ରୋଗ ଯନ୍ତ୍ରଣା ସହି ନ ପାରି ଗୃହକର୍ତ୍ତାଙ୍କ ଆତ୍ମହତ୍ୟା

ସାକ୍ଷୀଗୋପାଳ ୧୧।୬(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟପୁର ସେଠୀ ସାହିର ପ୍ରସନ୍ନ କୁମାର ସେଠୀ(୩୬) ରୋଗ ଯନ୍ତ୍ରଣା ସହି ନ ପାରି ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି।
ପ୍ରକାଶ ଯେ, ପ୍ରସନ୍ନ ଏକ ବିବାହ ଉତ୍ସବରେ ଯୋଗଦେବାକୁ ସୋମବାର ସ୍ତ୍ରୀ ଓ ପୁଅ ସହ ଶ୍ୱଶୁର ଘରକୁ ଯାଇଥିଲେ । ସେଠାରୁ ପୁଅସହ ଘରକୁ ଫେରିଥିଲେ। ମଙ୍ଗଳବାର ସକାଳେ ପ୍ରସନ୍ନ ବେକରେ ରଶି ଲଗାଇ ଝୁଲୁଥିବା ପରିବାର ଲୋକେ ଦେଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଛି। ଏ ନେଇ ଥାନାରେ ୧୫/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଥାନା ଏସ୍‌ଆଇ ବୈଷ୍ଣବ ମହାରଣା କହିଛନ୍ତି। ପ୍ରସନ୍ନ ରୋଗଯନ୍ତ୍ରଣା ସହି ନ ପାରି ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।


All Right Reserved By Dharitri.Com

ବିଏମ୍‌ସିର ରାଜସ୍ବ ଚିନ୍ତା

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ରାଜସ୍ବ ବଢ଼ାଇବା ଚିନ୍ତାରେ ବାଉଳିଚାଉଳି ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଆର୍ଥିକ ବର୍ଷ ଶେଷ ସୁଦ୍ଧା କିପରି ୧୫୦ କୋଟି ଟଙ୍କା...

ପ୍ରେମ ପାଇଁ ଜୀବନ ହାରିଲେ ଛାତ୍ରୀ

ଭୁବନେଶ୍ୱର,୩ା୧(ବ୍ୟୁରୋ): ପ୍ରେମ ପାଇଁ ଜୀବନ ହାରିଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ରୀ। ହଷ୍ଟେଲ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣକ ହେଲେ ପଶ୍ଚିମବଙ୍ଗର ଝୁମ୍ପା ଦେବନାଥ...

ଆଜି ୭ ଜିଲାକୁ ୟେଲୋ ଓ୍ବାର୍ନିଂ: ଦୁଇଦିନ ପ୍ରବଳ କୁହୁଡ଼ି

ଭୁବନେଶ୍ୱର,୧୬।୧୨(ବ୍ୟୁରୋ) : ରାଜ୍ୟରେ ଶୀତର ପ୍ରଭାବ ଅନୁଭୂତ ହେଉ ନ ଥିବାବେଳେ ଆସନ୍ତା ଦୁଇଦିନ ରାଜ୍ୟରେ ପ୍ରବଳ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ...

ବକେୟା ଦରମା, ମହଙ୍ଗା ଭତ୍ତାକୁ ନେଇ ଅସନ୍ତୋଷ: ଆଜି ଆଲୋଚନା କରିପାରନ୍ତି ସରକାର

ଭୁବନେଶ୍ୱର,୧୭ା୨(ବ୍ୟୁରୋ): କେନ୍ଦ୍ର ସରକାର ୧୬ ଜାନୁୟାରୀରୁ ସରକାରୀ କର୍ମଚାରୀଙ୍କ ପାଇଁ ୭ମ ବେତନ କମିଶନ ଲାଗୁ କରିସାରିଛନ୍ତି। ପରେ ଓଡ଼ିଶା ସରକାର ସେପ୍ଟେମ୍ବର ୨୦୧୭ରେ ଏହା...

କାର୍‌ ଆଗ ସିଟ୍‌ରେ ବେଲ୍ଟ ବାନ୍ଧି ଶିଶୁଙ୍କୁ ନେବା ମନା : ପୋଲିସ କମିଶନରଙ୍କ ଚିଠିର ଉତ୍ତର ରଖିଲେ ଆର୍‌ଟିଓ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : କାର୍‌ର ଆଗ ସିଟ୍‌ରେ ୬ବର୍ଷ କିମ୍ବା ଏହାଠାରୁ କମ୍‌ ବର୍ଷ ବୟସର ପିଲାଙ୍କୁ ବସାଇ ନେବା ମନା। ଏପରିକି ସିଟ୍‌ ବେଲ୍ଟ ବାନ୍ଧି...

ଟ୍ରେନ୍‌, ଷ୍ଟେଶନରେ ବଢୁଛି ଚୋରି, ଲୁଟ୍‌: ୪୪ ମୋବାଇଲ୍‌ ଜବତ, ୫ ଗିରଫ

ଜଟଣୀ,୨୦ା୬(ଡି.ଏନ.ଏ.): ଟ୍ରେନ୍‌ରୁ ଯାତ୍ରୀଙ୍କଠାରୁ ମୋବାଇଲ୍‌ ଲୁଟ୍‌ କରିବା ଘଟଣାରେ ୫ ଅଭିଯୁକ୍ତଙ୍କୁ ଖୋର୍ଦ୍ଧାରୋଡ଼ ଜିଆର୍‌ପି ଓ ଆର୍‌ପିଏଫ୍‌ ଗିରଫ କରିଛନ୍ତି। ଏଥିରେ ୨ ଅଭିଯୁକ୍ତ ରହିଥିବା...

ବନୀକରଣ ପାଇଁ ରାଜ୍ୟ ସରକାର କାମ୍ପା ପାଣ୍ଠିରୁ ପାଇଛନ୍ତି ୨୬୪୪ କୋଟି, ଖର୍ଚ୍ଚ କରିଛନ୍ତି ୨୫୪୮ କୋଟି

ଭୁବନେଶ୍ୱର, ୩୦।୭(ବ୍ୟୁରୋ): କ୍ଷତି ପୂରକ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷ(କାମ୍ପା) ୨୦୦୯ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ସେବେଠାରୁ ରାଜ୍ୟକୁ କେନ୍ଦ୍ର ସରକାର ଆଡ୍‌ହକ୍‌...

ତୋଷାଳି ଭବନ ନିକଟ ଓମ୍‌ଫେଡ୍‌ ପାର୍ଲରକୁ ଯାଇଥିଲେ ନାମ ପଞ୍ଜୀକରଣ କରନ୍ତୁ

ଭୁବନେଶ୍ୱର,୯ା୪(ବ୍ୟୁରୋ): ସତ୍ୟନଗରରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ନିୟମିତ ଭାବେ ତୋଷାଳି ଭବନ ନିକଟରେ ଥିବା ଓମ୍‌ଫେଡ୍‌ ପାର୍ଲରକୁ ଯାଇଥିବା...

Leave a comment

Your email address will not be published. Required fields are marked *