍ତି ଶୁକ୍ରବାର ଦାବି କରିଛନ୍ତି। ଏହାଦ୍ୱାରା ଉକ୍ତ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବା...

ଭିଡ଼ହିଂସା ଭୟ: ଗରମ ପୋଷାକ ବିକ୍ରି କରିବାକୁ ବାହାର ରାଜ୍ୟକୁ ଆସିବେନି ୭୫ ପ୍ରତିଶତ କଶ୍ମୀରବାସୀ

ଶ୍ରୀନଗର,୩।୧୧: ଚଳିତ ଶୀତଋତୁରେ ଗରମ ପୋଷାକ ବିକ୍ରି କରିବାକୁ ୭୫ ପ୍ରତିଶତ କଶ୍ମୀରବାସୀ ବାହାର ରାଜ୍ୟକୁ ଆସିବେନି। ଭିଡ଼ହିଂସା ଭୟ ଯୋଗୁ ସେମାନେ ଏଭଳି ନିଷ୍ପତ୍ତି...

ରାଜ୍ୟସଭାରେ ସିଟ୍‌ ପରିବର୍ତ୍ତନକୁ ନେଇ କ୍ରୋଧିତ ହେଲେ ସଞ୍ଜୟ: ଭେଙ୍କିୟାଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୨୦।୧୧: ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ବୁଧବାର ଅଧିବେଶନର ତୃତୀୟ ଦିନ ହୋଇଥିବା ବେଳେ ଗୃହରେ ଏନ୍‌ଆରସି, ପ୍ରଦୂଷଣ ଓ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ...

ଓମ୍‌ ବିର୍ଲା ହେଲେ ୧୭ ତମ ଲୋକ ସଭା ବାଚସ୍ପତି: ସମସ୍ତ ଦଳ କଲେ ସମର୍ଥନ

ନୂଆଦିଲ୍ଲୀ,୧୯।୬: ରାଜସ୍ଥାନ କୋଟା ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିବା ଓମ୍‌ ବିର୍ଲା ୧୭ତମ ଲୋକ ସଭାର ବାଚସ୍ପତି ହୋଇଛନ୍ତି। ବୁଧବାର ବାଚସ୍ପତି ଭାବେ ତାଙ୍କ...

Leave a comment

Your email address will not be published. Required fields are marked *