ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗ;୧୨ ବରିଷ୍ଠ ଆୟକର ଅଧିକାରୀ ବିଦା

ନୂଆଦିଲ୍ଲୀ,୧୧-୬: ନିର୍ମଳା ସୀତାରାମନ୍‌ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦୁର୍ନୀତି, ଯୌନ ନିର୍ଯାତନା ଅଭିଯୋଗରେ ୧୨ ବରିଷ୍ଠ ଆୟକର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଅର୍ଥାତ୍‌ ସେମାନଙ୍କୁ ଚାକିରିରୁ ଜବରଦସ୍ତ ବିଦା କରି ଦିଆଯାଇଛି। ଏମାନଙ୍କ ମଧ୍ୟରେ ଚିଫ୍‌ କମିଶନର, ପ୍ରିନ୍ସିପାଲ କମିଶନର ଏବଂ କମିଶନର ର଼୍ୟାଙ୍କର ଅଧିକାରୀ ରହିଛନ୍ତି। ସେମାନଙ୍କୁ ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ ଆଣ୍ଡ ଆଡମିନିଷ୍ଟ୍ରେଶନ ରିଫମର୍‌ସର ଧାରା ୫୬ ଅଧୀନରେ ସମୟ ପୂର୍ବରୁ ଅବସର ନେବାକୁ ବାଧ୍ୟ କରାଯାଇଛି। ସୂଚନାଥାଉ କି, ୫୦ରୁ ୫୫ ବର୍ଷ ବୟସ ହୋଇଥିବା ଏବଂ ୩୦ ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିସାରିଥିବା ଏଭଳି ଅଧିକାରୀଙ୍କ ବିରୋଧରେ ଧାରା ୫୬ ବ୍ୟବହାର କରାଯାଇଥାଏ। କାମରେ ଅବହେଳା କରୁଥିବା ଅଥବା ଆଶାନୁରୂପ ପ୍ରଦର୍ଶନ କରୁ ନ ଥିବା ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥାଏ।


All Right Reserved By Dharitri.Com

ବନ୍ୟା, ଭୂମିକମ୍ପ ପାଇଁ ଅଲଗା ହେବ ଗାଡ଼ି ବୀମା ପଲିସି

ନୂଆଦିଲ୍ଲୀ,୨୪।୬: ସାଧାରଣ ବୀମା କମ୍ପାନୀ ଭୂମିକମ୍ପ, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, ଭଙ୍ଗାରୁଜା ଏବଂ ଦଙ୍ଗା ଭଳି ଘଟଣା ଲାଗି ଏଣିକି ଗାଡ଼ି ଲାଗି ସ୍ବତନ୍ତ୍ର ବାର୍ଷିକ...

୧୪ରୁ ଆରମ୍ଭ ହେବ ବଜେଟ ପ୍ରକ୍ରିୟା

ନୂଆଦିଲ୍ଲୀ,୭-୧୦:ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ବଜେଟ ପ୍ରକ୍ରିୟା ଚଳିତ ମାସ ୧୪ରୁ ଆରମ୍ଭ ହେବ। ସରକାରଙ୍କ ରାଜସ୍ବରେ ହ୍ରାସ, ୬ ବର୍ଷର ସର୍ବନିମ୍ନ...

ଭାରତରେ ୧୦୦ ବିଲିୟନ ଡଲାର ନିବେଶ କରିବ ଅଷ୍ଟ୍ରେଲିଆ

ଭୁବନେଶ୍ୱର, ୨୧-୮(ବ୍ୟୁରୋ): ଘରୋଇ ବଜାର ବିଦେଶୀ ପୁଞ୍ଜି ଆକୃଷ୍ଟ କରିବାରେ ଏକ ପ୍ରମୁଖ ସ୍ଥଳ ପାଲଟିଛି। ଅଷ୍ଟ୍ରେଲିଆ ପାଇଁ ଭାରତ ନିବେଶର ଏକ ପସନ୍ଦଯୋଗ୍ୟ ସ୍ଥାନ...

ରପ୍ତାନି କଟକଣା ପରେ କମୁଛି ପିଆଜ ଦର

ଭୁବନେଶ୍ୱର,୪-୧୦: ସରକାର ପିଆଜ ରପ୍ତାନିକୁ ନିଷେଧ ଏବଂ ମହଜୁଦ ଉପରେ ସୀମା ଲଗାଇବା ପରେ ଏହାର ଦର ଆସ୍ତେ ଆସ୍ତେ କମୁଛି। ଏହାର ପାଇକାରୀ ଦର...

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲା;ରେଟିଂ ଏଜେନ୍ସି, ଅଡିଟର ସେବିର ଯାଞ୍ଚ ଘେରରେ

ନୂଆଦିଲ୍ଲୀ,୧୭-୬: ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ କମ୍ପାନୀର ମ୍ୟାନେଜମେଣ୍ଟ, ରେଟିଂ ଏଜେନ୍ସି, ଅଡିଟରଙ୍କ ସମ୍ପର୍କରେ ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ...

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ମିଳିବ ୭୦,୦୦୦ କୋଟି

ନୂଆଦିଲ୍ଲୀ,୬-୭: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ୭୦,୦୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପ୍ରଦାନ କରିବାକୁ ସରକାର ବଜେଟରେ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟାଙ୍କଗୁଡିକୁ ସଶକ୍ତ କରିବା ଦିଗରେ...

ଆଇଆଇଟି ନିଯୁକ୍ତି ଉପରେ ମାନ୍ଦାବସ୍ଥା ପ୍ରଭାବ

ମୁମ୍ବାଇ,୮-୧୧: ମାନ୍ଦାବସ୍ଥାର ପ୍ରଭାବ ଚଳିତ ବର୍ଷ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି) ଛାତ୍ରୀଛାତ୍ରଙ୍କ ନିଯୁକ୍ତି ଉପରେ ପଡିଥିବା ଦେଖାଯାଇଛି। ଡିସେମ୍ବରରୁ ଦେଶର ବିଭିନ୍ନ ଆଇଆଇଟିରେ ସାଧାରଣତଃ...

ଏୟାର ଇଣ୍ଡିଆ ବିକ୍ରି; ମନ୍ତ୍ରିଗୋଷ୍ଠୀର ନେତୃତ୍ୱ ନେବେ ଅମିତ ଶାହ

ନୂଆଦିଲ୍ଲୀ,୧୯-୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏୟାର ଇଣ୍ଡିଆ ବିକ୍ରି(ପୁଞ୍ଜି ପ୍ରତ୍ୟାହାର) ସଂକ୍ରାନ୍ତ ପୁନର୍ଗଠିତ ମନ୍ତ୍ରିଗୋଷ୍ଠୀର ନେତୃତ୍ୱ ନେବେ। ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *