ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ସହଜ ଉପାୟ…

ଇନସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତିଦିନ ସକାଳେ ମେଥି ପାଣି ପିଇବା ଭଲ। ଇନସୁଲିନ୍‌ସ୍ତର ନିୟନ୍ତ୍ରିତ ହେଲେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ। ଏଥିରେ ଥିବା ଆମିନୋ ଏସିଡ୍‌ ଯୋଗୁ ଏହା ସମ୍ଭବ ହୁଏ। ମେଥିରେ ଥିବା ଆଣ୍ଟି-ଇନ୍‌ଫ୍ଲେମେଟୋରୀ ତତ୍ତ୍ୱ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ମେଥିଦାନାକୁ ପାଣିରେ ଭିଜାଇ ପିଇବା ଦ୍ୱାରା ଏହାର ପୁଷ୍ଟିସାର ତତ୍ତ୍ୱ ବହୁ ଗୁଣ ବଢିଯାଇଥାଏ । ତେଣୁ ମେଥି ପରିବର୍ତ୍ତେ ଏହାର ପାଣି ପିଇଲେ ବେଶୀ ଉପକାର ମିଳେ । ରାତିରେ ଏକ କପ୍‌ ପାଣିରେ କିଛି ମେଥି ଦାନା ପକାଇ ଭିଜାଇ ଏହି ପାଣିକୁ ଛାଣି ଖାଲିପେଟରେ ପିଇଲେ ଅନେକ ଉପକାର ମିଳିଥାଏ। ନିୟମିତ ସକାଳେ ମେଥିପାଣି ପିଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇବା ସହ କୋଷ୍ଠକାଠିନ୍ୟ ସମସ୍ୟାରୁ ମିଳିଥାଏ ମୁକ୍ତି । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ସୁନ୍ଦର ଓ ସୁସ୍ଥ ରଖିଥାଏ । ମେଥିପାଣିରେ ଥିବା ପୋଟାସିୟମ୍‌ ଶରୀରର ସୋଡିୟମ୍‌ସ୍ତରକୁ ନିୟନ୍ତ୍ରିତ କରେ। ଏହାଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇ ହାର୍ଟ ଆଟାକ୍‌ ଆଶଙ୍କା ଦୂର ହୋଇଥାଏ।


All Right Reserved By

ପେଟ ମାଲିସ ଦ୍ୱାରା ଦୂର ହୋଇଥାଏ ଅନେକ ସମସ୍ୟା

ମାଲିସ ଶରୀର ପାଇଁ ବହୁତ ଲାଭଦାୟକ। ଏହା ଦ୍ୱାରା ଜଣେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବେ ନିଜକୁ ସୁସ୍ଥ ଅନୁଭବ କରିଥାଏ। ସେହିପରି ପେଟ...

ଜୁଆଣିପାଣିରେ ଭରି ରହିଛି ଏସବୁ ଔଷଧୀୟ ଗୁଣ

ଜୁଆଣି ପାଣିରେ ଅନେକ ଔଷଧିୟ ଗୁଣ ଭରିରହିଛି। ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ। ସକାଳେ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବା ସହ...

ତଳିପାଦ ମୋଡ଼ି ହୋଇଯାଇଥିଲେ କରନ୍ତୁ ଏପରି, ମିଳିବ ଆରାମ

ତଳିପାଦ ମୋଡ଼ି ହୋଇଗଲେ ଏହାକୁ ହାଲୁକା ମନେ କରନ୍ତୁ ନାହିଁ। କାରଣ ଭବିଷ୍ୟତରେ ଏହା ଅନେକ ସମସ୍ୟା ସୃଷ୍ଟି କରିବ। ଦୀର୍ଘଦିନ ଧରି ଦରଜ ରହିବା...

ଏସବୁ ରୋଗରୁ ମୁକ୍ତି ଦେଇ ଥାଏ ଆମ୍ବପତ୍ର, କିପରି ବ୍ୟବହାର କରିବେ ଜାଣନ୍ତୁ..

ଫଳର ରାଜା ଆମ୍ବ। ଏହାର ଉପକାରୀ ଗୁଣ ସମ୍ପର୍କରେ ପ୍ରାୟ ଅଧିକାଂଶ ଲୋକଙ୍କୁ ଜଣା। ମାତ୍ର କ’ଣ ଆପଣ ଏହା ପତ୍ରର ଉପକାରୀ ଗୁଣ ସମ୍ପର୍କରେ...

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ…

ପ୍ରତିଦିନ ସକାଳେ ଅଧା କପ୍‌ ବିଟ୍‌ ରସ ପିଇଲେ ଅନେକ ଉପକାର ମିଳିଥାଏ। ବିଟ୍‌ ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ...

ସୁଗାର ଫ୍ରି ଖାଦ୍ୟ ଓ ଦାନ୍ତ

ଡାଇବେଟିସ ରୋଗୀ ବିଶେଷ ଭାବରେ ଖାଦ୍ୟପେୟ ପ୍ରତି ସଚେତନ ରହିଥାଆନ୍ତି।  ସେମାନଙ୍କୁ ମିଠାଜାତୀୟ ଏବଂ କେତେକ ଖାଦ୍ୟଠାରୁ ଦୂରତା ଅବଲମ୍ବନ କରିବାକୁ ପଡ଼ିଥାଏ। ହେଲେ ଆଜିକାଲି...

ଜାଣନ୍ତୁ କିପରି ହୋଇଥିବେ ଆପଣଙ୍କ ପାର୍ଟନର

ସାଧାରଣତଃ ବୈବାହିକ ଜୀବନକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ଥାନ୍ତି। ବିବାହ ପୂର୍ବରୁ ସମସ୍ତେ ଏହି କଥା ଭାବିଥାନ୍ତି ଯେ, ସେମାନଙ୍କ ପାର୍ଟନର କିପରି ହୋଇଥିବ।...

ମଶାଙ୍କ ଜିନ୍‌ରୁ ମ୍ୟାଲେରିଆ ଚିକିତ୍ସା

ଗିଲୋଙ୍ଗ୍‌ ସ୍ଥିତ କମନ୍‌ୱେଲ୍‌ଥ ସାଇଣ୍ଟିିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ଅର୍ଗାନାଇଜେସନ୍‌ର ବୈଜ୍ଞାନିକମାନେ ମଶାଙ୍କ ଶରୀରରେ ବାଗୋ ନାମକ ଏକ ପ୍ରୋଟିନ୍‌ର ସନ୍ଧାନ କରିଛନ୍ତି। ଏହାପୂର୍ବରୁ ମହୁମାଛିଙ୍କ ଶରୀରରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *