କରୋନା ଭାଇରସ: ସିଲ୍‌ ହେଲା ଉଦ୍ଧବ ଠାକରେଙ୍କ ଘର ‘ମାତୋଶ୍ରୀ’

ମୁମ୍ବାଇ,୭।୪: କରୋନା ଭାଇରସ ମହାରାଷ୍ଟ୍ରରେ ଅଧିକ ପରିମାଣରେ ଲୋକଙ୍କ ମଧ୍ୟରେ ଦେଖାଯିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ଏକ ଚ୍ୟାଲେଞ୍ଚ ହୋଇ ଠିଆ ହୋଇଛି ବୋଲି କୁହାଯାଉଛି। ଏଠାରେ ପ୍ରତିଦିନ କେହି ନା କେହି କରୋନାରେ ସଂକ୍ରମିତ ହେଉଥିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏବେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ସାମ୍ନାରେ ଚା’ ଦୋକାନ କରିଥିବା ଜଣେ ମହିଳା କରୋନାରେ ପୀଡ଼ିତ ହେବା ପରେ ଏବେ ଠାକରେ ପରିବାରର ଚିନ୍ତା ବଢିଯାଇଥିବ ବୋଲି ଆଲୋଚନା ହେଉଛି। କାରଣ ଠାକରେଙ୍କ ଘର ସାମ୍ନାରେ ଯେଉଁ ଚା’ ଦୋକାନ ରହିଛି ସେଠାରେ ମାତୋଶ୍ରୀକୁ ଆସୁଥିବା ଲୋକେ ଓ ସେଠାକାର କେତେଜଣ ସୁରକ୍ଷାକର୍ମୀ ଚା’ ପିଉଥିବାରୁ ହୁଏତ ସେମାନେ କରୋନାରେ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଇ ଏବେ ମାତୋଶ୍ରୀକୁ ସିଲ୍‌ କରି ଦିଆଯିବା ସହ ସାନିଟାଇଜ କରାଯାଉଛି। ଏହି ଚା’ ଦୋକାନଟି ଉଦ୍ଧବ ଠାକରେଙ୍କ ଘର ନିକଟରୁ ମାତ୍ର ୫୦ ମିଟର ଦୂରରେ ରହିଥିବାରୁ ଏହା ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୭୦ ଜଣ ପୋଲିସଙ୍କୁ କ୍ୱାରାଣ୍ଟାଇନରେ ରଖାଯିବା ସହ ଠାକରେ ପରିବାରର ସୁରକ୍ଷାରେ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି।


All Right Reserved By Dharitri.Com

୩ ଘଣ୍ଟା ବିଳମ୍ବରେ ନିଗମ ବୋଧ ଘାଟ ଶ୍ମଶାନରେ ହେଲା କରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୧୪।୩: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ୬୮ ବର୍ଷ ବୟସ୍କା ମହିଳାଙ୍କ ଅନ୍ତିମ ସଂସ୍କାରରେ ବାଧା ସୃଷ୍ଟି...

ତେଲଙ୍ଗାନାରେ ୪ ଦିନରେ ୬୦୦ କୋଟିର ମଦ ବିକ୍ରି

ହାଇଦ୍ରାବାଦ,୧୧।୫: ତେଲଙ୍ଗାନାରେ ମାତ୍ର ୪ ଦିନରେ ୬୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏହାଯୋଗୁ ରାଜ୍ୟ ଏକ ରେକର୍ଡ କରିଛି। ଲକ୍‌ଡାଉନ୍‌ ସମୟରେ ରାଜ୍ୟର...

ବିଦାୟ ନେଲା କାର୍‌ଗିଲ ଯୁଦ୍ଧର ‘ହିରୋ’ ମିଗ୍‌-୨୭ ବିମାନ

ଯୋଧପୁର, ୨୭।୧୨: କାର୍‌ଗିଲ ଯୁଦ୍ଧର ହିରୋ ଲଢୁଆ ବିମାନ ମିଗ୍‌-୨୭କୁ ଶୁକ୍ରବାର ଭାରତୀୟ ବାୟୁସେନାରୁ ବିଦାୟ ଦିଆଯାଇଛି। ଏହି ଲଢୁଆ ବିମାନଟି ଦୀର୍ଘ ୩ ଦଶନ୍ଧି...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଭୁବନେଶ୍ୱର,୨୭ା୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସୂତ୍ରରୁ ସହାୟତା ମିଳିବାରେ ଲାଗିଛି। ସେହିଭଳି ରିଲିଫ ପାଣ୍ଠିକୁ କେଉଁ ମାନେ କେତେ ଟଙ୍କା...

ବଜରଙ୍ଗ ଦଳର ନେତାଙ୍କୁ ହତ୍ୟା

ପାଟନା,୨୪।୧: ବିହାରର ବୈଶାଳୀସ୍ଥିତ ହାଜିପୁରରେ ଜଣେ ବଜରଙ୍ଗ ଦଳର ନେତାଙ୍କୁ ହତ୍ୟା କରାଯାଇଛି। ହାଜିପୁର ଏସଡିପିଓ ରାଘବ ଦୟାଲଙ୍କ ମୁତାବକ, ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ୩୬...

ଚନ୍ଦ୍ରାୟନ ବୈଜ୍ଞାନିକଙ୍କ ଦରମା କାଟ୍‌: ରାଜ୍ୟ ସଭାରେ ପ୍ରସଙ୍ଗ ଉପସ୍ଥାପନ କଲା କଂଗ୍ରେସ

ନୂଆଦିଲ୍ଲୀ,୩୦।୭: ଚନ୍ଦ୍ରାୟନ ମିଶନରେ କାର୍ଯ୍ୟ କରୁଥିବା ବୈଜ୍ଞାନିକଙ୍କ ଦରମା କାଟ୍‌ ପ୍ରସଙ୍ଗ ନେଇ ରାଜ୍ୟ ସଭାରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି। କଂଗ୍ରେସ...

ଭୁବନେଶ୍ୱରରୁ ଗଡ଼ିଲା ବସ୍‌ ଓ ରେଳ

ଭୁବନେଶ୍ୱର, ୧୩ା୫(ବ୍ୟୁରୋ): ଦୀର୍ଘ ଦିନ ହେବ ବନ୍ଦଥିବା ବସ୍‌ ଓ ରେଳ ଚଳାଚଳ ବୁଧବାରଠାରୁ ପୁର୍ବବାର ଆରମ୍ଭ ହୋଇଛି। ୫୪୫ ଜଣ ଯାତ୍ରୀଙ୍କୁ ନେଇ ଏକ...

ପରପାରିରେ ଭେଟେରାନ୍‌ କୋରିଓଗ୍ରାଫର ଭିରୁ ଦେବଗନ

ମୁମ୍ବାଇ,୨୭।୫: ବଲିଉଡ୍‌ ଦୁନିଆର ଭେଟେରାନ୍‌ ଆକ୍ସନ୍‌ କୋରିଓଗ୍ରାଫର ଭିରୁ ଦେବଗନଙ୍କ ସୋମବାର ପରଲୋକ ହୋଇଛି। ସୋମବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ...

Leave a comment

Your email address will not be published. Required fields are marked *