Posted inଜାତୀୟ

ଅକ୍ଷୟ କୁମାର କାନାଡାର ନାଗରିକ: ଲଢି ପାରିବେନି ନିର୍ବାଚନ!

ନୂଆଦିଲ୍ଲୀ,୨୨।୪: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ଲୋକ ସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଚାଲିଛି। ହେବେ ସୋସିଆଲ ମିଡିଆରେ ଏବେ ଆଉ ଏକ ଚର୍ଚ୍ଚା ଯୋର ଧରିଛି। ଯେ ଅକ୍ଷୟ ନିର୍ବାଚନ ଲଢିବା ପାଇଁ ଯୋଗ୍ୟ ନୁହେଁ। କାରଣ ତାଙ୍କ ପାଖରେ ରହିଛି କାନାଡାର ନାଗରିକତ୍ୱ। ଭାରତୀୟ ସମ୍ବିଧାନ ଅନୁଯାୟୀ ଯଦି ଜଣେ ବ୍ୟକ୍ତିଙ୍କ ନିକଟରେ ଅନ୍ୟ କେଉଁ ଦେଶ ନାକରିକତ୍ୱ ଥାଏ ତେବେ ସେ ଭାରତରେ ନିର୍ବାଚନ ଲଢିବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। କିନ୍ତୁ ଅସଲ କଥା ହେଲା ଅକ୍ଷୟଙ୍କ ପାଖରେ ରହିଛି କାନାଡାର ଅନରାରୀ ସିଟିଜେନଶିପ ବା ସମ୍ମାନସୂଚକ ନାଗରିକତା। ତେଣୁ ସେ ଭାରତରେ ନିର୍ବାଚନ ଲଢିବାରେ ସେମିତି କିଛି ଅସୁପିଧା ନାହିଁ। ଅବଶ୍ୟ ସୋସିଆଲ ମିଡିଆରେ ଅକ୍ଷୟ କାନାଡାର ନାଗରିକ ବୋଲି ଜାଣିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡି ଯାଇଥିଲେ। କିନ୍ତୁ ସେ ଯେ ନିର୍ବାଚନ ଲଢିପାରିବେ ଏହା ଜାଣିବା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଖୁସି ପ୍ରକାଶ ପାଇଛି।


All Right Reserved By Dharitri.Com

ସିଏଏ ସମ୍ପର୍କରେ ସଚେତନତା: ମୋଦି ଆରମ୍ଭ କଲେ ଟୁଇଟର ଅଭିଯାନ

ନୂଆଦିଲ୍ଲୀ,୩୦।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସୋମବାର ଦେଶବ୍ୟାପି ଏକ ଟୁଇଟର ଅଭିଯାନ ଆରମ୍ଭ ହୋଇଛି।...

ବସ୍‌ ଛାତରୁ ଭିଡ ରାସ୍ତାରେ ଗଳି ପଡିଲେ ୨୦ରୁ ଊର୍ଦ୍ଧ୍ୱ ଛାତ୍ର

ନୂଆଦିଲ୍ଲୀ,୧୮।୬: ଚେନ୍ନାଇରେ ବସ୍‌ ଡେ’ ପାଳନ ଅବସରରେ ଘଟିଛି ଏକ ଦୁର୍ଘଟଣା। ସୋମବାର ଏହି ଦିବସ ପାଳନ ଅବସରରେ କେତେଜଣ ଛାତ୍ର ଚଳନ୍ତା ବସ୍‌ ଛାତ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବାୟୁସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବା ଅନୁଚ୍ଛେଦ ୩୭୦ ହଟାଯିବା ପରେ ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ...

ଚାଇନା ତିଆରି ତ୍ରିରଙ୍ଗା ଆମଦାନୀ କରିବ ନାହିଁ ଭାରତ: ଫ୍ଲାଗ୍‌ କୋଡ୍‌ ଅବମାନନା ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: ଏଣିକି ଚାଇନାରେ ତିଆରି ଭାରତୀୟ ତ୍ରିରଙ୍ଗା ଆମଦାନୀ ହେବନାହିଁ। ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଅଧିସୂଚନା ଜାରି ହୋଇଛି। ଭାରତୀୟ ଜାତୀୟ...

୧୭ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧ା୬ପି.ଟି.): ସପ୍ତଦଶ ଲୋକ ସଭାର ପ୍ରଥମ ଅଧିବେଶନ ତଥା ବଜେଟ ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ...

ଜମି ଅଧିଗ୍ରହଣ ମାମଲାରେ ରବର୍ଟଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୨୯।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଜମି ଅଧିଗ୍ରହଣ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ...

ବନ୍ୟା ପାଣିରେ ଆମ୍ବୁଲାନ୍ସକୁ ବାଟ ଦେଖାଇ ହିରୋ ପାଲଟିଲେ ୧୨ ବର୍ଷର ବାଳକ

ବେଙ୍ଗାଲୁରୁ,୧୫।୮: ଚଳିତ ବର୍ଷ ବନ୍ୟାରେ ବେହାଲ ହେଲାଣି କର୍ନାଟକ। ଯୁଆଡେ ଚାହିଁଲେ ପାଣି ଆଉ ପାଣି। ଏହି ସମୟରେ କର୍ନାଟକ ରାଇଚୁର ଜିଲାର ହିରେରାୟନକୁମ୍ପି ଗାଁରେ...

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨।୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣ ପାଇଁ...

Leave a comment

Your email address will not be published. Required fields are marked *