ବଜେଟ ପ୍ରସ୍ତୁତି: ଅର୍ଥ ମନ୍ତ୍ରଣାଳୟ ସହ ବହିଃ ସମ୍ପର୍କ ଚ୍ଛିନ୍ନ

ନୂଆଦିଲ୍ଲୀ,୧୧-୬: ବଜେଟ ପ୍ରସ୍ତୁତି କ୍ରମରେ ସୋମବାରଠାରୁ ନର୍ଥ ବ୍ଲକ୍‌ରେ ଥିବା ଅର୍ଥ ମନ୍ତ୍ରଣାଳୟ ସହ ବାହାର ଦୁନିଆର ସମ୍ପର୍କ ଚ୍ଛିନ୍ନ ହୋଇଯାଇଛି। ଅର୍ଥାତ୍‌ ଆଜିଠାରୁ ନର୍ଥ ବ୍ଲକ୍‌ରେ କ୍ୱାରାଣ୍ଟାଇନ ଲାଗୁ ହୋଇଯାଇଛି। ଏହାର ଅର୍ଥ ନର୍ଥ ବ୍ଲକ୍‌ ଉପରେ କଡ଼ ନଜର ରଖାଯାଉଛି। ବଜେଟ ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ ଗୋପନୀୟ କରିବା ଲାଗି ଏହି ବ୍ୟବସ୍ଥା ଆପଣାଯାଉଛି। ଅର୍ଥ ମନ୍ତ୍ରଣାଳୟର ଇଣ୍ଟରନେଟ୍‌ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାଟି ଦିଆଯାଇଥିବା ବେଳେ ଏଥିସହ ଜଡ଼ିତ ସମସ୍ତ ଅଧିକାରୀ, କର୍ମଚାରୀଙ୍କୁ ନର୍ଥ ବ୍ଲକ୍‌ରେ ରହିବାକୁ ପଡ଼ିଥାଏ। ବଜେଟ ଉପସ୍ଥାପନ ଦିନ ଅର୍ଥାତ ଜୁଲାଇ ୫ ତାରିଖ ଯାଏ ସେମାନେ ନର୍ଥ ବ୍ଲକ୍‌ରେ ଏକପ୍ରକାର ବନ୍ଦୀ ଜୀବନଯାପନ କରିବାକୁ ବାଧ୍ୟ ରହିବେ। ଏପରିକି ସେମାନଙ୍କର ପରିବାର ସହ ସମ୍ପର୍କ ଚ୍ଛିନ୍ନ କରିଦିଆଯାଏ। ବଜେଟ ପ୍ରସ୍ତୁତି ବେଳେ ଏକ ଗୋପନୀୟ କାଗଜରେ ପ୍ରମୁଖ ପରିସଂଖ୍ୟାନକୁ ଲେଖାଯାଇଥାଏ। ଏହି କାଗଜର ରଙ୍ଗ ନୀଳ ହୋଇଥିବାରୁ ଏହାକୁ ବ୍ଲୁ ସିଟ୍‌ କୁହାଯାଏ। ଏଥିରେ ଉଲ୍ଲିଖିତ ତଥ୍ୟ ଆଧାରରେ ବଜେଟ ଗଣନା କରାଯାଏ। ନୂଆ ତଥ୍ୟ ସାମ୍ନାକୁ ଆସିବା ମାତ୍ରେ ଏଥିରେ ସଂଶୋଧନ କରାଯାଇଥାଏ। ଏହା ବଜେଟ ସହ ଜଡ଼ିତ ସର୍ବାଧିକ ଗୋପନୀୟ ସାମଗ୍ରୀ ଭିତରେ ଏହାକୁ ଗ୍ରହଣ କରାଯାଉଛି। ଏଣୁ ଏହାର ସୁରକ୍ଷା ପାଇଁ ଯନତ୍ ନିଆଯାଏ। ଜଣେ ଯୁଗ୍ମ ସଚିବ(ବଜେଟ)ଙ୍କ ତତ୍ତ୍ୱାବଧାନରେ ଏହି ବ୍ଲୁ ସିଟ୍‌ ରହିଥାଏ। ସ୍ବୟଂ ଅର୍ଥ ମନ୍ତ୍ରୀ ମଧ୍ୟ ଏହି ସିଟ୍‌କୁ ଅର୍ଥ ମନ୍ତ୍ରଣାଳୟ ପରିସର ବାହାରେ ନେଇପାରିବେ ନାହିଁ। ବଜେଟ ଇତିହାସରୁ ଏହା ଜଣାପଡେ ଯେ, ୧୯୫୦ରେ ବଜେଟର କିଛି ଅଂଶ ପଦାରେ ପ୍ରକାଶ ପାଇଥିଲା। ଏହି କାରଣରୁ ବଜେଟକୁ ଗୋପନୀୟ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ସେତେବେଳେ ବଜେଟ ଛାପା କାର୍ଯ୍ୟ ରାଷ୍ଟ୍ରପତି ଭବନ ପରିସରରେ ଥିବା ଛାପାଖାନାରେ କରାଯାଇଥିଲା। ପରେ ସେହିବର୍ଷ ଏହାକୁ ମିଣ୍ଟୋ ରୋଡସ୍ଥିତ ସରକାରୀ ପ୍ରେସ୍‌ରେ କରାଗଲା। ୧୯୮୦ରୁ ନର୍ଥ ବ୍ଲକ୍‌ର ବେସ୍‌ମେଣ୍ଟସ୍ଥିତ ଛାପାଖାନାରେ ଆଜିଯାଏ ବଜେଟ ଛାପିବା କାର୍ଯ୍ୟ ହୋଇଆସୁଛି। ତେବେ କେତେକ ବିଶେଷଜ୍ଞଙ୍କ ମତରେ ବଜେଟକୁ ଏତେ ଗୋପନୀୟ କରିବାର ଆବଶ୍ୟକତା ନାହିଁ। କାରଣ ଜିଏସ୍‌ଟି ଭଳି ଅପ୍ରତ୍ୟକ୍ଷ ଟିକସ ସମେତ ବହୁ ବଡ଼ ବଡ଼ ଘୋଷଣା ଏବେ ବଜେଟର ଅଂଶବିଶେଷ ହୋଇ ରହିନାହିଁ। କେତେକ ଦେଶରେ ଏବେ ବଜେଟ ଉପସ୍ଥାପନ କରାଯିବାର ତିନି ମାସ ପୂର୍ବରୁ ଲୋକଙ୍କ ଠାରୁ ମତାମତ ନିଆଯାଇଥାଏ। ବାସ୍ତବରେ ବଜେଟକୁ ଗୋପନୀୟ ରଖିବାର ପରମ୍ପରା ବ୍ରିଟିଶ ଶାସନରୁ ରହି ଆସିଛି। ଅର୍ଥ ମନ୍ତ୍ରୀ ବଜେଟ ଉପସ୍ଥାପନ କରିବା ଲାଗି ଏକ ବ୍ରିଫ୍‌କେଶ୍‌ ସଂସଦ ନେଇଯାଇଥାନ୍ତି।


