Posted inଜାତୀୟ

ଭାଜପାର ଚାଷୀ ସମାବେଶରେ ଭୁଶୁଡ଼ିଲା ମଞ୍ଚ

ଇନ୍ଦୋର,୧୧।୬: ମଧ୍ୟପ୍ରଦେଶରେ ଋଣଛାଡ଼ ପାଇଁ ଭାଜପା ପକ୍ଷରୁ ଆୟୋଜନ କରାଯାଇଥିବା ଚାଷୀ ସମାବେଶରେ ଘଟିଛି ଅଭାବନୀୟ ଘଟଣା। ଚାଷୀ ସମାବେଶ ଲାଗି ବିଭିନ୍ନ ସ୍ଥାନରେ ମଞ୍ଚ ତିଆରି କରାଯାଇଥିଲା। ଲାଲମେହଲ୍ଲା ଅଞ୍ଚଳରେ ଥିବା ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଅନେକ ବରିଷ୍ଠ ନେତା ଆହତ ହୋଇଛନ୍ତି। ମଞ୍ଚରେ ମହାପୌର ମାଳିନୀ ଗୌଡ଼, ଏମ୍‌ପି ଶଙ୍କର ଲାଲଓ୍ବାନୀ, ବିଧାୟକ ମହେନ୍ଦ୍ର ହାର୍ଦିୟା, ବିଧାୟକ ଉଷା ଠାକୁର, ପୂର୍ବ ବିଧାୟକ ରାଜେଶ ସୋନକର ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ଭୁଶୁଡ଼ି ପଡ଼ିବାରୁ ମଞ୍ଚାସୀନ ଅତିଥିମାନେ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଭାଜପା ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟ ଯୋଗଦେଇଥିଲେ।


All Right Reserved By Dharitri.Com

ଉପତ୍ୟକାରେ ଅନିଶ୍ଚିତତା

ନୂଆଦିଲ୍ଲୀ, ୫ା୮(ପି.ଟି.): ଜମ୍ମୁ-କଶ୍ମୀରକୁ କେନ୍ଦ୍ର ସରକାର ଅତିରିକ୍ତ ୩୮ ହଜାର ସେନା ପ୍ରେରଣ କରିବା ପରେ ଏହାକୁ ନେଇ ଉପତ୍ୟକାରେ ଅନିଶ୍ଚିତତା ଜାରି ରହିଛି। ଆତଙ୍କବାଦୀ...

ଜେଏନ୍‌ୟୁର ନାଁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ରଖିଲେ ଭାଜପା ନେତା

ନୂଆଦିଲ୍ଲୀ,୧୮।୮: ଅନୁଚ୍ଛେଦ ୩୭୦ ହଟାଇବାକୁ ନେଇ ଭାଜପା ନେତା ହଂସ ରାଜ ହଂସ ବଡ ବୟାନ ଦେଇଛନ୍ତି। ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ର ଏକ କାର୍ଯ୍ୟକ୍ରମରେ...

ଦିଲ୍ଲୀର ପ୍ରଦୂଷଣ ପାଇଁ ବାତିଲ ହେଲା ଫିଲ୍ମ ଦୋସ୍ତାନା-୨ର ଶୁଟିଂ

ନୂଆଦିଲ୍ଲୀ,୧୧।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ସାଧାରଣ ଜନତାଙ୍କ ସହ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଏଥିପାଇଁ ଦିଲ୍ଲୀରେ ହେବାକୁ ଥିବା ବଲିଉଡ୍‌...

ଗୁଜରାଟ ଦଙ୍ଗା: ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେଲେ ନାନାବତୀ କମିଶନ

ନୂଆଦିଲ୍ଲୀ,୧୧।୧୨: ଗୁଜରାଟ ଦଙ୍ଗାର ତଦନ୍ତ କରୁଥିବା ନାନାବତୀ କମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି। ଗୋଧ୍ରା ଦଙ୍ଗା ସମୟରେ ଗୁଜରାଟର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ...

ଦେଶ ଛାଡ଼ି ପଳାଉଥିବାବେଳେ ଦାଉଦ୍‌ଙ୍କ ପୁତୁରା ଗିରଫ

ମୁମ୍ବାଇ,୧୮।୭: ଦେଶ ଛାଡ଼ି ପାଉଥିବାବେଳେ ଅଣ୍ଡରଓ୍ବାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ପୁତୁରା ରିଜ୍‌ଓ୍ବାନ କାସକରଙ୍କୁ ଗିରଫ କରାଯାଇଛି। ରିଜ୍‌ଓ୍ବାନ ଦାଉଦ୍‌ଙ୍କ ସାନଭାଇ ଇକବାଲ୍‌ କାସକରଙ୍କ ପୁଅ।...

ନିଜ ଦଳକୁ ନେଇ କଟାକ୍ଷ କଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ,୧୨।୭: ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ନିଜ ଦଳକୁ ନେଇ କଟାକ୍ଷ କରିଛନ୍ତି। ଶୁକ୍ରବାର ସେ ଟୁଇଟ୍‌ କହିଛନ୍ତି, ଗୋଆ ଓ କଶ୍ମୀରକୁ ଦେଖିଲେ...

ଦିଲ୍ଲୀ ସରକାରଙ୍କ ପାଇଁ ବିଳମ୍ବ ହେଉଛି ନିର୍ଭୟା ଦୋଷୀଙ୍କ ଫାଶୀ: ଭାଜପା

ନୂଆଦିଲ୍ଲୀ,୧୬।୧: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କଂଗ୍ରେସ ଓ ଆମ ଆଦମୀ ପାର୍ଟି(ଏଏପି)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଶିଖ୍‌ ଦଙ୍ଗା ସମୟରେ କଂଗ୍ରେସ ଦୋଷୀଙ୍କୁ ଦଣ୍ଡ...

ଦିଲ୍ଲୀ ହିଂସା: ତାହିରଙ୍କ ଘରେ ପହଞ୍ଚିଲା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ନୂଆଦିଲ୍ଲୀ,୨୮।୨: ସାମୂହିକ ଭାବେ ବହିଷ୍କୃତ ହୋଇଥିବା ଆମ ଆଦମୀ ପାର୍ଟି (ଏଏପି) ନେତା ତାହିର ହୁସେନଙ୍କ ଅଡ଼ୁଆ ଏବେ ବଢ଼ିବାରେ ଲାଗିଛି। ତାହିରଙ୍କ ବିରୋଧରେ ଉତ୍ତର-ପୂର୍ବ...

Leave a comment

Your email address will not be published. Required fields are marked *