Posted inଜାତୀୟ

ଜାମିନ ନ ମିଳିବାରୁ ବଳାତ୍କାର ପୀଡ଼ିତାଙ୍କୁ ବିବାହ କଲେ ବିଧାୟକ

ଅଗରତାଲା,୧୧।୬: ତ୍ରିପୁରା ସରକାରରେ ସାମିଲ ହୋଇଥିବା ଦଳ ଆଇପିଏଫଟି(ଇଣ୍ଡିଜିନିୟସ୍‌ ପିପୁଲ୍ସ୍‌ ଫ୍ରଣ୍ଟ ଅଫ୍‌ ତ୍ରିପୁରା)ର ଜଣେ ବିଧାୟକ ସେହି ଯୁବତୀଙ୍କୁ ବିବାହ କରିଛନ୍ତି, ଯିଏ ତାଙ୍କ ଉପରେ ବଳାତ୍କାର ଅଭିଯୋଗ ଆଣିଥିଲେ। ସୂଚନାଯୋଗ୍ୟ,ଯୁବତୀ ଜଣଙ୍କ ମେ୨୦ରେ ବିଧାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ନେଇ ଅଗରତାଲା ଥାନାରେ ଏକ ମାମଲା ରୁଜୁ କରିଥିଲେ। ବିଧାୟକ ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଇଥିଲେ ବୋଲି ଯୁବତୀ ଜଣଙ୍କ ଅଭିଯୋଗ ଆଣିଥିଲେ। ଅପରପକ୍ଷରେ ଆଗୁଆ ଜାମିନ ପାଇଁ ବିଧାୟକ ତ୍ରିପୁରା ହାଇକୋର୍ଟରେ ଆବେଦନ କରିଥିବା ବେଳେ ଜୁନ ୧ରେ ଏହି ଆବେଦନକୁ ଖାରଜ କରିଦେଇଥିଲେ କୋର୍ଟ। ଏହାପରେ ଜୁନ୯ ତଥା ରବିବାର ବିଧାୟକ ଉକ୍ତ ଯୁବତୀଙ୍କ ସହ ଅଗରତାଲା ଚର୍ତ୍ତୃଦାସ ମନ୍ଦିରରେ ବିବାହ କରିଥିଲେ। ଏହି ବିବାହରେ ୨ ପକ୍ଷର ପରିବାର ସାମିଲ ହୋଇଥିବା ଜଣାପଡ଼ିଛି। ତେବେ ଭାରତୀୟ ଆଇନ ଆନୁସାରେ ବିବାହ ପରେ ବଳାତ୍କାର ଅପରାଧ ନୁହେଁ। ତେଣୁ ବିଧାୟକଙ୍କ ଉପରେ ଆଉ କୌଣସି ମାମଲା ରହିବ ନାହିଁ ବୋଲି ସୂଚନା ମିଳିଛି।


All Right Reserved By Dharitri.Com

ତ୍ରିପୁରାରେ ବଳି ବନ୍ଦ: ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଅଗରତଲା,୨୮।୯: ଜୀବିତ ରହିବା ପ୍ରତି ପ୍ରାଣୀଙ୍କର ମୌଳିକ ଅଧିକାର। ଏଥିରୁ ତାଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ। ଏନେଇ ତ୍ରିପୁରା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା...

ଦିନକ ପରେ ଖୋଲିବ ଜାମିଆ ମିଲିଆ ଇସଲାମିଆ

ନୂଆଦିଲ୍ଲୀ,୪।୧: ଆସନ୍ତା ସେମାବାର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ସୂଚନା ମିଳିଛି। ଗତ ଡିସେମ୍ବର ୧୬ରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଅଶାନ୍ତ...

ଛାଡ଼ପତ୍ର ନ ଦେବାରୁ ପ୍ରେମୀକଙ୍କୁ ସୁପାରୀ ଦେଇ ସ୍ବାମୀଙ୍କ ହତ୍ୟା କରାଇଲେ ସ୍ତ୍ରୀ

ନୂଆଦିଲ୍ଲୀ,୨।୫: ଦିଲ୍ଲୀର ଗ୍ରେଟର ନୋଏଡା ସ୍ଥିତ ଗୌର ସିଟି-୨ ଗେଲେକ୍ସି ନର୍ଥ ଏଭେନ୍ୟୁରେ ରହୁଥିବା ସେଲ୍ସ ମ୍ୟାନେଜର ରୁପେନ୍ଦ୍ର ଚନ୍ଦେଲଙ୍କ ହତ୍ୟା ଅଭିଯୋଗ ତାଙ୍କ ପତ୍ନୀଙ୍କ...

କମିଲା ସୁନା ଦର

ନୂଆଦିଲ୍ଲୀ,୧।୧୦: ସୁନା ଓ ରୂପା ଦର ଗତ କିଛି ମାସ ତଳେ ବୃଦ୍ଧି ପାଇବାରେ ଲାଗିଥିଲା। ସୁନା ୧୦ ଗ୍ରାମକୁ ୪୦ହଜାର ଟଙ୍କା ପାର କରିଥିଲା।...

ଟ୍ରମ୍ପ୍‌ଙ୍କ ଅହମଦାବାଦ ଗସ୍ତ ସମୟରେ ସୁରକ୍ଷାରେ ନିୟୋଜିତ ହେବେ ୧୦ ହଜାର ପୋଲିସ

ଅହମଦାବାଦ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ପାଇ ଆସନ୍ତା ୨୪-୨୫ ତାରିଖରେ ଭାରତ...

ଟିକ୍‌ଟକ୍‌ ନିଶାରେ ମହିଳା କନଷ୍ଟେବଳ

ନୂଆଦିଲ୍ଲୀ, ୩୧।୭: ଟିକ୍‌ଟକ୍‌ ଭିଡିଓ କରିବା ନିଶା ଏବେ ସମସ୍ତଙ୍କୁ ଘାରିଛି। କାର୍ଯ୍ୟକ୍ଷେତ୍ରରେ ଥାଇ ବି ଟିକ୍‌ଟକ୍‌ରେ ମାତୁଛନ୍ତି କର୍ମଚାରୀ। ଦିଲ୍ଲୀର ଦୁଇ ମହିଳା କନଷ୍ଟେବଳଙ୍କ...

ଭଲ ବର୍ଷା ପାଇଁ ଖୋଲା ଆକାଶ ତଳେ ୪ ମାସ ହେବ ତପସ୍ୟା କରୁଛନ୍ତି ସାଧୁ

ଦୌସା,୧୩।୬: ରାଜସ୍ଥାନର ଦୌସାର ଜିଲା ମୁଖ୍ୟାଳୟଠାରୁ ମାତ୍ର ୩ କିଲୋମିଟର ଦୂରରେ ବଜୋରିର ବାଲାଜି ମନ୍ଦିର ପରିସରରେ ଜଣେ ସାଧୁ ବିଗତ ୪ ମାସ ହେବ...

ସମ୍ପର୍କରେ ଲାଗିଲା ରକ୍ତର ଛିଟା: ଦୀପାବଳିରେ ଟ୍ରିପଲ୍‌ ମର୍ଡ଼ର

ପାଟନା,୨୮।୧୦: ବିହାରରେ ଦୀପାବଳିରେ ରକ୍ତ ସମ୍ପର୍କରେ ରକ୍ତର ଛିଟା ଲାଗିଛି। ସ୍ଥାନୀୟ ବେଗୁସରାଇରେ ଟ୍ରିପଲ୍‌ ମର୍ଡ଼ର ଘଟିଛି। ଭାଇଙ୍କ ଗୁଳିରେ ଭାଇ-ଭାଉଜ ଏବଂ ଝିଆରୀଙ୍କ ମୃତ୍ୟୁ...

Leave a comment

Your email address will not be published. Required fields are marked *