ଅଜଣା ରୋଗରେ ଆତଙ୍କିତ ଅଁଳା

ଦଶମନ୍ତପୁର,୨୨।୪(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ଚଣାବାଡ଼ ପଞ୍ଚାୟତ ଅଧୀନରେ ଥିବା ଏସ୍‌. ଦଣ୍ଡାବାଡ଼ ଗ୍ରାମର କଂଶାରୀ ଦିଶାରୀଙ୍କ ସ୍ତ୍ରୀ ଅଁଲା ଦୀର୍ଘବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ଅଛନ୍ତି। ବିବାହର ବର୍ଷକ ପରେ ତାଙ୍କ ଡାହାଣ ଗୋଡ଼ ଓ ବାମ ପାର୍ଶ୍ୱ ହାତରେ ହଠାତ୍‌ ଏକ ଛୋଟ ଘା’ ହେଲା । କିଛିଦିନ ପରେ ଘା’ ପାଚିବା ସହ ଫାଟିଯାଇ ସେଥିରେ କ୍ଷୁଦ୍ର ଛିଦ୍ର ହେବାକୁ ଲାଗିଲା। କିଛିଦିନ ପରେ ଗୋଡ଼ର ସମସ୍ତ ଆଙ୍ଗୁଠି ମିଶିଯିବା ଯୋଗୁ ତାହାକୁ ଅଲଗା କରିହେଲା ନାହିଁ। ଏହା ଦେଖି ସ୍ବାମୀ-ସ୍ତ୍ରୀ ଦୁହେଁ ପ୍ରଥମେ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ କିଛି ଫଳ ହୋଇ ନ ଥିଲା। ପରେ କାକିରିଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସେମାନେ ଯାଇଥିଲେ। ସେଠାରେ ମଧ୍ୟ ରୋଗ ଚିହ୍ନଟ ହୋଇପାରି ନ ଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଜନୈକ ଡାକ୍ତର କହିଥିଲେ, ‘ଆମ ପକ୍ଷେ ରୋଗ ଚିହ୍ନଟ କରିବା ଅସମ୍ଭବ ା ତୁମେ ଦେଶୀ ଔଷଧ ସେବନ କର।’ ଡାକ୍ତରଙ୍କ ଏଭଳି ପରାମର୍ଶ ପରେ ଅଁଳା ଦୀର୍ଘ ୭ ବର୍ଷ ହେବ ଚେରମୂଳି ଚିକିତ୍ସା କରିଆସୁଥିଲେ ହେଁ କିଛି ଫଳ ମିଳିନାହିଁ। ୩ଟି ଝିଅଙ୍କୁ ଖେଳାଇବା ବ୍ୟତୀତ ଅନ୍ୟ କୌଣସି ଘରକାମ ସେ କରିପାରୁ ନାହାନ୍ତି। ଖରା ଦିନରେ ବ୍ୟଥା ବିଶେଷ ହେଉ ନ ଥିବା ବେଳେ ଶୀତ ଓ ବର୍ଷାଦିନରେ ଯନ୍ତ୍ରଣା ଅଧିକ ହେଉଛି। ଅଁଳାଙ୍କ ଏହି ରୋଗ ପରିବାର ଲୋକଙ୍କୁ ଚିନ୍ତାରେ ପକାଇଛି। ଗାଁର କେତେକ ଲୋକ ତାଙ୍କୁ କୁଷ୍ଠ ହୋଇଥିବା ଟାହିଟାପରା କରିବା ଯୋଗୁ ଅଁଳା ନିଜ ପାଦ ଓ ହାତରେ କପଡ଼ା ଘୋଡାଇ ରଖୁଛନ୍ତି। ଗାଁରେ ପୋଡୁଚାଷ କରି ଜୀବିକା ନିର୍ବାହ କରୁଥିବା କଂସାରୀ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରିବା ମୁସ୍କିଲ ହେଉଥିବା କହିଛନ୍ତି। ସିଡିଏମ୍‌ଓ ଦଧିବାମନ ତ୍ରିପାଠୀଙ୍କ ଦୃଷ୍ଟିକୁ ଧରିତ୍ରୀ ଏହି ଘଟଣା ଆଣିବା ପରେ ସେ କହିଛନ୍ତି, ଉକ୍ତ ଗାଁକୁ ଡାକ୍ତରୀ ଦଳ ପଠାଇ ଅଁଳାଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ।


