ଚର୍ଚ୍ଚାରେ ନବ୍ୟା ନଭେଲିଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲିଙ୍କ ପ୍ରେମ କାହାଣୀକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ନବ୍ୟା ଅନେକ ସମୟରେ ନିଜ ସାଙ୍ଗ ସାଥୀ ଓ ପରିବାର ଲୋକଙ୍କ ସହ ମିଶି ଉଠାଇଥିବା ଫଟୋକୁ ଅପଲୋଡ କରିଥାଆନ୍ତି। କିଛିଦିନ ତଳେ ଆଲୋଚନା ହେଉଥିଲା କି ନବ୍ୟା ଜଣେ ନାୟକଙ୍କୁ ଡେଟ୍‌ କରୁଛନ୍ତି। ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏହି ନାୟକ ଜଣକ ହେଉଛନ୍ତି ଜାଭେଦ ଜାଫରିଙ୍କ ପୁଅ ମିଜାନ। ଭିନ୍ନ ଭିନ୍ନ ସ୍ଥାନରେ ଏମାନଙ୍କୁ ସ୍ପଷ୍ଟ କରାଯିବ ପରେ ଉଭୟଙ୍କ ଭିତରେ ରିଲେସନ ଥିବା ଅନୁମାନ କରାଯାଇଛି। ନିକଟରେ ମୁମ୍ବାଇ ମିରରକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ମିଜାନ କହିଛନ୍ତି ନବ୍ୟା ମୋ ଉଉଣୀଙ୍କ ସାଙ୍ଗ ଆଉ ତାଙ୍କ ସହ ମୋର ଭଲ ସମ୍ପର୍କ। ହେଲେ ମୁଁ କାହା ସହ ରିଲେସନଶିପରେ ନାହିଁ। ମିଜାନ ଏବେ ବଲିଉଡରେ ସଞ୍ଜୟ ଲିଲା ଭଂସାଲିଙ୍କ ଫିଲ୍ମ ‘ମଲାଲ’ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନ୍ୟପଟେ ନବ୍ୟା ମଧ୍ୟ ବଲିଉଡରେ ଖୁବ୍‌ଶୀଘ୍ର ଡେବ୍ୟୁ କରିପାରନ୍ତି ବୋଲି ଶୁଣାଯାଉଛି।


All Right Reserved By

ଅଷ୍ଟ୍ରେଲିଆରେ ଧୁମ୍‌ ମଚାଇଲା ‘କବିର ସିଂ’

ମୁମ୍ବାଇ: ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘କବିର ସିଂ’ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହାର ଜଲଓ୍ବା ଦେଖାଇଛି। ଅଷ୍ଟ୍ରେଲିଆରେ ଭାରତୀୟ ଫିଲ୍ମ ଭାବେ...

କେବିସିରେ ଜିତିଥିଲେ ୫ କୋଟି, ଏବେ ଗୋଟିଏ ବର୍ଷରେ ୭୦ ହଜାର ଗଛ ଲଗାଇ ଚର୍ଚ୍ଚାରେ ସୁଶୀଲ

ବମ୍ବେ: ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ମୁଖ୍ୟ ସମସ୍ୟାରେ ପରିଗଣିତ ହେଲାଣି। ଏହାକୁ ରୋକିବା ନିମନ୍ତେ ବୃକ୍ଷ ରୋପଣ କରିବା ଆବଶ୍ୟକ। ତେବେ ଅନେକ ସଚେତନ...

ରିଲିଜ ଅପେକ୍ଷାରେ ବୈଶାଳୀ

ଓଡ଼ିଆ ସିନେମା ‘ବୈଶାଳୀ’ ଚଳିତ ମାସ ୧୯ରେ ପରଦା ଉପରକୁ ଆସୁଛି। ଏହି ଫିଲ୍ମରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରୁଛନ୍ତି ନବାଗତ ଡ. ପ୍ରୀତ୍‌।...

ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ,୨୦।୪: ନିଜ ବୟାନକୁ ନେଇ ସବୁବେଳେ ବିବାଦରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏବେ ପୁଣି ଥରେ ବିବାଦରେ ଫଶିଯାଇଛନ୍ତି। ଚଳିତ ଥର...

ବିକିନିକୁ ନା

କ୍ରିତି ସାନନ୍‌ ମାଇଣ୍ଡ ମେକ୍‌ଅପ କରିଛନ୍ତି, ବିକିନି ପିନ୍ଧି ସେ କେବେ ଶଟ୍‌ ଦେବେ ନାହିଁ। ତେଣିକି ଯେତେ ଅଫର ହାତରୁ ଖସିଗଲେ କିଛି ପର୍‌ବାୟ...

ଟେଲିଭିଜନ ଜଗତରେ ଚହଳ ପକାଇଲେ କରିନା: ଗୋଟିଏ ଏପିସୋଡ ପାଇଁ ନେଉଛନ୍ତି ଏତିକି ପାରିଶ୍ରମିକ

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ଜଜ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ଶୋ’ର ପ୍ରତି ଏପିସୋଡ ପାଇଁ...

ଆଇସିୟୁରେ ଭର୍ତ୍ତି ହେଲେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍‌

ମୁମ୍ବାଇ, ୧୬।୮: ବଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଖୟାମଙ୍କୁ ଆଇସିୟୁରେ ଭର୍ତ୍ତ କରାଯାଇଛି। ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ ଖୟାମ୍‌ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ...

ନେକ୍ସଟ ଏ କମେଡିରେ ମୃଣାଳ

ମୁମ୍ବାଇ: ଉମେଶ ଶୁକ୍ଲା ନିର୍ଦ୍ଦେଶିତ ‘ନେକ୍ସଟ ଏ କମେଡି’ରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଦେଖିବାକୁ ମିଳିବ। ମରାଠି ଓ ହିନ୍ଦୀ ଫିଲ୍ମରେ ନିଜର କମାଲ୍‌ ଦେଖାଇ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *