ଅଧିକ ସହାୟତା ଦାବି କଲା ଆଇନସେବା ପ୍ରାଧିକରଣ

ଢେଙ୍କାନାଳ ଅଫିସ,୧୧ା୬ଢେଙ୍କାନାଳ ଅଳସୁଆ ହାଟଠାରେ ରବିବାର ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି ଭୁଶୁଡି ୪ଜଣ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୫ଜଣ ଆହତ ହୋଇଥିଲେ। ସୋମବାର ଜିଲା ଆଇନସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ କ୍ଷୀରୋଦ କୁମାର ଦାସଙ୍କ ନିର୍ଦ୍ଦେଶରେ ସଚିବ ଅରୁଣ ପଟ୍ଟନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ପାରା ଲିଗାଲ ଭଲ୍ୟୁଣ୍ଟିୟର କବିତା ବେହେରା ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ ସେମାନେ ଆଲୋଚନା କରିଥିଲେ। ଏଥିସହିତ ଦୁର୍ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ମୃତ ପରିବା ବ୍ୟବସାୟୀଙ୍କ ପରିବାର, ଆହତ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ସମ୍ପୃକ୍ତ ପରିବାରଗୁଡ଼ିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲା ପ୍ରଶାସନକୁ ଅନୁରୋଧ କରିଥିଲେ। ଦୁର୍ଘଟଣାରେ ମୃତ ସିଦ୍ଧପଡା ଗ୍ରାମର ପରିବା ବ୍ୟବସାୟୀ ମାୟାଧର ମଲିକଙ୍କ ୪ ସନ୍ତାନ ମଧ୍ୟରୁ ୩ଜଣଙ୍କ ପାଠ ପଢା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ପରିବାରକୁ ସାହାଯ୍ୟ କରିବା ପାଇଁ ଜଣେ ପାରାଲିଗାଲ ଭଲ୍ୟୁଣ୍ଟିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ା


All Right Reserved By Dharitri.Com

ଆମ୍ରିରେ ସିୟର ଓ୍ବେଭ ଇଲାଷ୍ଟୋଗ୍ରାଫି ଚିକିତ୍ସା ସୁବିଧା

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର ପକ୍ଷରୁ ସିୟର ଓ୍ବେଭ ଇଲାଷ୍ଟୋଗ୍ରାଫି ଚିକିତ୍ସା ସୁବିଧା ଶୁଭାରମ୍ଭ ହୋଇଛି। ଏହି ନୂଆ ଫାସିଲିଟି ଦ୍ୱାରା ହସ୍ପିଟାଲ ପରିସରରେ ଏକ...

ସମବାୟ ସଂସ୍ଥା ଦ୍ୱାରା କୃଷି ଋଣ ପ୍ରଦାନ ପାଇଁ ପ୍ରସ୍ତୁତ ହେବ ରୋଡ୍‌ ମ୍ୟାପ୍‌: ରଣେନ୍ଦ୍ର

ଭୁବନେଶ୍ୱର,୨୯।୧୦(ବ୍ୟୁରୋ)- ରାଜ୍ୟରେ ସମବାୟ ସଂସ୍ଥା ମାଧ୍ୟମରେ ଋଣ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ରୋଡ଼ ମ୍ୟାପ୍‌ ପ୍ରସ୍ତୁତ କରାଯିବ । କୃଷି କ୍ଷେତ୍ରରେ...

୪୦୪ ସ୍କୁଲରେ ନାହିଁ ରୋଷେଇ ଘର

ଫୁଲବାଣୀ ଅଫିସ, ୧୭ା୧- ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦେବାପାଇଁ ବିଦ୍ୟାଳୟ ପରିସରରେ ରୋଷେଇ ଗୃହ ନିର୍ମାଣ ପାଇଁ ନିର୍ଦ୍ଦେଶ ରହିଛି। ହେଲେ କନ୍ଧମାଳ ଜିଲାରେ ଚାଲିଛି...

ଏଣିକି ଏନ୍‌ଡିଆର୍‌ଏଫ୍‌ରେ ନିୟୋଜିତ ହେବେ ମହିଳା ଯବାନ: ଡିଜି

ଭୁବନେଶ୍ୱର,୮ା୩(ବ୍ୟୁରୋ): ଏଣିକି ଏନ୍‌ଡିଆର୍‌ଏଫ୍‌ରେ ମହିଳା ଯବାନ ନିୟୋଜିତ ହେବେ। ବିଶ୍ୱ ମହିଳା ଦିବସ ଅବସରରେ ଏନ୍‌ଡିଆର୍‌ଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ ରବିବାର ଏହି ସୂଚନା ଦେଇଛନ୍ତି।...

‘ନିର୍ଭୟା ଭଳି କୁନ୍ଦୁଲି ପୀଡ଼ିତାଙ୍କ ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁ’

ଜୟପୁର,୨୧ା୩(ନି.ପ୍ର.) ନିର୍ଭୟା ମାମଲାରେ ଫାଶୀ ଦିଆଯିବା ପରେ ଏହାର ବିଚାର କରିଥିବା ବିଚାରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି କୁନ୍ଦୁଲି ପୀଡ଼ିତାଙ୍କ ସମ୍ପର୍କୀୟ। ପୀଡ଼ିତାଙ୍କ ଖୁଡ଼ୀ କହିଛନ୍ତି, ନିର୍ଭୟାଙ୍କ...

ଭବାନୀପାଟଣା ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣା: ଆଉ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୧୯।୧୨ (ବ୍ୟୁରୋ): ଭବାନୀପାଟଣାରୁ ଗତମାସ ୭ତାରିଖରେ ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ବୁଧବାର ଆଉ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ...

୩ଦିନରୁ ଭୋକିଲା ପେଟରେ ଶ୍ରମିକ

କେନ୍ଦୁଝର,୨।୪(ସ୍ବ.ପ୍ର.): ପଶ୍ଚିମବଙ୍ଗ ଓ ବିହାରରୁ ପାଖାପାଖି ୩୦ଜଣ ନିର୍ମାଣ ମିସ୍ତ୍ରୀ, ତୁଳା କାମ ଓ କାଠ କାମ ମିସ୍ତ୍ରୀ କାର୍ଯ୍ୟ ସକାଶେ କେନ୍ଦୁଝରକୁ ଆସିଥିଲେ। ଲକ୍‌ଡାଉନ୍‌...

ଟାର୍ଗେଟରେ ଟିକସ ଫାଙ୍କୁଥିବା ଖଣି ମାଲିକ, ସହଯୋଗୀ : ଓଡ଼ିଶା, କଲିକତାର ୧୧ ସ୍ଥାନରେ ଆୟକର ବିଭାଗ ଚଢ଼ାଉ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ଦୀର୍ଘଦିନ ଧରି ଟିକସ ଫାଙ୍କୁଥିବା ଖଣି ମାଲିକ ଓ ସହଯୋଗୀଙ୍କୁ ଟାର୍ଗେଟ କରିଛି ଆୟକର ବିଭାଗ। ମଙ୍ଗଳବାର ସେମାନଙ୍କ କାର୍ଯ୍ୟାଳୟ ଓ ବାସଭବନରେ...

Leave a comment

Your email address will not be published. Required fields are marked *