All Right Reserved By Dharitri.Com

ଝରିଗାଁରେ ବିଜେଡିର ପ୍ରକାଶ ମାଝି ବିଜୟୀ

ନବରଙ୍ଗପୁର,୨୩ା୫(ବି.ପ୍ର.): ନବରଙ୍ଗପୁର ଜିଲା ଅଧୀନ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜି ମାରିଛି। ବିଜେଡିର ପ୍ରକାଶ ଚନ୍ଦ୍ର ମାଝି ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଉଲଧର...

ମାଲକାନଗିରିରେ ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି,୧୮।୫(ଡି.ଏନ୍‌.ଏ): ମାଲକାନଗିରିରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାଥିଲି ଥାନା ଅନ୍ତର୍ଗତ ଟେମୁରପାଲି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରାୟ ୩୦ରୁ ୪୦ ମାଓବାଦୀ...

ନଦୀରେ ଭାସିଗଲେ ୨ ବୃଦ୍ଧା ଭଉଣୀ

ଦଶମନ୍ତପୁର,୨୯ା୯(ଡି.ଏନ୍‌.ଏ.):ଦୁଇଦିନ ତଳେ ଡଙ୍ଗରରୁ ବାଉଁଶ କରଡ଼ି ସଂଗ୍ରହ କରିବାକୁ ଯାଇଥିବା ୨ ଜଣ ବୃଦ୍ଧା ଭଉଣୀ ନଦୀ ପାର ହେବା ବେଳେ ଭାସିଯାଇଛନ୍ତି। କୋରାପୁଟ ଜିଲା...

ଲଗାଣ ବର୍ଷା ଯୋଗୁ ବାହ୍ୟଜଗତରୁ ୨ ପଞ୍ଚାୟତ ବିଚ୍ଛିନ୍ନ

ମାଲକାନଗିରି,୨୩ା୬ (ସ୍ବ.ପ୍ର.)- ମାଲକାନଗିରି ଜିଲାରେ ୨ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାର ମାଥିଲି ବ୍ଲକର ୨ଟି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ...

ପୋଡାଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷ

ମୁନିଗୁଡ଼ା, ୨୧।୧୧(ଡି.ଏନ୍‌.ଏ.)- ଅପରେଶେନ ଗ୍ରୀନ ଡାଇମଣ୍ଡର ଦିତୀୟ ଦିନରେ ରାୟଗଡ଼ାର ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁରରେ ୫୬ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ପୋଲିସ...

ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଏନକାଉଣ୍ଟରରେ ଆହତ

ରାୟଗଡ଼ା ଅଫିସ, ୨୫।୧୧: ହାଡ଼ପା ଶିବା ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାୟଗଡ଼ା ପୋଲିସ ରବିବାର ରାତିରେ ଏନକାଉଣ୍ଟର କରିଛି। ଶିବାଙ୍କ ନାମରେ ୫୦ରୁ ଅଧିକ...

୧୦ ହଜାର ଟଙ୍କାରେ ୭ମାସର ଶିଶୁପୁତ୍ରକୁ ବିକିଲା ବାପା

ଝରିଗାଁ,୯।୭(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ୭ମାସର ଶିଶୁପୁତ୍ରକୁ ବାପା ବିକ୍ରି କରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଉମରକୋଟ ବ୍ଲକ ପୂଜାରୀଗୁଡା ଗ୍ରାମର...

ଶୋଇଥିବା ବେଳେ କାମୁଡ଼ିଲା ସାପ, ନାବାଳିକା ମୃତ

ଝରିଗାଁ, ୨।୬(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଚଚା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ...

Leave a comment

Your email address will not be published. Required fields are marked *