All Right Reserved By

କ୍ରମାଗତ ୧୧ ବର୍ଷ ଧରି ନିଜ ଦରମା ବଢ଼ାଇଲେନି ମୁକେଶ

ନୂଆଦିଲ୍ଲୀ,୨୧-୭: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ କ୍ରମାଗତ ୧୧ ବର୍ଷ ଧରି ନିଜ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ନିଜର ଦରମା ନ ବଢ଼ାଇ...

ସୌଦିରେ ଡ୍ରୋନ ଆକ୍ରମଣ ପରେ; ପେଟ୍ରୋଲ ୧.୫୯, ଡିଜେଲ ୧.୩୧ଟଙ୍କା ବଢ଼ିଛି

ନୂଆଦିଲ୍ଲୀ,୨୩-୯: ସୌଦି ଆରବର ଆରାମ୍‌କୋ ତୈଳ ଭଣ୍ଡାରରେ ଡ୍ରୋନ ଆକ୍ରମଣ ପରେ ବିଗତ ୬ ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଲିଟର ପିଛା ୧.୫୯ ଟଙ୍କା...

ସେପ୍ଟେମ୍ବରରେ ଯାତ୍ରୀବାହୀ ଯାନ ବିକ୍ରି ୨୪% ହ୍ରାସ

ନୂଆଦିଲ୍ଲୀ,୧୨-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶ ମଧ୍ୟରେ ଯାତ୍ରୀବାହୀ ଯାନ ବିକ୍ରି ୨୩.୬୯% ହ୍ରାସ ଘଟିଛି। ଏହି ସମୟରେ ୨,୨୩,୩୧୭ ୟୁନିଟ ଯାନ ବିକ୍ରି ହୋଇଛି।...

ନିୟନ୍ତ୍ରଣ ପାଇଁ ପ୍ରତିଷ୍ଠା ହେବ ନିୟାମକ;ତେଜସ୍‌ ଟ୍ରେନ ଭଡ଼ା ବଢ଼ାଇ ପାରିବେନି ଘରୋଇ ଅପରେଟର

ନୂଆଦିଲ୍ଲୀ,୧୧-୯: ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ୍‌ ଏକ୍ସପ୍ରେସ୍‌ ଆସନ୍ତା ମାସରେ ଚଳାଚଳ କରିବା ସମ୍ଭାବନା ରହିଛି। ଭାରତୀୟ ରେଳର ସହାୟକ କମ୍ପାନୀ ଇଣ୍ଡିଆନ ରେଲଓ୍ବେ...

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ମୁମ୍ବାଇ,୧୯।୪: ବଲିଉଡ୍‌ର ସୁପରଷ୍ଟାର ତଥା ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଭରିଥିବା ଜଣାପଡ଼ିଛି। ଚଳିତ...

ମୋଦିଙ୍କୁ ବ୍ୟାଙ୍କ ସଂଘର ଚିଠି;ଜେଟକୁ ଅଧିଗ୍ରହଣ କରନ୍ତୁ ସରକାର

ମୁମ୍ବାଇ,୨୦-୪: ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ଶୁକ୍ରବାର ବ୍ୟାଙ୍କ ସଂଘଗୁଡ଼ିକ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଜେଟ୍‌ର ୨୨ ହଜାର...

ଆଧାର ଜରିଆରେ ରିଟର୍ନ ଦାଖଲ;ଆୟକର ବିଭାଗ ଜାରି କରିବ ପାନ୍‌

ନୂଆଦିଲ୍ଲୀ,୮-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବଜେଟ ଉପସ୍ଥାପନ କରି ପାନ୍‌ ନ ଥିଲେ ମଧ୍ୟ ଟିକସଦାତା ଆଧାର କାର୍ଡ ଜରିଆରେ ଆୟକର ରିଟର୍ନ...

ଏଫ୍‌ଡି ସୁଧ ହାର କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୨୪-୮: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ଏଫ୍‌ଡି ଉପରେ ସୁଧ ହାର ହ୍ରାସ ଘୋଷଣା କରିଛି। ଏଣିକି ସମସ୍ତ ପ୍ରକାର ଏଫ୍‌ଡି ଉପରେ ସୁଧ ହାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *