Posted inଜାତୀୟ

ମାରିଦେବାକୁ ଯୋଜନା କରି ଚଳନ୍ତା କାର୍‌ରୁ ବୋହୂଙ୍କୁ ଠେଲି ଦେଲେ ଶାଶୁ ଘର ଲୋକେ

ଚେନ୍ନାଇ,୧୧।୬: ତାମିଲନାଡୁର ଆରତି ଅରୁଣ(୩୮) ନାମକ ଜଣେ ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ଚଳନ୍ତା କାର୍‌ରୁ ଠେଲି ଦେଇ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କାରଣ ଏମିତି କିଛି ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହେବା ପରେ ଘଟଣା ସାମ୍ନାକୁ ଆସିଛି। ଉକ୍ତ ଭିଡିଓ ଅନୁଯାୟୀ କାର ଡୋର୍‌ ଖୋଲି ମଝି ରାସ୍ତାରେ ମହିଳା ଜଣକ ହଠାତ୍‌ ପଡି ଯାଉଥିବା ଦେଖାଯାଇଛି। ସୂଚନା ମୁତାବକ ଆରତିଙ୍କ ବିବାହ ୨୦୦୮ ମସିହାରେ ହୋଇଥିବା ବେଳେ ପାରିବାରିକ କଳହ ଯୋଗୁ ୨୦୧୪ରେ ସେ ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ହୋଇଯିବାକୁ କୋର୍ଟରେ ନିବେଦନ କରିଥିଲେ। ଇତିମଧ୍ୟରେ ପୁଣି ଥରେ ସବୁର ସମାଧାନ କରି ନୂଆ ଜୀବନ ଆରମ୍ଭ କରିବାକୁ କହି ତାଙ୍କ ସ୍ବାମୀ ତାଙ୍କୁ ପାଖକୁ ଡାକି ଆଣିଥିଲେ। ଏହାପରେ ତାଙ୍କୁ ମାରି ଦେବାକୁ ଉଦ୍ୟମ କରି ଚଳନ୍ତା କାରରୁ ଠେଲି ଦିଆଯାଇଥିବା ଏବେ ସେ ଅଭିଯୋଗ କରିଛନ୍ତି। କାରଣ ସେ ତାଙ୍କ ସ୍ବାମୀଙ୍କ ଉପରେ ବିଶ୍ୱାସ କରି ଶାଶୁ ଘର ଫେରିଥିବା ବେଳେ ଏହା କିନ୍ତୁ ଭୁଲ୍‌ ଥିଲା ବୋଲି ସେ କହିଛନ୍ତି। ଏବେ ତାଙ୍କ ସ୍ବାମୀ ଓ ଶାଶୁ ଘର ଲୋକେ ଫେରାର ଥିବା ପୋଲିସ କହିଛି।


All Right Reserved By

ସନ୍ତାନ ପ୍ରସବର ୮ଘଣ୍ଟା ପରେ ପରୀକ୍ଷା ହଲ୍‌ରେ ପହଞ୍ଚିଲେ ମା’

ଆଗ୍ରା,୯।୬: ମା’ର ଦୃଢ ଇଚ୍ଛା ଶକ୍ତିର ଉଦାହରଣ ଏବେ ଦେଖିବାକୁ ମିଳିଛି ଆଗ୍ରାରେ। କାଗାରୋଲରେ ରହୁଥିବା ପ୍ରିୟଙ୍କା ବର୍ମା ନାମକ ଜଣେ ଛାତ୍ରୀ ସନ୍ତାନ ଜନ୍ମ...

ଅଜୟ ଭାଲା ହେବେ ସ୍ବରାଷ୍ଟ୍ର ସଚିବ

ନୂଆଦିଲ୍ଲୀ,୨୫ା୭(ପି.ଟି.): କେନ୍ଦ୍ରରେ ଶକ୍ତି ସଚିବ ଥିବା ଅଜୟ ଭାଲାଙ୍କୁ ସରକାର ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି (ଓଏସ୍‌ଡି) ନିଯୁକ୍ତ କରିଛନ୍ତି। ସେ...

ପ୍ରେମିକାକୁ ଆଲିଙ୍ଗନ କରି ବୋମା ଲାଗାଇଲେ ପ୍ରେମିକ ଉଭୟଙ୍କ ମୃତ୍ୟୁ

ଥିରୁଭାନନ୍ତପୁରମ,୨୮।୪: କେରଳର ଓ୍ବାୟନାଡରୁ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର। ଏଠାରେ ଏକ ବିବାହିତ ପ୍ରେମି ଯୁଗଳ ବୋମା ବିସ୍ଫୋରଣ କରି ନିଜକୁ ଉଡାଇ...

ଜୁନ୍‌ ୬ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ, (ପି.ଟି.)/ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ପହଞ୍ଚତ୍ବାରେ ବିଳମ୍ବ ହେବ। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) । ମୌସୁମୀ ସାଧାରଣତଃ...

ଜନାଦେଶକୁ ଅପେକ୍ଷା

ନୂଆଦିଲ୍ଲୀ,୨୩ା୫(ପି.ଟି./ଆଇଏଏନ୍‌ଏସ୍‌) : ଆଉ ମାତ୍ର କେଇଘଣ୍ଟାର ଅପେକ୍ଷା। ଆସିବ ସର୍ବବୃହତ୍‌ ଗଣତନ୍ତ୍ରର ଭୋଟ ମହାପର୍ବର ବହୁପ୍ରତୀକ୍ଷିତ ପରିଣାମ। ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)ରେ ବନ୍ଦ ଥିବା...

ଭାରତୀୟ ତଟରକ୍ଷି ବାହୀନିର ମୁଖ୍ୟ ହେଲେ କେ. ନଟରାଜନ

ନୂଆଦିଲ୍ଲୀ,୩୦।୬: ରାଜେନ୍ଦ୍ର ସିଂଙ୍କ ସ୍ଥାନ ନେଲେ କେ. ନଟରାଜନ। ରବିବାର ନଟରାଚନଙ୍କୁ ୨୩ ତମ ଭାରତୀୟ ତଟରକ୍ଷି ବାହୀନିର ମୁଖ୍ୟ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ...

‘ବାୟୁ’ ପାଇଁ ଭୟ ନାହିଁ ଘରକୁ ଫେରିି ପାରିବେ ସୁରକ୍ଷିତ ସ୍ଥାନରେ ଥିବା ଲୋକେ: ରୂପାନି

ଗାନ୍ଧୀନଗର,୧୪।୬: ସାମୁଦ୍ରିକ ଝଡ଼ ‘ବାୟୁ’ ଏବେ ଆଉ ଗୁଜରାଟ ପ୍ରତି ବିପଦ ସୃଷ୍ଟି କରିବ ନାହିଁ। ଏହା ତା’ର ଦିଗ ବଦଳାଇ ସାରିଛି। ଏହା ପଶ୍ଚିମ...

ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ: ଓ୍ବାଏସ୍‌ଆର୍‌ କଂଗ୍ରେସ ୭୬ ଆସନରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଆନ୍ଧ୍ର ପ୍ରଦେଶରେ ଓ୍ବାଏସ୍‌ଆର୍‌ କଂଗ୍ରେସ ପାର୍ଟି(ଓ୍ବାଏସ୍‌ଆର୍‌ସିପି)ର ଜଗନମୋହନ ରେଡ୍ଡି ଆଗୁଆ ଥିବା ସୂଚନା ମିଳିଛି। ଏଠାରେ ଓ୍ବାଏସ୍‌ଆର୍‌ସିପି ମୋଟ ୭୬ଟି ଆସନରେ ଆଗୁଆ ଥିବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *