କେମିତି ବାନ୍ଧିବେ ଦୋଳି

ଦୋଳି ଖେଳିବାକୁ ସମସ୍ତଙ୍କୁ ଭଲ ଲାଗେ। କେହି ନିଜ ଘରେ ଦୋଳି ଲଗାଉଥିବାବେଳେ ଆଉ କେହି ସ୍ଥାୟୀ ଦୋଳି ବ୍ୟବସ୍ଥା ଥିବା ପାର୍କ କିମ୍ବା ଅନ୍ୟ
ସ୍ଥାନକୁ ଯାଇଥାନ୍ତି। ଯଦି ଆପଣ ନିଜର ସଉକ ଅବା ଘରର ସୌନ୍ଦର୍ଯ୍ୟ
ପାଇଁ ଦୋଳି ଲଗାଉଛନ୍ତି ତେବେ ଜାଣନ୍ତୁ ସେ ନେଇ କିଛି ଟିପ୍ସ…

ଉଭୟ ଘର ଓ ଘର ବାହାରେ ଯଥା ବାଲ୍‌କୋନି କିମ୍ବା ଲନ୍‌ରେ ଲଗାଯାଉଥିବା ଦୋଳିର ଖୁବ୍‌ ଡିମାଣ୍ଡ ରହିଛି। ଘର ଭିତରେ ଲଗାଇବା ଲାଗି ଆପଣ ଟ୍ରାଡିଶନାଲ କାଠଦୋଳି ଆଣିପାରିବେ। ଆପଣ ଚାହିଁଲେ ବେତ କିମ୍ବା ଝୋଟ ଦୋଳି ବି ଲଗାଇପାରିବେ।
ଡେକୋରେଟିଭ୍‌ ସିଲ୍‌ଭର ପ୍ଲେଟେଡ୍‌ ଆଇରନ ଦୋଳି ଲଗାଇପାରିବେ।
ଇଣ୍ଟେରିୟରକୁ ଦେଖି ଏମିତି ସ୍ଥାନରେ ଦୋଳି ଲଗାନ୍ତୁ, ଯେଉଁଠାରେ ଆପଣ କିଛି ସମୟ ବସି ରିଲାକ୍ସ ହୋଇପାରିବେ। ଏଥିପାଇଁ ବାଲ୍‌କୋନି ବେଶି ଭଲ।
ମାର୍କେଟରେ ବିଭିନ୍ନ ଆକର୍ଷଣୀୟ ଡିଜାଇନ୍‌ର ଦୋଳି ବିକ୍ରି ହେଉଛି। ଯାହାକି ମୁଖ୍ୟତଃ ୭ରୁ ୯ ଫୁଟ ଉଚ୍ଚତାବିଶିଷ୍ଟ ଛାତ ପାଇଁ ପ୍ରସ୍ତୁତ କରାଯାଉଛି। ଯଦି ଆପଣଙ୍କ ଛାତର ଉଚ୍ଚତା ଏହାଠାରୁ ଅଧିକ ତେବେ ସେହି ହିସାବରେ ଆପଣ ଏକ୍ସଟ୍ରା କଡ଼ି ଲଗାଇପାରିବେ।
ଦୋଳି ଲଗାଇବା ପାଇଁ ବିଭିନ୍ନ ଡିଜାଇନର ଲୁହା ଷ୍ଟାଣ୍ଡ ମିଳୁଛି। ଆପଣଙ୍କ ବଜେଟ ଅନୁଯାୟୀ ଏହାକୁ କିଣି ଘରର ଲୁକ୍‌କୁ ଆହୁରି ଆକର୍ଷଣୀୟ କରିପାରିବେ।
ଅଧିକ ଉଚ୍ଚା କିମ୍ବା ନୀଚା ନ କରି ତଳଠାରୁ ୩ରୁ ୪ ଫୁଟ ଉଚ୍ଚରେ ହିଁ ଲଗାନ୍ତୁ। ବସିବାକୁ ଆରାମ ଲାଗିବ।
କାଠ, ଝୋଟ, ବେତର ଦୋଳି ଲଗାନ୍ତୁ ନାହିଁ। କାରଣ ବର୍ଷା ସଂସ୍ପର୍ଶରେ ଆସି ଏହା ନଷ୍ଟ ହୋଇଯାଏ। ବରଂ ଲୁହା ଦୋଳି ଏଥିପାଇଁ ଭଲ। ମନେରଖନ୍ତୁ ଏହାକୁ ଲଗାଇବା ପୂର୍ବରୁ ଭଲଭାବେ ପେଣ୍ଟ୍‌ କରନ୍ତୁ। ନଚେତ୍‌ ଏଥିରେ କଳଙ୍କି ଲାଗିବାର ଆଶଙ୍କା ରହିଛି।


