ବୌଦ୍ଧ ଜିଲାର କୋଭିଡ୍‌-୧୯ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ, ୯ା୪(ସ୍ବ.ପ୍ର) କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ବୌଦ୍ଧ ଜିଲାର ପ୍ରଶାସନିକ ଅଧିକାରୀ, ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗୀୟ କର୍ମଚାରୀ, ପୋଲିସ, ଗଣମାଧ୍ୟମ ଏବଂ ସ୍ବେଚ୍ଛାସେବୀମାନେ ଦିନରାତି ନିଜର ସେବା ଜାରି ରଖିଛନ୍ତି। ବୌଦ୍ଧ ସହରର ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ପକ୍ଷରୁ ଏହି କାର୍ଯ୍ୟରେ ନିୟୋଜିତ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଶ୍ୱ ସ୍ବାସ୍ଥ୍ୟ ଦିବସ ପାଳନ ଅବସରରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲକ୍ଷ୍ମୀଧର ସାହୁ, ଡା.ବିଜୟ ସାହୁଙ୍କ ସମତେ ଅନ୍ୟ ଡାକ୍ତର ଓ ନର୍ସଙ୍କୁ ପଦକ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥିସହିତ ଜିଲାପାଳ, ଏସ୍‌ପି, ଅବକାରୀ ଅଧୀକ୍ଷକ, ଜିଲା ଶ୍ରମ ଅଧିକାରୀ, ପୋଲିସ, ସ୍ବେଚ୍ଛାସେବୀ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ପଦକ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।


All Right Reserved By Dharitri.Com

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

ପୁରୀ ଅଫିସ୍‌, ୬।୧: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ଆଲୋଚନା କରିଛନ୍ତି। ପରିଚାଳନା କମିଟି...

୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ

ପାଟଣା,୩।୧୨(ସ୍ବ.ପ୍ର.): ଓଡ଼ିଶାରେ ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଜିଲା ପାଟଣାବ୍ଲକ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାଜନଗରଠାରେ ପିଆଜ କିଲୋ ପ୍ରତି ୪୦ ଟଙ୍କା...

ଦୁର୍ବୃତ୍ତଙ୍କ ଆକ୍ରମଣରେ ତହଁର ପୂର୍ବତନ ସରପଞ୍ଚ ଗୁରୁତର

ଶେରଗଡ଼,୧୧ା୯(ଡି.ଏନ୍‌.ଏ.): ତହଁର ପୂର୍ବତନ ସରପଞ୍ଚ ପଦ୍ମ ଚରଣ ପାଢ଼ୀ ବୁଧବାର ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି। ପଦ୍ମଙ୍କ ପୁତୁରା ଏନେଇ ହିଞ୍ଜିଳି ଥାନାରେ ଏତଲା ଦେଇଛନ୍ତି।...

କାନ୍ଥରେ ଝୁଲିଲା ଫଟୋ, ମିଳିଲା ଗିଫ୍ଟ : ମାଷ୍ଟର୍ସ ସେଫ୍‌ରେ କାକରା କରି ସ୍ମୃତିଶ୍ରୀ ପ୍ରଶଂସିତ

ଅନୁଗୋଳ ଅଫିସ, ୫।୧ – ଷ୍ଟାର ପ୍ଲସ୍‌ର ରିୟଲିଟି ଶୋ’ ମାଷ୍ଟର୍ସ ସେଫ୍‌ରେ ଶନିବାର ଶ୍ରେଷ୍ଠ ଡିସ୍‌ ବନାଇ ବିଚାରକଙ୍କ ମନ ଜିଣିଛନ୍ତି ଅନୁଗୋଳର ଝିଅ...

ସରିଲା ରାଜାଙ୍କ ରିମାଣ୍ଡ ଅବଧି: ମିଳିଲାନି ନୂଆ ତଥ୍ୟ

ଜଗତ୍‌ସିଂହପୁର ଅଫିସ,୨୬ା୯: ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାର ଅଭିଯୁକ୍ତ ତଥା ପ୍ରେମିକ କିଶୋର ଚନ୍ଦ୍ର ଆଞ୍ଚଳ ଓରଫ ରାଜାଙ୍କୁ ବିରିଡ଼ି ପୋଲିସ...

ପଟ୍‌ଲାଇନ ପୂଜା କମିଟି ମେଢ଼: ଆକର୍ଷଣୀୟ ସାଜସଜ୍ଜାକୁ ଗୁରୁତ୍ୱ

ବଅଁରପାଳ, ୧୪।୯ (ଡି.ଏନ୍‌.ଏ) – ଦିନ କେଇଟା ପରେ ନାଲ୍‌କୋର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା। ଏଥିପାଇଁ ସମଗ୍ର ନାଲକୋ ନଗର ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଛି। ଚଳିତ...

ସତ ହେଲା ପିଲାଦିନର ସ୍ବପ୍ନ

ଆରଡ଼ି, ୧୦।୯ (ଡି.ଏନ.ଏ.) – ବାହାରକୁ ଯାଇ କାମ କରିବା ଅପେକ୍ଷା ନିଜ ଗଁାରେ ଆତ୍ମନିର୍ଭରଶୀଳ ହୋଇ ରହିବାକୁ ପିଲାଦିନେ ସ୍ବପ୍ନ ଦେଖିଥିଲେ ବିଜୟ ଦାଶ।...

ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନୂଆପଡା ଅଫିସ/କୋମନା,୭।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗାଁରେ ଏକ ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଖବର ମିଳିଛି...

Leave a comment

Your email address will not be published. Required fields are marked *