ସଙ୍କଟ ସମୟରେ ହନୁମାନଙ୍କ ଭଳି ମୋଦି ଆଣିଦେଲେ ସଞ୍ଜିବନୀ ବୁଟି: ବ୍ରାଜିଲ୍‌ ରାଷ୍ଟ୍ରପତି

ବ୍ରାସିଲିଆ,୮।୪: କରୋନା ସଂକ୍ରମଣ ଯୋଗୁ ବ୍ରାଜିଲ୍‌ରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରାଜିଲ ରାଷ୍ଟ୍ରପତି ଜେୟର ଏମ୍‌. ବୋଲସାନାରୋ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୟୁଇନ୍‌ ଔଷଧ ଯୋଗାଇଦେବାକୁ ଅନୁରୋଧ କରିଥିଲେ। ମୋଦି ଏହାକୁ ଯୋଗାଇ ଦେବାରୁ ବୋଲସାନାରୋ ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ପ୍ରଭୁ ହନୁମାନଙ୍କ ସହିତ ତୁଳନା କରିଛନ୍ତି। ମୋଦି ପ୍ରଭୁ ହନୁମାନଙ୍କ ଭଳି ସଙ୍କଟ ସମୟରେ ସଞ୍ଜିବନୀ ବୁଟି ଆଣିଦେଇଥିବା ସେ କହିଛନ୍ତି। ସେହିପରି ଆମେରିକାରେ ହାଇଡ୍ରୋକ୍ସିକ୍ଲୋରୋକ୍ୟୁଇନ୍‌ ଔଷଧ ପହଞ୍ଚିବା ପରେ ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ଭାରତରୁ ହାଇଡ୍ରୋକ୍ସିକ୍ଲୋରୋକ୍ୟୁଇନ୍‌ ଔଷଧ ନେବା ପାଇଁ ପୃଥିବୀର ୩୦ରୁ ଅଧିକ ଦେଶ ଅନୁରୋଧ କରିଛନ୍ତି।


All Right Reserved By Dharitri.Com

ପ୍ରଥମରୁ ଅଷ୍ଟମ ସବୁ ପିଲା ପାସ

ଭୁବନେଶ୍ୱର,୧୫।୫(ବ୍ୟୁରୋ)- ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ। କରୋନା ମୁକାବିଲା ସ୍ଥିତିକୁ ନେଇ ଶୁକ୍ରବାର ରାଜ୍ୟ ସ୍କୁଲ ଓ...

ପାଟପୁରରେ ସଟ୍‌ଡାଉନ୍‌ ସ୍ଥିତି ପରଖିଲେ ଗଞ୍ଜାମ ଏସ୍‌ପି

ଦିଗପହଣ୍ଡି/ପାଟପୁର,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଏସ୍‌ପି ବ୍ରିଜେଶ ରୟ ଗୁରୁବାର ମଧ୍ୟାହ୍ନରେ ପାଟପୁର ଅଞ୍ଚଳ ପରିଦର୍ଶନ କରି ସଟ୍‌ଡାଉନ୍‌ ସ୍ଥିତି ପରଖିଛନ୍ତି। ପାଟପୁର ଗାନ୍ଧୀ ଛକରେ ପହଞ୍ଚି...

ଚେନ୍ନାଇରେ ଫଶିିଛନ୍ତି ପୁରୀର ୧୮ ତୀର୍ଥଯାତ୍ରୀ

ପୁରୀ ଅଫିସ,୨୬ା୩: ତୀର୍ଥ କରିବାକୁ ଯାଇଥିବା ପୁରୀର ୧୮ଜଣ ଚେନ୍ନାଇରେ ଅଟକି ରହିଛନ୍ତି। ଏବେ ଟ୍ରେନ୍‌ ଏବଂ ବିମାନ ସେବା ବନ୍ଦ ହୋଇଯାଇଥିବାରୁ ସେମାନେ ଓଡ଼ିଶା...

ବୁଲ୍‌ବୁଲ୍‌ ଆତଙ୍କ: ଲକ୍ଷେରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କଲା ବାଂଲାଦେଶ

ଢ଼ାକା,୯।୧୧: ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ଆସନ୍ତା ୬ ଘଣ୍ଟା ମଧ୍ୟରେ ବାଂଲାଦେଶ ମୁହାଁ ହେବ। ଏହା ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବା...

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧,୭୫୨ ସଂକ୍ରମିତ

ନୂଆଦିଲ୍ଲୀ,୨୪।୪: ଦେଶରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ବେଳକୁ ବେଳ ଏହି ସଂଖ୍ୟାରେ ବୃଦ୍ଧି ଘଟିବାରୁ ଏହା ସମସ୍ତଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଲାଣି।...

ଇଟାଲିରେ ବୃଦ୍ଧି ପାଉଛି କରୋନା ଭାଇରସ ମୃତ୍ୟୁସଂଖ୍ୟା

ରୋମ,୧୧।୩: କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଦେଇଛି ବୋଲି କୁହାଯାଉଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୧୦୦...

ବିଦେଶରୁ ବାଲେଶ୍ୱରକୁ ଫେରିଲେ ୫: ପ୍ରଶାସନ ପକ୍ଷରୁ କରାଗଲା ସ୍ବାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର ଅଫିସ,୨୩।୩: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବାବେଳେ ସବୁଦିଗରୁ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଏହି ପରିସ୍ଥିତିରେ ସୋମବାର ବିଦେଶରୁ ବାଲେଶ୍ୱର ଜିଲାକୁ...

ମୋଦିଙ୍କ ଇଂରାଜୀ କହିବା ଶୈଳୀକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି

ବାଇରିଜ୍‌,୨୭।୮: ଫ୍ରାନ୍ସର ବାଇରିଜଠାରେ ଜି-୭ ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ...

Leave a comment

Your email address will not be published. Required fields are marked *