Posted inଫୁରସତ

ମନ୍ଦିରର ଦେଖାଶୁଣା କରୁଛନ୍ତି ମୁସଲ୍‌ମାନ

ଉତ୍ତରପ୍ରଦେଶର ମୁଜାଫର୍‌ନଗର୍‌ରେ ଥିବା ଲଦ୍ଦେବାଜ୍‌ କ୍ଷେତ୍ରରେ ଗତ ୨୬ ବର୍ଷ ହେବ ମୁସ୍‌ଲିମ୍‌ ପରିବାରମାନେ ଏକତ୍ର ହୋଇ ଗୋଟିଏ ମନ୍ଦିରର ଦେଖାଶୁୂଣା କରୁଛନ୍ତି। ଘଟଣାଟି, ଭାଇଚାରାର ଏକ ନିଆରା ନିଦର୍ଶନ ପ୍ରକଟ କରିଛି। ପ୍ରକୃତରେ ବାବ୍ରି ମସ୍‌ଜିଦ୍‌ ଆକ୍ରମଣ ପରଠୁ ଏହି କ୍ଷେତ୍ରରେ ହିଂସାର ନିଆଁ ଜଳିବାକୁ ଲାଗିଥିଲା। ଏହି କାରଣରୁ ଅଞ୍ଚଳରେ ରହୁଥିବା ୨୦ଟି ହିନ୍ଦୁ ପରିବାର ସ୍ଥାନଛାଡ଼ି ଅନ୍ୟତ୍ର ପଳାଇଥିଲେ। ଏହାପରଠୁ ମନ୍ଦିରର ଦେଖାଶୁୂଣା ଦାୟିତ୍ୱ ଏଠାରେ ବାସ କରୁଥିବା ମୁସ୍‌ଲିମ୍‌ ପରିବାର ବହନ କରିଛନ୍ତି। ମନ୍ଦିରକୁ ପରିଷ୍କାର, ପରିଚ୍ଛନ୍ନ ରଖିବା ସହ ରଙ୍ଗ ବି ଦେଉଛନ୍ତି। ଚାନ୍ଦା ଏକାଠି କରି ମନ୍ଦିରର ମରାମତି ମଧ୍ୟ କରୁଛନ୍ତି। ସ୍ଥାନୀୟ ନିବାସୀଙ୍କ ମତରେ, ଏଠାରେ ବାସ କରୁଥିବା ହିନ୍ଦୁ ଭାଇମାନଙ୍କୁ ହିଂସା ସମୟରେ ଅଟକାଇବାକୁ ଅନେକ ପ୍ରୟାସ କରାଯାଇଥିଲା। କିନ୍ତୁ ସେମାନେ ଦଙ୍ଗା ଥମିବା ପରେ ଦିନେ ନା ଦିନେ ଫେରିବେ ବୋଲି କଥାଦେଇ ଚାଲିଗଲେ। ସେହିଦିନଠୁ ସେମାନଙ୍କ ଫେରିବା ବାଟକୁ ଚାହିଁ ମନ୍ଦିରର ଦେଖାଶୁଣା କରାଯାଉଛି। ତେବେ ସ୍ଥାନ ଛାଡ଼ିବା ପୂର୍ବରୁ ସମସ୍ତ ହିନ୍ଦୁ ପରିବାର ମନ୍ଦିରରୁ ମୂର୍ତ୍ତିକୁ ସାଥୀରେ ନେଇ ଚାଲିଯାଇଥିଲେ। ହେଲେ ମୁସ୍‌ଲିମ୍‌ ପଡୋଶୀମାନେ ଆଜି ବି ହିନ୍ଦୁଭାଇଙ୍କ ଫେରିବା ବାଟକୁ ବିଶ୍ୱାସର ସହ ଚାହିଁ ରହିଛନ୍ତି।


All Right Reserved By

ଜାଣନ୍ତୁ ଶିବଲିଙ୍ଗ ଉପରେ କାହିଁକି ଶଙ୍ଖରେ ଢଳାଯାଏନା ପାଣି

ଆମେ ଜାଣିଛେ ସାଧାରଣତଃ ପୂଜାକାର୍ଯ୍ୟରେ ଶଙ୍ଖର ବ୍ୟବହାର ମହତ୍ତ୍ୱପୂର୍ଣ୍ଣ। ପ୍ରାୟ ସମସ୍ତ ଦେବଦେବୀଙ୍କ ଉପରେ ଶଙ୍ଖରେ ପାଣି ଚଢ଼ାଯାଏ। ମାତ୍ର ଶିବଲିଙ୍ଗ ଉପରେ ପାଣି ଢାଳିବାକୁ...

ଗଙ୍ଗା ଯମୁନା ପାଣିରେ ବ୍ୟାକ୍ଟେରିୟୋଫଗେସ: ମାରାତ୍ମକ ରୋଗ ଉପଶମ କରିପାରିବ

ହିସାର: ଶରୀରରେ ଯେତେବେଳେ ଆଣ୍ଟିବାୟୋଟିକ୍ସ ବିରୋଧରେ ବ୍ୟାକ୍ଟେରିଆ ଲଢିବା ଆରମ୍ଭ କରନ୍ତି ତାହା ଆଉ କାମ କରେନାହିଁ। ଏହାଫଳରେ ରୋଗ ଉପଶମ ହୋଇନଥାଏ। କିନ୍ତୁ ଏବେ...

ଏମିତି ଏକ ଆଇସ୍‌କ୍ରିମ୍‌, ଯାହା ୧ ଘଣ୍ଟା ପର୍ଯ୍ୟନ୍ତ ତରଳିବ ନାହିଁ

ଗରମ ଦାଉରୁ ରକ୍ଷା ପାଇବାକୁ ଯଦି ହାତରେ ଗୋଟିଏ ଆଇସ୍‌କ୍ରିମ୍‌ ଧରାଇ ଦିଆଯାଏ, ତେବେ ମନକୁ ଟିକିଏ ଶାନ୍ତି ମିଳିଯାଏ। କିନ୍ତୁ ଚିନ୍ତା କେବଳ ଏତିକି...

ଏମିତି ଗାଁ ଯେଉଁଠି ରହିଲେ ଘର, ଟଙ୍କା ଓ ଚାକିରି ପାଇବେ

ରୋମ:ଯୁବକ ଅଥଚ ଚାକିରି ନାହିଁ,ପରିବାର ଅଛି। ତେବେ ପିଲାଟିଏ ଧରି ଚାଲନ୍ତୁ ଇଟାଲୀର ସେହି ଗାଁକୁ , ଯେଉଁଠି ମିଳିବ ୮ ଲକ୍ଷ ଟଙ୍କା ।...

ଏପରି ସହର ଯେଉଁଠି ଘଣ୍ଟାରେ ନାହିଁ ୧୨ ସଂଖ୍ୟା…

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସୁଇରଜରଲାଣ୍ଡର ସୋଲୋର୍ଥନ ସହରରେ ଲୋକେ ୧୧ ସଂଖ୍ୟାକୁ ଶୁଭ ବୋଲି ମନେ କରିଥାନ୍ତି। ଏହି ସଂଖ୍ୟା...

ଏହି ମନ୍ଦିରରେ ମହିଳା କରନ୍ତି ଭଗବାନଙ୍କ ଶୃଙ୍ଗାର…

ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଉତ୍ତରାଖଣ୍ଡ ଗଡଓ୍ବାଲରେ ଥିବା ମ୍ଫ୍ୟୁଲାନାରାୟଣ ମନ୍ଦିରରେ ପ୍ରଭୁ ନାରାୟଣଙ୍କ ଶୃଙ୍ଗାର ସ୍ଥାନୀୟ ମହିଳାମାନେ କରନ୍ତି।...

୪୦ ହଜାର ମାନବ କଙ୍କାଳରେ ନିର୍ମିତ ଚର୍ଚ୍ଚ

ଯେମିତି ହିନ୍ଦୁଙ୍କର ମନ୍ଦିର, ମୁସ୍‌ଲିମ୍‌ଙ୍କର ମସ୍‌ଜିଦ୍‌, ସେମିତି ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଚର୍ଚ୍ଚରେ ନିଜ ଇଷ୍ଟଙ୍କ ଆରାଧନା କରିଥାନ୍ତି। ବିଶ୍ୱରେ ଥିବା ଅଧିକାଂଶ ମନ୍ଦିର, ମସ୍‌ଜିଦ୍‌ ଏବଂ ଚର୍ଚ୍ଚ...

ଅନନ୍ୟା ନନ୍ଦିନୀ: ରାଜନୀତି ଓ ସାହିତ୍ୟର ଯୁଗଳବନ୍ଦୀ; ଆଗାମୀ ପିଢ଼ି ପାଇଁ ଆଦର୍ଶ

ଜନ୍ମ ଆଉ ମରଣ ଭିତରେ ଥିବା ବ୍ୟବଧାନକୁ ଯଦି ଜୀବନ କୁହାଯାଏ, ତେବେ ସବୁ ଜୀବନ ସମାନ ନୁହେଁ। ଆପଣା ପାଇଁ ବଞ୍ଚିରୁହନ୍ତି ସାଧାରଣ ମଣିଷ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *