Posted inଭଦ୍ରକ

ପରିବା, ଗ୍ରସୋରି ପାଇଁ ଚାଲି ଚାଲି ଯିବେ ଗ୍ରାହକ

ଭଦ୍ରକ ଅଫିସ, ୭ା୪-ଏଣିକି ହାଟ, ପରିବା ମାର୍କେଟ୍‌ ଓ ଗ୍ରସୋରି ଦୋକାନକୁ ଲୋକେ ଚାଲି ଚାଲି ଯିବେ। ବାଇକ୍‌ ଓ ଚାରିଚକିଆ ଧରି ମାର୍କେଟ୍‌କୁ ଗଲେ ପୋଲିସ ଗାଡ଼ି ଜବତ କରିବା ସହ ଆଇନ ଉଲ୍ଲଂଘନକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିବ ବୋଲି ପ୍ରଶାସନ ପକ୍ଷରୁ ଚରମବାଣୀ ଜାରି କରାଯାଇଛି। ରବିବାର ରାତି ୮ଟାରେ ୪୮ ଘଣ୍ଟିଆ ଶଟ୍‌ଡାଉନ ସରିବା ପରେ ସୋମବାର ସକାଳେ କଚେରି ବଜାର ତଥା ଅନ୍ୟାନ୍ୟ ପରିବା ବଜାରରେ ପୁଣି ନାହିଁ ନ ଥିବା ଭିଡ଼ ଆରମ୍ଭ ହୋଇଯାଇଥିଲା। ହଜାର ହଜାର ଲୋକ ପରିବା ଓ ଗ୍ରସୋରି ସାମଗ୍ରୀ କିଣିବା ପାଇଁ ବାଇକ୍‌ ଧରି ବଜାରରେ ଭିଡ଼ ଲଗାଇଥିଲେ। ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱକୁ ନେଇ ଜାରି କରାଯାଇଥିବା କଟକଣା ଫେଲ୍‌ ମାରିଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଓ ପ୍ରଶାସନକୁ ନାକେଦମ୍‌ ହେବାକୁ ପଡ଼ିଥିଲା।
ଏହି ସମୟରେ ସାମାଜିକ ଦୂରତ୍ୱ ଆଇନକୁ ଉଲ୍ଲଂଘନ କରିଥିବା ୮ଜଣ ବ୍ୟବସାୟୀ ଓ ୨୧ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କୁ ପୋଲିସକୁ ଗିରଫ କରିଥିଲା। ଫଳରେ ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ ସୋମବାର ମଧ୍ୟାହ୍ନରେ ଉପରୋକ୍ତ କଟକଣା ଜାରି କରିଛନ୍ତି। ପରିବା ବଜାର, ହାଟ ଓ ଗ୍ରସୋରି ଦୋକାନ ସକାଳ ୬ ରୁ ୧୦ଟା ପରିବର୍ତ୍ତେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାୟୀ ଫଳ ଦୋକାନ, କ୍ଷୀର ଦୋକାନ ସକାଳୁ ୬ରୁ ୧୦ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି କୁହାଯାଇଛି। ଗ୍ରସୋରି ସାମଗ୍ରୀ ଘରେ ପହଞ୍ଚାଇବା ପାଇଁ ଚିହ୍ନଟ ଦୋକାନୀମାନଙ୍କୁ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ପଥରଆଡି ମନ୍ଦିରରୁ ଚୋରି

ଭଦ୍ରକ ଅଫିସ,୨୩।୧: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଚରମ୍ପା ପଥରଆଡିସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ବୁଧବାର ରାତିରେ କେହି ଦୁବୃର୍ତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି। ରାଧାକୃଷ୍ଣଙ୍କ...

ରଟନ୍ତି କାଳୀପୂଜାରେ ଝଲସୁଛି ଅସୁରାଳି

ଧାମନଗର, ୨୮।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିରେ ଶନିବାର ରାତିରୁ ଆରମ୍ଭ ହୋଇଛି ମା’ ରଟନ୍ତି କାଳୀପୂଜା। ଏଥିପାଇଁ ଅସୁରାଳି ଉତ୍ସବମୁଖର ହୋଇଥିବାବେଳେ ବିଭିନ୍ନ ସାଜସଜ୍ଜା...

କେନାଲରେ ପଡ଼ି ଚାଷୀଙ୍କ ମୃତ୍ୟୁ

ଭଦ୍ରକ ଅଫିସ,୯।୮: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଚରମ୍ପା ସାଳନ୍ଦୀ କେନାଲରେ ପଡ଼ି ଶୁକ୍ରବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣଙ୍କ ହେଲେ...

ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବା ୨୭ ଦାଦନ ଶ୍ରମିକ ଉଦ୍ଧାର: ମହିଳା ଦଲାଲ ଅଟକ

ଭଦ୍ରକ ଅଫିସ ,୧୫।୩: ରାଜ୍ୟ ବାହାରକୁ କାମ କରିବାକୁ ଯିବା ପୂର୍ବରୁ ଆଦିବାସୀ ନାବାଳିକା ଓ ନାବାଳକ ଦାଦନ ଶ୍ରମିକଙ୍କୁ ଶନିବାର ରାତିରେ ପୋଲିସ ଉଦ୍ଧାର...

ତଳିଆ ଅଞ୍ଚଳ ସ୍ଥିତି ପରଖିଲେ ଅଧିକାରୀ

ଆରଡି, ୨୧ା୮(ଡି.ଏନ.ଏ.)- ଉପର ମୁଣ୍ଡରେ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟାଜଳ ଆସିଛି । ବର୍ଷା ପରିମାଣ କମିବାରୁ ଆଖୁଆପଦାଠାରେ ମଙ୍ଗଳବାର ଜଳସ୍ତର ହ୍ରାସ ପାଇଥିବା...

ପୁରୁଣାବଜାରରେ ଲାଠିଚାର୍ଜ, ଉତ୍ତେଜନା:ଘଟଣାସ୍ଥଳ ଅନୁଧ୍ୟାନ କଲେ ଆଇଜି, ଏସ୍‌ପି

ଭଦ୍ରକ ଅଫିସ, ୧୭-୯ ଏକ ଦୋକାନରେ ଉପାସନା କାର୍ଯ୍ୟ ଲାଗି ବିକ୍ରି ସକାଶେ ରଖାଯାଇଥିବା ଚାଦରକୁ ପୋଲିସ ଫିଙ୍ଗି ଦେବା ଘଟଣା ନେଇ ଭଦ୍ରକ ସହର...

ପୋଖରୀରେ ପଡ଼ି ମହିଳା ମୃତ

ତିହିଡ଼ି, ୨୪।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପାଳିଆବିନ୍ଧା ପଞ୍ଚାୟତ ଖରିଦାସାହି ଗ୍ରାମର ମୌନାବତୀ ସାହୁ(୫୦) ଶନିବାର ପୋଖରୀରେ ପଡ଼ି ପ୍ରାଣ...

ଆଖଣ୍ଡଳମଣି ମନ୍ଦିରରେ ତାଲା: ନିରାଶ ହୋଇ ଫେରୁଛନ୍ତି ଭକ୍ତ

ଆରଡି,୨୦।୩,(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୁକ୍ରବାର ପ୍ରଭାତରୁ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଗୁରୁବାର ରାତିରେ...

Leave a comment

Your email address will not be published. Required fields are marked *