All Right Reserved By Dharitri.Com

ଚାଇନିଜ୍‌ ଡିଶ୍‌: ସାନ୍ତନା ସ୍ପେଶାଲ ଚିକେନ୍‌ ମ୍ୟାଜେଷ୍ଟିକ୍‌

ପର୍ଯ୍ୟଟନ ସହର ପୁରୀ। ପ୍ରତିଦିନ ଦେଶବିଦେଶର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଆତିଥେୟତା ସହ ରୁଚିପୂର୍ଣ୍ଣ ଖାଦ୍ୟର ସମ୍ପର୍କ ବେଶ୍‌ ଗୁରୁତ୍ୱ ବହନ କରେ।...

ମଧୁମେହରେ କିଡ୍‌ନୀ ସମସ୍ୟା

”ଡାଇବେଟିସ୍‌(ମଧୁମେହ) ରୋଗୀଙ୍କ କିଡ୍‌ନୀ ଆକ୍ରାନ୍ତ ହେଲେ ସର୍ବପ୍ରଥମେ ପରିସ୍ରାରେ ଅଧିକ ମାତ୍ରାରେ ଆଲ୍‌ବୁମିନ୍‌ ନାମକ ଏକ ପ୍ରୋଟିନ ନିଷ୍କାସିତ ହୋଇଥାଏ। ତେଣୁ ପ୍ରତ୍ୟେକ ଡାଇବେଟିସ ରୋଗୀଙ୍କ...

ନିଦ୍ରାହୀନତା ମସ୍ତିଷ୍କ ରୋଗ ପାଇଁ ଦାୟୀ

ଆମେ ଯଦି ଆବଶ୍ୟକ ମୁତାବକ ନିଦ୍ରା ଯିବା ତେବେ ଅନେକାଂଶରେ ସୁସ୍ଥ ରହିବା। ନିଦ୍ରାରେ ଅସନ୍ତୁଳନ ସୃଷ୍ଟି ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି...

ପରଫ୍ୟୁମରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ପ୍ରସାଧନ ସାମଗ୍ରୀ ମଧ୍ୟରେ ଅତର ବା ପରଫ୍ୟୁମ୍‌ ଆମର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ଏହା ଆମକୁ ଦିନ ତମାମ ସତେଜ ରଖିବା ସହ ସୁଗନ୍ଧ...

ପନିର ନୁରାନି

ପର୍ଯ୍ୟଟନ ସହର ପୁରୀରେ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ । ବଳିଆପଣ୍ଡାସ୍ଥିତ ହୋଟେଲ ଲକି...

ହାଡ଼ ମଜଭୁତ କରେ କଞ୍ଚା ପନିର

ପନିର ଖାଇଲେ ଶରୀରରେ ଚର୍ବି ଅଂଶ ବୃଦ୍ଧି ପାଇଥାଏ ବୋଲି ଅଧିକାଂଶ ଲୋକଙ୍କ ମନରେ ଧାରଣା ଅଛି। ହେଲେ କଞ୍ଚା ପନିର ଶରୀର ପାଇଁ ଖୁବ୍‌...

ଓଜନ କମାଇବ ବ୍ରେକ୍‌ଫାଷ୍ଟ

ସାଧାରଣତଃ ସକାଳ ଜଳଖିଆ ନ ଖାଇଲେ ଶରୀରରେ ନାନା ସମସ୍ୟା ଉପୁଜିଥାଏ ବୋଲି ଡାକ୍ତରମାନେ କହିଥାଆନ୍ତି। ହେଲେ ସାମାନ୍ୟ ବିଳମ୍ବରେ ଯଦି ସକାଳର ଜଳଖିଆ ଗ୍ରହଣ...

ହୋଲିରେ ରାସାୟନିକ ରଙ୍ଗ ମାରାତ୍ମକ

ହୋଲି। ରଙ୍ଗର ପର୍ବ। ପରସ୍ପରକୁ ରଙ୍ଗ ଏବଂ ଫଗୁ ବୋଳି ଖୁସି ମନେଇବା ଅବସର। ଅନେକଙ୍କର ଅପେକ୍ଷା ଥାଏ ଏହି ପର୍ବକୁ। ସେଥିପାଇଁ ବଜାରରେ ହୋଲି...

Leave a comment

Your email address will not be published. Required fields are marked *