୩ ରଥର ୩୩ କଣଗୁଜ ସରିଲା

ପୁରୀ ଅଫିସ, ୧୧।୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ଅକ୍ଷୟତୃତୀୟାଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମହାରଣା, ରୂପକାର, ଭୋଇ, କମାର ଓ କରତି ସେବକମାନେ କାମରେ ବ୍ୟସ୍ତ ରହିଛନ୍ତି। ଶ୍ରୀକ୍ଷେତ୍ର ଭଉଁରିରେ ୩ଟି ରଥର ଦୁଇଟି ଲେଖାଏଁ ଚକ ଅଖ ଡେରା ନୀତି ସମ୍ପନ୍ନ ହେବା ପରେ ଚକ ତିଆରି ଆରମ୍ଭ ହୋଇଥିଲା। ଇତିମଧ୍ୟରେ ମୋଟ ୪୨ଟି ଚକ ତିଆରି ସରିଛି। ରଥଖଳା ବାହାରେ ଦଣ୍ଡାହଣା କାମ ଚାଲିଛି। ମଙ୍ଗଳବାର ୩ଟି ରଥର ଆଉ ଦୁଇଟି ଲେଖାଏଁ ଚକ ଅଖ ଡେରା ହେବ। ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର କହିଛନ୍ତି। ସେପଟେ ରଥଖଳାରେ ଗରାଗରା ତିଆରି ଚାଲିଛି। ରୂପକାରମାନେ ଖୋଦେଇ କରୁଛନ୍ତି। ସୋମବାର ସୁଦ୍ଧା ୩ଟି ରଥର ୩୩ଟି କଣଗୁଜ ସରିଛି। ଆସନ୍ତା ସପ୍ତାହକ ମଧ୍ୟରେ କଣଗୁଜ କାମ ଶେଷ ହୋଇଯିବ ବୋଲି ନନ୍ଦିଘୋଷ ରଥ ରୂପକାର ସେବକ ରାଜେନ୍ଦ୍ର ମହାପାତ୍ର କହିଛନ୍ତି। ଏହାପରେ ସିଂହାସନ, ନାଟ ଗୋଟ ଏବଂ ପରଭା କାମ ଆରମ୍ଭ ହେବ। ଦୋଳବେଦି କୋଣରେ କମାର ସେବକମାନେ ଲୁହାକଣ୍ଟା ତିଆରି ଏବଂ କରତି ସେବକମାନେ ଗୟଲ କାଠ ଚିରଟରେ ବ୍ୟସ୍ତ ରହିଛନ୍ତି।


All Right Reserved By Dharitri.Com

୮ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠୁ ମିଳିବ ଆଡମିଟ୍‌ କାଡର୍ର୍

କଟକ ଅଫିସ,୨।୭: ଆସନ୍ତା ୮ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏଥିପାଇଁ ଆଡମିଟ୍‌ କାର୍ଡ ମଙ୍ଗଳବାରଠାରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ୱେବସାଇଟ www.bseodisha.ac.inରେ...

ରାଜ୍ୟରେ ହେବ ଗଞ୍ଜେଇ ଚାଷ: ଆଜି ଉଚ୍ଚସ୍ତରୀୟ ବୈଠକ

କଟକ ଅଫିସ/ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଚାଷ କରାଯିବ। ଅବକାରୀ ବିଭାଗ ଏ ନେଇ ତତ୍ପର ହୋଇଉଠିଛି। ଔଷଧୀୟ ବ୍ୟବହାର ପାଇଁ ଏହି ଚାଷ କରିବାକୁ...

କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସହ ସାତଟି ବୁଝାମଣାପତ୍ର ସ୍ବାକ୍ଷରିତ: ‘ଓଡ଼ିଶା ହେବ କୃଷିରେ ବଳକା ରାଜ୍ୟ’

ଭୁବନେଶ୍ୱର, ୪ା୮(ବ୍ୟୁରୋ): କୃଷି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅନେକ ଦୀର୍ଘ ମିଆଦୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଉନ୍ନତ ମାନର ବିହନ ସୃଷ୍ଟି...

ଆଜି ୪ଜିଲାରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ମନ୍‌ସୁନ୍‌ ଟ୍ରପ୍‌ ଲାଇନ୍‌ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ସୋମବାର କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଆଦି ୪...

୨.୧୧% ସୁଧ ହାରରେ ଟଙ୍କା ଫେରିଲା, ବାକି କୁଆଡ଼େ ଗଲା

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ରାଜ୍ୟ ସରକାର କିଛି ଅଧିକା ସୁଧ ଆଶାରେ ଶ୍ରୀମନ୍ଦିର ଜମା ଅର୍ଥକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନ ରଖି ୟେସ୍‌ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କରେ...

ଆହୁରି ସପ୍ତାହେ ବର୍ଷା ନାହିଁ, ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଭୁବନେଶ୍ୱର,୮ା୭(ବ୍ୟୁରୋ)-ରାଜ୍ୟରେ ବର୍ଷା ସ୍ଥିତି ବେଳକୁ ବେଳ ସଙ୍ଗୀନ ହେବାରେ ଲାଗିଛି । କେଉଁଠି ଅସରାଏ ଦି ଅସରା ବର୍ଷା ହେଉଛି ତ ଅନ୍ୟ କେଉଁଠି ଟାଁଏ...

ବାସୁଦେବପୁରର ୯ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା: ଲୋକଙ୍କୁ ଘରୁ ନ ବାହାରିକାକୁ ନିର୍ଦ୍ଦେଶ

ଭୁବନେଶ୍ୱର/ବାସୁଦେବପୁର ୨୨।୪(ବ୍ୟୁରୋ/ଡି.ଏନ୍‌.ଏ.): ଭଦ୍ରକ ଜିଲାରେ ପୁଣି ୩ କରୋନା ପଜିଟିଭ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ବୋଲି...

୬୨୮୪ ସରକାରୀ ବିଦ୍ୟାଳୟକୁ ‘ଗରିମା’ ତାମ୍ର ପୁରସ୍କାର

ଭୁବନେଶ୍ୱର, ,୫ା୧୧(ବ୍ୟୁରୋ): ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଜ୍ୟର ୬୨୮୪ ସରକାରୀ ବିଦ୍ୟାଳୟ ‘ଗରିମା’ ତାମ୍ର ପୁରସ୍କାର ପାଇବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ...

Leave a comment

Your email address will not be published. Required fields are marked *